ଦୁଇ ଦିନ ଧରି ଜlଲୋଏ ଗ୍ରାମରେ ବିଜୁଳି କାଟ୍ ଯୋଗୁଁ ଆର୍ଟିଷ୍ଟ ହୋଇ ବିଜୁଳି ଗାଡି କୁ ଅଟକ ରଖିଲେ ଗ୍ରାମବାସୀ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଜାଲୋଏ ଗ୍ରାମବାସୀ ଦୁଇଦିନ ହେଲା ଅନ୍ଧାରରେ l ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଲୋକେ ଛଟପଟ ହେଉଥିବା ବେଳେ ଦୀର୍ଘ ଦୁଇଦିନ ଧରି ବିଜୁଳି କାଟ ଜାଲୋଏ ଗ୍ରାମବାସୀଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସାଜିଛି l ପ୍ରାୟ ୬୦ ବର୍ଷ ହେବ ଜାଲୋଏ ଗ୍ରାମରେ ଏକ ବିଜୁଳି ଟ୍ରାନ୍ସଫର୍ମର ଅବସ୍ଥାପିତ ହୋଇ ଗ୍ରାମବାସୀଙ୍କ ପାଇଁ ବିଜୁଳି ଯୋଗାଇ ଦିଆଯାଉଛି l କିନ୍ତୁ ବଡ଼ […] The post ଦୁଇ ଦିନ ଧରି ଜlଲୋଏ ଗ୍ରାମରେ ବିଜୁଳି କାଟ୍ ଯୋଗୁଁ ଆର୍ଟିଷ୍ଟ ହୋଇ ବିଜୁଳି ଗାଡି କୁ ଅଟକ ରଖିଲେ ଗ୍ରାମବାସୀ appeared first on Odisha.News.

ଦୁଇ ଦିନ ଧରି ଜlଲୋଏ ଗ୍ରାମରେ ବିଜୁଳି କାଟ୍ ଯୋଗୁଁ ଆର୍ଟିଷ୍ଟ ହୋଇ ବିଜୁଳି ଗାଡି କୁ ଅଟକ ରଖିଲେ ଗ୍ରାମବାସୀ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଜାଲୋଏ ଗ୍ରାମବାସୀ ଦୁଇଦିନ ହେଲା ଅନ୍ଧାରରେ l ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଲୋକେ ଛଟପଟ ହେଉଥିବା ବେଳେ ଦୀର୍ଘ ଦୁଇଦିନ ଧରି ବିଜୁଳି କାଟ ଜାଲୋଏ ଗ୍ରାମବାସୀଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସାଜିଛି l ପ୍ରାୟ ୬୦ ବର୍ଷ ହେବ ଜାଲୋଏ ଗ୍ରାମରେ ଏକ ବିଜୁଳି ଟ୍ରାନ୍ସଫର୍ମର ଅବସ୍ଥାପିତ ହୋଇ ଗ୍ରାମବାସୀଙ୍କ ପାଇଁ ବିଜୁଳି ଯୋଗାଇ ଦିଆଯାଉଛି l କିନ୍ତୁ ବଡ଼ ଦୁଃଖର ବିଷୟ ପ୍ରଚଣ୍ଡ ରୌଦ୍ରତାପରେ ଗ୍ରାମବାସୀ ସିଝୁଥିବା ବେଳେ ଗ୍ରାମର ଜଣେ ବ୍ୟକ୍ତି ନିଜ ବ୍ୟକ୍ତିଗତ ଜମିରେ ଟ୍ରାନ୍ସଫର୍ମର ବସିଥିବା ଦାବିକରି ବିଜୁଳି ସଂଯୋଗ କରିବାକୁ ତୀବ୍ର ବିରୋଧ କରୁଛନ୍ତି l ପ୍ରାପ୍ତ ସୂଚନା ଅନୁସାରେ ଜନୈକ ବ୍ୟକ୍ତି ଦୀର୍ଘ ତିନିମାସ ପୂର୍ବରୁ ବୀରମହାରାଜପୁର ବିଜୁଳି ବିଭାଗରେ ଲିଖିତ ଅଭିଯୋଗ କରିଛନ୍ତି l କିନ୍ତୁ ଦୀର୍ଘ ତିନିମାସ ବିତିବା ପରେ ମଧ୍ୟ ବିଜୁଳି ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଏବଂ ଦୁଇଦିନ ଧରି ବିଜୁଳି ସଂଯୋଗ ସମ୍ପୂର୍ଣ୍ଣ ଭାବରେ ବନ୍ଦ ଥିବାରୁ ଗ୍ରାମବାସୀ ଅତିଷ୍ଠ ହୋଇ ବିଜୁଳି ଗାଡିକୁ ଅଟକ ରଖି ରାସ୍ତାରୋକ କରିଛନ୍ତି l ଏହାର ସମାଧାନ ଅବିଳମ୍ବେ କରାନଗଲେ ଭୟାବହ ପରିସ୍ଥିତି ସୃଷ୍ଟି ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି l

The post ଦୁଇ ଦିନ ଧରି ଜlଲୋଏ ଗ୍ରାମରେ ବିଜୁଳି କାଟ୍ ଯୋଗୁଁ ଆର୍ଟିଷ୍ଟ ହୋଇ ବିଜୁଳି ଗାଡି କୁ ଅଟକ ରଖିଲେ ଗ୍ରାମବାସୀ appeared first on Odisha.News.