ଦୀପିକା ହୋଇଛନ୍ତି ଗର୍ଭବତୀ ! ୫ ବର୍ଷ ପରେ ଦୀପବୀରଙ୍କ ଘରେ ଶୁଭିବ କି କୁଆଁ କୁଆଁ ରାବ…
ମୁମ୍ବାଇ,୨୦।୨ : ନିକଟରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ବିଏଏଫଟିଏ ପୁରସ୍କାର ୨୦୨୪ରେ ଉପସ୍ଥିତ ଥିଲେ। ସେ ପୁଣି ଥରେ ଗର୍ଭବତୀ ଥିବା ବିଷୟକୁ ନେଇ ଖବରକୁ ଆସିଛନ୍ତି। ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ବିବାହର ୫ବର୍ଷ ପରେ ଦୀପିକା ଏବଂ ରଣବୀର ସିଂଙ୍କ ଘର ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ଖବର ଅଛି ଅଭିନେତ୍ରୀଙ୍କ ଗର୍ଭର ଦ୍ୱିତୀୟ ମାସ ଚାଲିଛି ଏବଂ ଖୁବ ଶୀଘ୍ର ସେ ମା‘ ହେବେ । ଏହା ହେଲେ […] The post ଦୀପିକା ହୋଇଛନ୍ତି ଗର୍ଭବତୀ ! ୫ ବର୍ଷ ପରେ ଦୀପବୀରଙ୍କ ଘରେ ଶୁଭିବ କି କୁଆଁ କୁଆଁ ରାବ… appeared first on Dharitri Odia News.
ମୁମ୍ବାଇ,୨୦।୨ : ନିକଟରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ବିଏଏଫଟିଏ ପୁରସ୍କାର ୨୦୨୪ରେ ଉପସ୍ଥିତ ଥିଲେ। ସେ ପୁଣି ଥରେ ଗର୍ଭବତୀ ଥିବା ବିଷୟକୁ ନେଇ ଖବରକୁ ଆସିଛନ୍ତି। ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ବିବାହର ୫ବର୍ଷ ପରେ ଦୀପିକା ଏବଂ ରଣବୀର ସିଂଙ୍କ ଘର ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ଖବର ଅଛି ଅଭିନେତ୍ରୀଙ୍କ ଗର୍ଭର ଦ୍ୱିତୀୟ ମାସ ଚାଲିଛି ଏବଂ ଖୁବ ଶୀଘ୍ର ସେ ମା‘ ହେବେ । ଏହା ହେଲେ ୫ ବର୍ଷ ପରେ ଦୀପବୀରଙ୍କ ଘରେ ନୂଆ ଅତିଥିଙ୍କ କୁଆଁ କୁଆଁ ରାବ ଶୁଭିବ।
ଦ ଓ୍ବିକର ରିପୋର୍ଟ ଅନୁଯାୟୀ, ଦୀପିକା ଏବଂ ରଣବୀର ଖୁବ ଶୀଘ୍ର ମାତାପିତା ହେବାକୁ ଯାଉଛନ୍ତି ବୋଲି ଦାବି କରାଯାଉଛି। ଏହି ସୂଚନା ଦମ୍ପତିଙ୍କ ନିକଟ ସୂତ୍ର ଦ୍ୱାରା ଦିଆଯାଇଛି। ସୂତ୍ରରୁ ପ୍ରକାଶ ଦୀପିକା ଏବଂ ରଣବୀର ନିଜେ ଏହି ଭଲ ଖବରକୁ ସେମାନଙ୍କ ସହ ଶେୟାର କରିଛନ୍ତି ସେମାନେ ଶୀଘ୍ର ସେମାନଙ୍କର ପ୍ରଥମ ଶିଶୁକୁ ସ୍ବାଗତ କରିବେ।
ବାସ୍ତବରେ, ସୋସିଆଲ ମିଡିଆରେ ଆଲୋଚନା ହେଉଛି ଯେ ବିଏଏଫଟିଏ ପୁରସ୍କାର ଶୋ’ରେ ଅଭିନେତ୍ରୀଙ୍କ ବେବି ବମ୍ପ ଦୃଶ୍ୟମାନ ହେଉଥିଲା।
ବର୍ତ୍ତମାନ ଗର୍ଭବତୀ ଖବରକୁ ନେଇ ଦୀପିକା ଏବଂ ରଣବୀରଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ତେବେ ପ୍ରଶଂସକମାନେ ଏହି ଭଲ ଖବର ଉଭୟଙ୍କଠାରୁ ଶୁଣିବାକୁ ବେଶ୍ ଆଗ୍ରହୀ । ବର୍ତ୍ତମାନ କେବଳ ସମୟ କହିବ ଏହି ଖବରରେ କେତେ ସତ୍ୟତା ଅଛି ।
ସୂଚନାଯୋଗ୍ୟ ଦୀପିକା ଏବଂ ରଣବୀର ୨୦୧୮ ରେ ବିବାହ କରିଥିଲେ। ନିକଟରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଅଭିନେତ୍ରୀ କହିଥିଲେ ଯେ ଆମେ କେବେ ନିଜ ପରିବାର ଆରମ୍ଭ କରିବୁ ତାହା ଅପେକ୍ଷା କରିଛୁ। ବର୍ତ୍ତମାନ, ଅଭିନେତ୍ରୀ ମା ହେବାର ଖବର ପରେ ପ୍ରଶଂସକଙ୍କ ଖୁସିର କୌଣସି ସୀମା ନାହିଁ। ଦୀପିକା ପାଦୁକୋନଙ୍କୁ ଶେଷ ଥର ପାଇଁ ’ଫାଇଟର୍’ରେ ଦେଖିବାକୁ ମିଳିଥିଲା। ଆଗାମୀ ଦିନରେ ତାଙ୍କୁ ଦକ୍ଷିଣ ସୁପରଷ୍ଟାର ପ୍ରଭାସଙ୍କ ସହ ଳ୍‘କଳ୍କି ୨୮୯୮ ଏଡି’ ରେ ଦେଖିବାକୁ ମିଳିବ।
Deepika Padukone presenting the Film Not in the English Language Award at the #BAFTA2024
Mother is making me proud #DeepikaPadukone pic.twitter.com/7xRWXe0pwa— Dp_Pcc
(@crazen_paltan) February 18, 2024
The post ଦୀପିକା ହୋଇଛନ୍ତି ଗର୍ଭବତୀ ! ୫ ବର୍ଷ ପରେ ଦୀପବୀରଙ୍କ ଘରେ ଶୁଭିବ କି କୁଆଁ କୁଆଁ ରାବ… appeared first on Dharitri Odia News.
(@crazen_paltan)