ଦୁଇ କୋଟି ଟଙ୍କାର ଟେଣ୍ଡର ଫିକ୍ସିଂ ଅଭିଯୋଗ, ବିଭାଗୀୟ ଯନ୍ତ୍ରୀ-ଠିକାଦାର ସଲାସୁତରାରେ ଚାଲିଛି କାର୍ଯ୍ୟ
ମୋରଡ଼ା,୪ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଅଧୀନ ବୈଶିଙ୍ଗା କେନାଲ ଡିଭିଜନରେ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ଦୁଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଛି। ଏନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ସୁରେଇଡ଼ିହି ପଞ୍ଚାୟତର ବାସିନ୍ଦା ରବୀନ୍ଦ୍ର ମହାନ୍ତ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ୨୦୨୦-୨୧, ୨୦୨୧-୨୦୨୨, ୨୦୨୨-୨୦୨୩, ୨୦୨୩-୨୦୨୪ ଆର୍ଥିକ ବର୍ଷରେ ବୈଶିଙ୍ଗା କେନାଲ ଡିଭିଜନ ଅଧୀନ […] The post ଦୁଇ କୋଟି ଟଙ୍କାର ଟେଣ୍ଡର ଫିକ୍ସିଂ ଅଭିଯୋଗ, ବିଭାଗୀୟ ଯନ୍ତ୍ରୀ-ଠିକାଦାର ସଲାସୁତରାରେ ଚାଲିଛି କାର୍ଯ୍ୟ appeared first on Dharitri Odia News.
ମୋରଡ଼ା,୪ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଅଧୀନ ବୈଶିଙ୍ଗା କେନାଲ ଡିଭିଜନରେ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ଦୁଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଛି।
ଏନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ସୁରେଇଡ଼ିହି ପଞ୍ଚାୟତର ବାସିନ୍ଦା ରବୀନ୍ଦ୍ର ମହାନ୍ତ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି।
ଅଭିଯୋଗ ମୁତାବକ, ୨୦୨୦-୨୧, ୨୦୨୧-୨୦୨୨, ୨୦୨୨-୨୦୨୩, ୨୦୨୩-୨୦୨୪ ଆର୍ଥିକ ବର୍ଷରେ ବୈଶିଙ୍ଗା କେନାଲ ଡିଭିଜନ ଅଧୀନ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର,ଏସ୍ଆଇପି ଲକ୍ଷ୍ମୀପୋଷୀ ପ୍ରାୟ ଦୁଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କାର୍ଯ୍ୟ ତିନି ପାତି ଟେଣ୍ଡର ମାଧ୍ୟମରେ ଗୁପ୍ତ ହିସାବରେ ନିର୍ଦ୍ଦିଷ୍ଟ କିଛି ଠିକାଦାରଙ୍କ ସହିତ ସଲାସୁତରା କରି ନିମ୍ନମାନର କାର୍ଯ୍ୟ କରିଥିବାର ଦେଖିବାକୁ ମିଳିଛି l ସ୍ପ୍ଲିଟିଙ୍ଗ ପ୍ରପୋଜାଲ ପ୍ରସ୍ତୁତି କରି ଚତୁରତାର ସହିତ ନୋଟିସ ବୋର୍ଡ ଟେଣ୍ଡର କଲ୍ ନୋଟିସ ଲଗାଇ ଓ୍ବାଇଡ୍ ସର୍କ୍ୟୁଲେଶନ ନ କରି ଟେଣ୍ଡର ଫିକ୍ସିଂ ହୋଇଛି।
ସେହିପରି ସୂଚନା ଅଧିକାର ତଥ୍ୟ ମୁତାବକ,ଗ୍ରାମ୍ୟ ଉନ୍ନୟନ ବିଭାଗର ପତ୍ର ସଂଖ୍ୟା-୬୨୧୧, କ୍ଷୁଦ୍ର ଜଳସେଚନ ବିଭାଗର ପତ୍ର ସଂଖ୍ୟା-୪୩୧୧, ଏନଏଚ ଡିଭିଜନର ପତ୍ର ସଂଖ୍ୟା-୧୭୯୪ରେ ଦର୍ଶାଯାଇଛି ଯେ, ଏନେଇ ବୈଶିଙ୍ଗା କେନାଲ ଡିଭିଜନ ଏସଆଇପିର କୌଣସି ଟେଣ୍ଡରକଲ ନୋଟିସ ନାହିଁ, ଯାହା ଟେଣ୍ଡର ଦୁର୍ନୀତିକୁ ବିଭାଗ ପ୍ରଶୟ ଦେଉଛି ବୋଲି ଅଭିଯୋଗ ହୋଇଛି।
ନିର୍ଦ୍ଦିଷ୍ଟ ଭାବରେ ଗୋଟିଏ ଡିଭିଜନ ଅଫିସରେ ବିଲିଡିଂ, ମରାମତି, ପୁନରୁଦ୍ଧାର ପାଇଁ ଗୋଟିଏ ଟେଣ୍ଡର ନ କରି ତାକୁ ଭାଗ ଭାଗ କରି ସ୍ପିଲ୍ଟିଙ୍ଗ ପ୍ରପୋଜାଲ ପ୍ରସ୍ତୁତ କରିବା କାର୍ଯ୍ୟ ବେଆଇନ କାର୍ଯ୍ୟକଳାପକୁ ଦର୍ଶାଯାଉଛି ବୋଲି ଅଭିଯୋଗ ହୋଇଛି । ନିର୍ଦ୍ଦିଷ୍ଟ ସେପଟେ ଉକ୍ତ ଦୁର୍ନୀତିର ମୁଖ୍ୟ କର୍ଣ୍ଣଧାର ପୂର୍ବରୁ କନିଷ୍ଠ ଯନ୍ତ୍ରୀ ଥିବା ରାମଚନ୍ଦ୍ର ସେଠୀ, ରାଜେଶ କୁମାର ପଢିଆରି ବୋଲି ଅଭିଯୋଗରେ ଦର୍ଶଯାଇଛି ଏବଂ ବର୍ତ୍ତମାନ ଉକ୍ତ ଦ୍ୱୟ କନିଷ୍ଠ ଯନ୍ତ୍ରୀ ପ୍ରୋମଶନ ପାଇ ସହକାରୀ ଯନ୍ତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି। ତେଣୁ ଉକ୍ତ ସବୁ କାର୍ଯ୍ୟର ସତ୍ୟାସତ୍ୟ ଯାଞ୍ଚ କରିବା ସହିତ ସମ୍ପୃକ୍ତ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି।
ତେବେ ଏବାବଦରେ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ପ୍ରତାପ ଦାସଙ୍କୁ ପଚାରିବାରୁ ଉକ୍ତ ସବୁ କାର୍ଯ୍ୟର ଟେଣ୍ଡର ସରକାରଙ୍କ ଗାଇଡ଼ଲାଇନ ଭାବରେ ହୋଇଛି ଏବଂ ତଦନ୍ତ କଲେ ପ୍ରକୃତ ସତ୍ୟ ଜଣାପଡ଼ିବ ବୋଲି କହିଛନ୍ତି।
The post ଦୁଇ କୋଟି ଟଙ୍କାର ଟେଣ୍ଡର ଫିକ୍ସିଂ ଅଭିଯୋଗ, ବିଭାଗୀୟ ଯନ୍ତ୍ରୀ-ଠିକାଦାର ସଲାସୁତରାରେ ଚାଲିଛି କାର୍ଯ୍ୟ appeared first on Dharitri Odia News.