ଦୁଇ ଜଣଙ୍କ ଆକ୍ରମଣ ପରେ ନିଜକୁ ଆକ୍ରମଣ କଲେ ମାନସିକ ଭିନ୍ନକ୍ଷମ ଯୁବକ : ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ଲମତାପୁଟ ୧୨।୧୧: ଲମତାପୁଟରେ ଅଭାବନୀୟ ଘଟଣା । ଦୁଇ ଜଣଙ୍କ ଗଳା କାଟିବା ପରେ ନିଜ ଗଳା କାଟିଲେ ମାନସିକ ଭିନ୍ନକ୍ଷମ ଯୁବକ । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲମତାପୁଟ ଟିକରପଡା ଗାଁରେ l ତିନି ଦିନ ତଳେ ମାନସିକ ଭିନ୍ନକ୍ଷମ ବ୍ୟବହାର କରୁଥିଲେ ସାଦୁ ବଡନାୟକ ।ସୂଚନାଯୋଗ୍ୟ ଯେ, ସୋମବାର କାଡ୍ରି ଗାଁ ସ୍ଥିତ ନିଜ ସମ୍ପର୍କୀୟ ଘରକୁ ବୁଲିବାକୁ ଆସିଥିଲେ ରାମ କ୍ରିସାନୀ । ମଙ୍ଗଳବାର ସକାଳୁ ରାମ କ୍ରିସାନୀଙ୍କ ସହ ନାବାଳକ ପୁତୁରା ସୁକୁ ବଡ଼ନାୟକଙ୍କୁ ଏକ ଛୁରୀରେ ଆକ୍ରମଣ କରିଥିଲେ । ଉଭୟଙ୍କ ଗଳାକାଟି ଦେଇଥିଲେ ସଦା ବଡନାୟକ l ଘଟଣାସ୍ଥଳରେ ରାମଙ୍କ ମୃତ୍ୟୁ ହୋଇଥିବା ବେଳେ ପୁତୁରା ସୁକୁଙ୍କୁ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି l ନିଜେ ସଦା ମଧ୍ୟ ନିଜ ଗଳାକାଟି ଦେଇଛନ୍ତି । ଗ୍ରାମବାସୀ ସଦାଙ୍କୁ ବାନ୍ଧି ରଖିଥିବା ଜଣାପଡିଛି lYou Can Read:ହାତୀପଲଙ୍କ ଉପଦ୍ରବରେ ଅତିଷ୍ଠ ଗ୍ରାମବାସୀ, ବନ ବିଭାଗ ଗାଡ଼ି ସହ କର୍ମଚାରୀଙ୍କୁ ଘେରିଲେ 

ଦୁଇ ଜଣଙ୍କ ଆକ୍ରମଣ ପରେ ନିଜକୁ ଆକ୍ରମଣ କଲେ ମାନସିକ ଭିନ୍ନକ୍ଷମ ଯୁବକ : ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ଲମତାପୁଟ ୧୨।୧୧: ଲମତାପୁଟରେ ଅଭାବନୀୟ ଘଟଣା । ଦୁଇ ଜଣଙ୍କ ଗଳା କାଟିବା ପରେ ନିଜ ଗଳା କାଟିଲେ ମାନସିକ ଭିନ୍ନକ୍ଷମ ଯୁବକ । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲମତାପୁଟ ଟିକରପଡା ଗାଁରେ l ତିନି ଦିନ ତଳେ ମାନସିକ ଭିନ୍ନକ୍ଷମ ବ୍ୟବହାର କରୁଥିଲେ ସାଦୁ ବଡନାୟକ ।

ସୂଚନାଯୋଗ୍ୟ ଯେ, ସୋମବାର କାଡ୍ରି ଗାଁ ସ୍ଥିତ ନିଜ ସମ୍ପର୍କୀୟ ଘରକୁ ବୁଲିବାକୁ ଆସିଥିଲେ ରାମ କ୍ରିସାନୀ । ମଙ୍ଗଳବାର ସକାଳୁ ରାମ କ୍ରିସାନୀଙ୍କ ସହ ନାବାଳକ ପୁତୁରା ସୁକୁ ବଡ଼ନାୟକଙ୍କୁ ଏକ ଛୁରୀରେ ଆକ୍ରମଣ କରିଥିଲେ । ଉଭୟଙ୍କ ଗଳାକାଟି ଦେଇଥିଲେ ସଦା ବଡନାୟକ l ଘଟଣାସ୍ଥଳରେ ରାମଙ୍କ ମୃତ୍ୟୁ ହୋଇଥିବା ବେଳେ ପୁତୁରା ସୁକୁଙ୍କୁ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି l ନିଜେ ସଦା ମଧ୍ୟ ନିଜ ଗଳାକାଟି ଦେଇଛନ୍ତି । ଗ୍ରାମବାସୀ ସଦାଙ୍କୁ ବାନ୍ଧି ରଖିଥିବା ଜଣାପଡିଛି l

You Can Read:

ହାତୀପଲଙ୍କ ଉପଦ୍ରବରେ ଅତିଷ୍ଠ ଗ୍ରାମବାସୀ, ବନ ବିଭାଗ ଗାଡ଼ି ସହ କର୍ମଚାରୀଙ୍କୁ ଘେରିଲେ