ଦୁଇ ଜଣ ପ୍ରେମିକଙ୍କ ସହ ହୋଟେଲ ରୁମରେ ଥିଲେ ପତ୍ନୀ, ମାଡ଼ି ବସିଲେ ସ୍ୱାମୀ

ମହିଳା ଜଣଙ୍କ ଦୁଇ ଜଣ ପୁରୁଷଙ୍କ ସହ ହୋଟେଲ ରୁମରେ ରହିଥିଲେ। ଏହି ସମୟରେ ତାଙ୍କ ସ୍ୱାମୀ ପରିବାର ଲୋକଙ୍କ ସହ ସେଠାରେ ପହଞ୍ଚି ଯାଇଥିଲେ।

ଦୁଇ ଜଣ ପ୍ରେମିକଙ୍କ ସହ ହୋଟେଲ ରୁମରେ ଥିଲେ ପତ୍ନୀ, ମାଡ଼ି ବସିଲେ ସ୍ୱାମୀ

ହୋଟେଲ ରୁମରେ ଜଣେ ମହିଳା ତାଙ୍କର ଦୁଇ ଜଣ ପ୍ରେମିକଙ୍କ ସହ ରହିଥିଲେ। ସେମାନେ ନିରୋଳାର ସମୟ କାଟୁଥିବା ବେଳେ ହଠାତ ବଦଳି ଯାଇଥିଲା ସ୍ଥିତି। ହୋଟେଲରେ ପହଞ୍ଚି ଯାଇଥିଲେ ମହିଳାଙ୍କ ସ୍ୱାମୀ। ରୁମ ଭିତରେ ପତ୍ନୀଙ୍କୁ ଦୁଇ ଜଣ ପୁରୁଷଙ୍କ ସହ ଦେଖି ସ୍ୱାମୀ ଅତ୍ୟନ୍ତ ରାଗି ଯାଇଥିଲେ। ସେହି ସ୍ଥାନରେ ହିଁ ସେ ୩ ଜଣଙ୍କୁ ମାଡ଼ ମାରିବା ଆରମ୍ଭ କରି ଦେଇଥିଲେ।

ଉତ୍ତର ପ୍ରଦେଶରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ମହିଳା ଜଣଙ୍କ ଦୁଇ ଜଣ ପୁରୁଷଙ୍କ ସହ ହୋଟେଲ ରୁମରେ ରହିଥିଲେ। ଏହି ସମୟରେ ତାଙ୍କ ସ୍ୱାମୀ ପରିବାର ଲୋକଙ୍କ ସହ ସେଠାରେ ପହଞ୍ଚି ଯାଇଥିଲେ।

ସ୍ୱାମୀ ପେଶାରେ ଜଣେ ଡାକ୍ତର। ପର ପୁରୁଷଙ୍କ ସହ ପତ୍ନୀଙ୍କୁ ଦେଖି ତାଙ୍କ ସ୍ୱାମୀ ଓ ପରିବାର ଲୋକ ପୂରା ରାଗି ଯାଇଥିଲେ। ସେମାନେ ମହିଳା ଓ ତାଙ୍କର ଦୁଇ ପ୍ରେମିକଙ୍କୁ ପ୍ରଶ୍ନବାଣରେ ଘାଇଲା କରିଥିଲେ। ଏହାପରେ ମିଳିତ ଭାବେ ୩ ଜଣଙ୍କୁ ପ୍ରବଳ ପିଟିଥିଲେ।

ମାରପିଟର ଖବର ପାଇ ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍‌ ଡାକ୍ତରଙ୍କ ପତ୍ନୀ ଓ ରୁମରେ ତାଙ୍କ ସହ ଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଧରିଥିଲା। ଏହି ସମୟରେ ସ୍ୱାମୀ ଜଣଙ୍କ ବିଳମ୍ବ ନ କରି ପୁଲିସ୍‌ରେ ନିଜର ପତ୍ନୀ ଦୁଇ ଜଣଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ଅଭିଯୋଗ ଦାଖଲ କରିଥିଲେ।

ଘଟଣା ପରେ ଶାନ୍ତି ଭଙ୍ଗ କରିବା ଅଭିଯୋଗରେ ରୁମରୁ ଧରାପଡ଼ିଥିବା ୨ ଜଣ ବ୍ୟକ୍ତିଙ୍କୁ ପୁଲିସ ନିଜ ହେପାଜତକୁ ନେଇଛି। ପୁଲିସ୍‌ ଏହି ଘଟଣାର ତଦନ୍ତ କରି ଜାଣିବାକୁ ପାଇଛି ଯେ ୨ ବର୍ଷ ହେଲାଣି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ଚାଲିଥିଲା। ଏହି କାରଣରୁ ଉଭୟ ଅଲଗା ଅଲଗା ରହୁଥିଲେ।

ମହିଳା ଜଣଙ୍କ କାସଗଞ୍ଜ ହସ୍ପିଟାଲରେ କାମ କରନ୍ତି। କିନ୍ତୁ ସେ ଏଯାଏ ତାଙ୍କ ସ୍ୱାମୀଙ୍କ ବିରୋଧରେ କୌଣସି ଅଭିଯୋଗ ପୁଲିସ୍‌ରେ କରି ନାହାନ୍ତି।