ଦୁଃଖଦ ଖବର, ଆଉନାହାନ୍ତି ବର୍ଷୀୟାନ ନାଟ୍ୟ ନିର୍ଦ୍ଦେଶକ ଡ. ସଚ୍ଚି ଦାସ

ଭୁବନେଶ୍ୱର ୧୮।୦୪ : ଓଡିଆ ଯାତ୍ରା ଜଗତ ପାଇଁ ଦୁଃଖଦ ଖବର । ଆଉନାହାନ୍ତି ବର୍ଷୀୟାନ ନିର୍ଦ୍ଦେଶକ ଡ. ସଚ୍ଚି ଦାସ । ୮୮ ବର୍ଷ ବୟସରେ ଆଖିବୁଜିଛନ୍ତି ଡ. ସଚ୍ଚି ଦାସ । ପୁରା ଜଲିଉଡ୍‌ରେ ଖେଳିଯାଇଛି ଶୋକର ଛାୟା । ୧୯୩୬ ମସିହାରେ ଯାଜପୁର ଜିଲ୍ଲାର ବରୀଠାରେ ଡ. ସଚ୍ଚି ଦାସଙ୍କ ଜନ୍ମ । ଛୋଟ ବେଳୁ ଅଭିନୟ ପ୍ରତି ସଚ୍ଚିଙ୍କ ଦୃବଳତା ରହିଥିଲା । ଯାହାଫଳରେ ସେ ଗାଁ ମଞ୍ଚରେ ହେଉଥିବା ନାଟକରେ ଅଭିନୟ ମଧ୍ୟ କରୁଥିଲେ । ଶେଷରେ ୧୯୫୮ ମସିହା ମସିହାରେ ଜନତା ରଙ୍ଗମଞ୍ଚ ସହିତ ଜଡିତ ହୋଇଥିଲା । ଆଉ ପଛକୁ ଫେରିନଥିଲେ । ବର୍ତ୍ତମାନ ସୁଦ୍ଧା ସେ ୫୦୦ରୁ ଅଧିକ ନାଟକରେ ଅଭିନୟ, ୧୦୦ରୁ ଅଧିକ ନାଟକ ନିର୍ଦ୍ଦେଶନା ଦେଇଛନ୍ତି । ଏପିରିକି ସେ ନିଜେ ୪୦୦ରୁ ଅଧିକ ନାଟକର ରଚନା ମଧ୍ୟ କରିଛନ୍ତି । ଓଡିଶା ନାଟ୍ୟ ଜଗତରେ ଭୀଷ୍ମ ପିତାମହ ଭାବେ ବେଶ୍‌ ଜଣାଶୁଣା ଡ. ସଚ୍ଚି ଦାସ । ସଚ୍ଚି ଦାସଙ୍କ ନିଖୁଣ ଅଭିନୟ ଏବଂ ନିର୍ଦ୍ଦେଶନା ପାଇଁ ଅନେକ ସମ୍ମାନ ଓ ପୁରସ୍କାର ପାଇଛନ୍ତି ।  ୨୦୧୮ରେ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ୨୦୧୮ରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଡକ୍ଟରେଟ୍‌, ୨୦୧୫ରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ , ୨୦୦୦-୨୦୦୧ରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୨୦୧୦ରେ ଶତାବ୍ଦୀରେ କଳାକାର ସମ୍ମାନ, ୨୦୧୪ରେ ବାଣୀଚିତ୍ର ସମ୍ମାନ, ୨୦୧୭ରେ ଅଜିତ ନାଟ୍ୟ ସମ୍ମାନ ପାଇଥିଲେ ।  

ଦୁଃଖଦ ଖବର, ଆଉନାହାନ୍ତି ବର୍ଷୀୟାନ ନାଟ୍ୟ ନିର୍ଦ୍ଦେଶକ ଡ. ସଚ୍ଚି ଦାସ

ଭୁବନେଶ୍ୱର ୧୮।୦୪ : ଓଡିଆ ଯାତ୍ରା ଜଗତ ପାଇଁ ଦୁଃଖଦ ଖବର । ଆଉନାହାନ୍ତି ବର୍ଷୀୟାନ ନିର୍ଦ୍ଦେଶକ ଡ. ସଚ୍ଚି ଦାସ । ୮୮ ବର୍ଷ ବୟସରେ ଆଖିବୁଜିଛନ୍ତି ଡ. ସଚ୍ଚି ଦାସ । ପୁରା ଜଲିଉଡ୍‌ରେ ଖେଳିଯାଇଛି ଶୋକର ଛାୟା । 

୧୯୩୬ ମସିହାରେ ଯାଜପୁର ଜିଲ୍ଲାର ବରୀଠାରେ ଡ. ସଚ୍ଚି ଦାସଙ୍କ ଜନ୍ମ । ଛୋଟ ବେଳୁ ଅଭିନୟ ପ୍ରତି ସଚ୍ଚିଙ୍କ ଦୃବଳତା ରହିଥିଲା । ଯାହାଫଳରେ ସେ ଗାଁ ମଞ୍ଚରେ ହେଉଥିବା ନାଟକରେ ଅଭିନୟ ମଧ୍ୟ କରୁଥିଲେ । ଶେଷରେ ୧୯୫୮ ମସିହା ମସିହାରେ ଜନତା ରଙ୍ଗମଞ୍ଚ ସହିତ ଜଡିତ ହୋଇଥିଲା । ଆଉ ପଛକୁ ଫେରିନଥିଲେ । ବର୍ତ୍ତମାନ ସୁଦ୍ଧା ସେ ୫୦୦ରୁ ଅଧିକ ନାଟକରେ ଅଭିନୟ, ୧୦୦ରୁ ଅଧିକ ନାଟକ ନିର୍ଦ୍ଦେଶନା ଦେଇଛନ୍ତି । ଏପିରିକି ସେ ନିଜେ ୪୦୦ରୁ ଅଧିକ ନାଟକର ରଚନା ମଧ୍ୟ କରିଛନ୍ତି । ଓଡିଶା ନାଟ୍ୟ ଜଗତରେ ଭୀଷ୍ମ ପିତାମହ ଭାବେ ବେଶ୍‌ ଜଣାଶୁଣା ଡ. ସଚ୍ଚି ଦାସ । 

ସଚ୍ଚି ଦାସଙ୍କ ନିଖୁଣ ଅଭିନୟ ଏବଂ ନିର୍ଦ୍ଦେଶନା ପାଇଁ ଅନେକ ସମ୍ମାନ ଓ ପୁରସ୍କାର ପାଇଛନ୍ତି ।  ୨୦୧୮ରେ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ୨୦୧୮ରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଡକ୍ଟରେଟ୍‌, ୨୦୧୫ରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ , ୨୦୦୦-୨୦୦୧ରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୨୦୧୦ରେ ଶତାବ୍ଦୀରେ କଳାକାର ସମ୍ମାନ, ୨୦୧୪ରେ ବାଣୀଚିତ୍ର ସମ୍ମାନ, ୨୦୧୭ରେ ଅଜିତ ନାଟ୍ୟ ସମ୍ମାନ ପାଇଥିଲେ ।