ଦୁଇ ଦଫା ଦାବିରେ ନଭେମ୍ବର ୧ରୁ କାର୍ଯ୍ୟବନ୍ଦ ନେଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘର ଚେତାବନୀ
କଟକ: ଦୁଇ ଦଫା ଦାବି ପୂରଣ ନହେଲେ ନଭେମ୍ବର ୧ ତାରିଖରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚେତାବନୀ ଦେଇଛି ୧୦୮ କର୍ମଚାରୀ ମହାସଂଘର କଟକ ଶାଖା। ଓଡ଼ିଶାରେ କାର୍ଯ୍ୟରତ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଏକ ଘରୋଇ ଠିକା ସଂସ୍ଥା ଅଧୀନରେ କାମ କରି ଆସୁଥିଲେବି ଅନେକ କର୍ମଚାରୀଙ୍କୁ ଏପର୍ଯ୍ୟନ୍ତ ନିଯୁକ୍ତି ପତ୍ର ଦିଆଯାଇନାହିଁ।ଏମିତିକି ପୂର୍ବରୁ ୧୧ ବର୍ଷ ଧରି ବିଭିନ୍ନ ଠିକା ସଂସ୍ଥା ଅଧୀନରେ କାର୍ଯ୍ୟ କରି ଆସୁଥିଲେବି ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାମାନଙ୍କରେ ନେତୃତ୍ୱ ନେଉଥିବା ସଂଘର ବରିଷ୍ଠ ସଦସ୍ୟମାନଙ୍କୁ ନିଯୁକ୍ତି ମିଳିନାହିଁ । ଏମିତିକି ୮ ଘଣ୍ଟା ବଦଳରେ ୧୨ ଘଣ୍ଟା ପରିଶ୍ରମ କରାଯାଉଥିଲେ ମଧ୍ୟ ୮ ଘଣ୍ଟାର ପାରିଶ୍ରମିକ ମିଳୁଛି। ତେବେ ଉଚିତ୍ ପାରିଶ୍ରମିକ ଓ ନିଯୁକ୍ତି ନେଇ ଯଦି ଦୁଇଦିନ ମଧ୍ୟରେ କୌଣସି ପଦକ୍ଷେପ ନିଆନଯାଏ ତେବେ୩୦ ତାରିଖରୁ ସମସ୍ତ ୧୦୮ ଆମ୍ବୁଲାନ୍ସର ଜିପିଏସ ବନ୍ଦ କରାଯିବ। ଏହା ସହ ନଭେମ୍ବର ୧ରୁ ସଂପୂର୍ଣ୍ଣ ଆମ୍ବୁଲାନ୍ସ ରାଜ୍ୟସାରା ଗଡ଼ିବା ବନ୍ଦ ହେବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ମହାସଂଘର କଟକ ଶାଖାର ସଭାପତି।
କଟକ: ଦୁଇ ଦଫା ଦାବି ପୂରଣ ନହେଲେ ନଭେମ୍ବର ୧ ତାରିଖରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚେତାବନୀ ଦେଇଛି ୧୦୮ କର୍ମଚାରୀ ମହାସଂଘର କଟକ ଶାଖା। ଓଡ଼ିଶାରେ କାର୍ଯ୍ୟରତ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଏକ ଘରୋଇ ଠିକା ସଂସ୍ଥା ଅଧୀନରେ କାମ କରି ଆସୁଥିଲେବି ଅନେକ କର୍ମଚାରୀଙ୍କୁ ଏପର୍ଯ୍ୟନ୍ତ ନିଯୁକ୍ତି ପତ୍ର ଦିଆଯାଇନାହିଁ।

ଏମିତିକି ପୂର୍ବରୁ ୧୧ ବର୍ଷ ଧରି ବିଭିନ୍ନ ଠିକା ସଂସ୍ଥା ଅଧୀନରେ କାର୍ଯ୍ୟ କରି ଆସୁଥିଲେବି ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାମାନଙ୍କରେ ନେତୃତ୍ୱ ନେଉଥିବା ସଂଘର ବରିଷ୍ଠ ସଦସ୍ୟମାନଙ୍କୁ ନିଯୁକ୍ତି ମିଳିନାହିଁ । ଏମିତିକି ୮ ଘଣ୍ଟା ବଦଳରେ ୧୨ ଘଣ୍ଟା ପରିଶ୍ରମ କରାଯାଉଥିଲେ ମଧ୍ୟ ୮ ଘଣ୍ଟାର ପାରିଶ୍ରମିକ ମିଳୁଛି।
ତେବେ ଉଚିତ୍ ପାରିଶ୍ରମିକ ଓ ନିଯୁକ୍ତି ନେଇ ଯଦି ଦୁଇଦିନ ମଧ୍ୟରେ କୌଣସି ପଦକ୍ଷେପ ନିଆନଯାଏ ତେବେ୩୦ ତାରିଖରୁ ସମସ୍ତ ୧୦୮ ଆମ୍ବୁଲାନ୍ସର ଜିପିଏସ ବନ୍ଦ କରାଯିବ। ଏହା ସହ ନଭେମ୍ବର ୧ରୁ ସଂପୂର୍ଣ୍ଣ ଆମ୍ବୁଲାନ୍ସ ରାଜ୍ୟସାରା ଗଡ଼ିବା ବନ୍ଦ ହେବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ମହାସଂଘର କଟକ ଶାଖାର ସଭାପତି।