ଦୀର୍ଘଦିନର ଦାବି ହେଲା ପୂରଣ: ଋତୁସ୍ରାବ ପାଇଁ ମିଳିବ ଦିନେ ଛୁଟି

କନକ ବ୍ୟୁରୋ: ମହିଳାଙ୍କ ପାଇଁ ଆଶ୍ୱସ୍ତିକର ଖବର। ପିରିୟଡ ପାଇଁ ଗୋଟିଏ ଦିନ ଛୁଟି ପାଇବେ ମହିଳା। ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରଥମ ୧୦୦ ଦିନିଆ କାର୍ଯ୍ୟ ଭିତରେ ଏପରି ଏକ ବଡ଼ ନିଷ୍ପତି ନିଆଯାଇଛି। ଏନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ଋତୁସ୍ରାବ ସମୟରେ ଛୁଟି ଦେବା ପାଇଁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲା। ପୂର୍ବରୁ ବିହାର ଓ କେରଳ ସରକାର ଋତୁସ୍ରାବ ପାଇଁ ମହିଳା କର୍ମଚାରୀଙ୍କୁ ଛୁଟି ଦେଉଛନ୍ତି। […] The post ଦୀର୍ଘଦିନର ଦାବି ହେଲା ପୂରଣ: ଋତୁସ୍ରାବ ପାଇଁ ମିଳିବ ଦିନେ ଛୁଟି first appeared on Kanak News.

ଦୀର୍ଘଦିନର ଦାବି ହେଲା ପୂରଣ: ଋତୁସ୍ରାବ ପାଇଁ ମିଳିବ ଦିନେ ଛୁଟି

କନକ ବ୍ୟୁରୋ: ମହିଳାଙ୍କ ପାଇଁ ଆଶ୍ୱସ୍ତିକର ଖବର। ପିରିୟଡ ପାଇଁ ଗୋଟିଏ ଦିନ ଛୁଟି ପାଇବେ ମହିଳା। ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରଥମ ୧୦୦ ଦିନିଆ କାର୍ଯ୍ୟ ଭିତରେ ଏପରି ଏକ ବଡ଼ ନିଷ୍ପତି ନିଆଯାଇଛି। ଏନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ଋତୁସ୍ରାବ ସମୟରେ ଛୁଟି ଦେବା ପାଇଁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲା। ପୂର୍ବରୁ ବିହାର ଓ କେରଳ ସରକାର ଋତୁସ୍ରାବ ପାଇଁ ମହିଳା କର୍ମଚାରୀଙ୍କୁ ଛୁଟି ଦେଉଛନ୍ତି।

ସ୍ୱାଧୀନତା ଦିବସରେ ମହିଳାଙ୍କ ପାଇଁ ବଡ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଋତୁସ୍ରାବ ହେଲେ ଏଣିକି ମହିଳାଙ୍କୁ ଦିନେ ଛୁଟି ମିଳିବ । ସାରା ରାଜ୍ୟରେ ଏହି ନିୟମ ଲାଗୁ ହେବ । କଟକରେ ଏହି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ଋତୁସ୍ରାବ ପାଇଁ ଆଗକୁ ଜମା ଛୁଟି ନଥିଲା । ଏବେ କିନ୍ତୁ ଛୁଟି ମିଳିବ । ଋତୁସ୍ରାବ ପୀଡା କଷ୍ଟ ଦୂର ପାଇଁ ଏହି ନିଷ୍ପତ୍ତି ହୋଇଛି ।

ସରକାରଙ୍କ ଏହି ନୀତି ଫଳରେ
-ଘରୋଇ ଓ ସରକାରୀ ମହିଳା କର୍ମଚାରୀ ଦିନକ ପାଇଁ ଛୁଟି ନେଇପାରିବେ
-ଋତୁସ୍ରାବ କିମ୍ୱା ତା ପରଦିନ ଏହି ଛୁଟି ନିଆଯାଇପାରିବ
-ଏହି ଛୁଟି ଅପସନାଲ ରହିବ
-ବିହାର ଓ କେରଳ ସରକାର ଋତୁସ୍ରାବ ପାଇଁ ମହିଳା କର୍ମଚାରୀଙ୍କୁ ଛୁଟି ଦେଉଛନ୍ତି
ସରକାରଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ପୂର୍ବରୁ ମହିଳାଙ୍କୁ ପିରିୟଡ ଛୁଟି ନେଇ ସୁପ୍ରିମକୋର୍ଟର ଏକ ପିଟିସନ୍ ଦାଖଲ ହୋଇଥିଲା। ମାତ୍ର ସୁପ୍ରିମକୋର୍ଟ ଏଥିର ଶୁଣାଣି କରିବାକୁ ମନା କରିଦେଇଥିଲ।

The post ଦୀର୍ଘଦିନର ଦାବି ହେଲା ପୂରଣ: ଋତୁସ୍ରାବ ପାଇଁ ମିଳିବ ଦିନେ ଛୁଟି first appeared on Kanak News.