ଦୁଇ ଟ୍ରକ୍ ମୁହାଁ ମୁହିଁ ଧକ୍କା, ଜଣେ ଚାଳକ ମୃତ

ଜମନକିରା : ଜମନକିରା ଥାନା ରାଜରାସ୍ତା ୫୩ ଚିନିମହୁଲ ରୁ ଅମ୍ବଲାଙ୍ଗ ମଝିରେ ଦୁଇ ଟ୍ରକ୍ ମୁହାଁ ମୁହିଁ ଧକ୍କା ହେବା ଫଳରେ ସମ୍ବଲପୁର ରୁ ଦେବଗଡ ଅଭିମୁଖେ ଯାଉଥିବା ଟ୍ରକର ଚାଳକ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେଇଛି। ଆସନ୍ତା କାଲି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ ବୋଲି ଜଣା ପଡିଛି। ପୋଲିସ ର ସୂଚନା ମୁତାବକ, ଆଜି […] The post ଦୁଇ ଟ୍ରକ୍ ମୁହାଁ ମୁହିଁ ଧକ୍କା, ଜଣେ ଚାଳକ ମୃତ appeared first on Odisha.News.

ଦୁଇ ଟ୍ରକ୍ ମୁହାଁ ମୁହିଁ ଧକ୍କା, ଜଣେ ଚାଳକ ମୃତ

ଜମନକିରା : ଜମନକିରା ଥାନା ରାଜରାସ୍ତା ୫୩ ଚିନିମହୁଲ ରୁ ଅମ୍ବଲାଙ୍ଗ ମଝିରେ ଦୁଇ ଟ୍ରକ୍ ମୁହାଁ ମୁହିଁ ଧକ୍କା ହେବା ଫଳରେ ସମ୍ବଲପୁର ରୁ ଦେବଗଡ ଅଭିମୁଖେ ଯାଉଥିବା ଟ୍ରକର ଚାଳକ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେଇଛି। ଆସନ୍ତା କାଲି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ ବୋଲି ଜଣା ପଡିଛି।
ପୋଲିସ ର ସୂଚନା ମୁତାବକ, ଆଜି ଅପରାହ୍ନ ସାଢେ଼ ୭ ଘଣ୍ଟା ପାଖା ପାଖି କେନ୍ଦୁଝର ରୁ ଲୁହା ବୋଝେଇ କରି ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଘୁଟୁକା ଟ୍ରକ୍ ସହ ମୁହାଁମହିଁ ଧକ୍କା ହୋଇଥିଲା। ଫଳରେ ଘୁତୁକା ଟ୍ରକ ର ଚାଲକ ମହେନ୍ଦ୍ର କୁମାର ସାହୁ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

The post ଦୁଇ ଟ୍ରକ୍ ମୁହାଁ ମୁହିଁ ଧକ୍କା, ଜଣେ ଚାଳକ ମୃତ appeared first on Odisha.News.