ବେକରେ ରସି ଲଗାଇ ଯୁବକଙ୍କ ଆତ୍ମ ହତ୍ୟା
ଲକ୍ଷ୍ମୀପୁର ୩୧/୦୩ . କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ କାକିରିଗୁମା ଥାନା ଅନ୍ତର୍ଗତ ପରଜାଅଳଚି ଗ୍ରାମର ଜଣେ ଯୁବକ ଏକ ପଣସ ଗଛରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି।ମୃତ୍ୟୁର କାରଣ ଜଣା ପଡିନଥିବା ବେଳେ ମଧ୍ୟ ସେ କିଛି ଦିନ ହେଲା ମାନସିକ ଦୁଶ୍ଚିନ୍ତାରେ ରହି ଗତ ୨୭ ତାରିଖ ଦିନ ଘରୁ କେଉଁ ଆଡେ ଚାଲି ଜାଇଥିଲା ।ମୃତକ ଜଣକ ହେଲେ ତୁମ ନାଥ ମୁଦୁଲି(୪୦) ଓ ତାଙ୍କ ଘର ଗୌଡ଼ଗୁଡ଼ା ପଞ୍ଚାୟତ ଅନ୍ତର୍ଗତ […] The post ବେକରେ ରସି ଲଗାଇ ଯୁବକଙ୍କ ଆତ୍ମ ହତ୍ୟା appeared first on Odisha.News.

ଲକ୍ଷ୍ମୀପୁର ୩୧/୦୩ .
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ କାକିରିଗୁମା ଥାନା ଅନ୍ତର୍ଗତ ପରଜାଅଳଚି ଗ୍ରାମର ଜଣେ ଯୁବକ ଏକ ପଣସ ଗଛରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି।ମୃତ୍ୟୁର କାରଣ ଜଣା ପଡିନଥିବା ବେଳେ ମଧ୍ୟ ସେ କିଛି ଦିନ ହେଲା ମାନସିକ ଦୁଶ୍ଚିନ୍ତାରେ ରହି ଗତ ୨୭ ତାରିଖ ଦିନ ଘରୁ କେଉଁ ଆଡେ ଚାଲି ଜାଇଥିଲା ।ମୃତକ ଜଣକ ହେଲେ ତୁମ ନାଥ ମୁଦୁଲି(୪୦) ଓ ତାଙ୍କ ଘର ଗୌଡ଼ଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ପର୍ଜା ଅଳଚି ଗ୍ରାମରେ ବୋଲି ଜଣା ପଡିଛି।ଆଜି ତାଙ୍କ ଘର ଠାରୁ ଦେଢ଼ କିଲୋମିଟର ଦୂର ଗୌଡ଼ ଅଳଚି ଗ୍ରାମ ପାଖ ଏକ ପଣସ ଗଛରେ ତାଙ୍କର ମୃତ ଦେହ ଝୁଲୁ ଥିବା ଦେଖି କିଛି ଗାଈ ଚରାଳି ତାଙ୍କ ଘରକୁ ଖବର ଦେଇଥିଲେ।ଖବର ପାଇ ପରିବାର ଲୋକ ଉକ୍ତ ଗଛ ନିକଟରେ ପହଞ୍ଚିଥିଲା ବେଳେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।ଖବର ପାଇ କାକିରିଗୁମା ପୋଲିସର ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିଥିଲା।ସିଏ ଦୈନିକ କୁଲିଭୂତି କରି ପରିବାର ଭରଣ ପୋଷଣ କରୁଥିବା ବେଳେ ବର୍ତ୍ତମାନ ଘର କିପରି ଚଳିବ ତାକୁ ନେଇ ପରିବାର ଲୋକେ ଚିନ୍ତାରେ ପଡ଼ିଛନ୍ତି।ମୃତକଙ୍କ ପରିବାର ଅତି ଗରିବ ଶ୍ରେଣୀର ହେଇଥିବାରୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।ଏନେଇ ଆଜି କାକିରିଗୁମା ପୋଲିସ୍ କେସ ନମ୍ୱର୍ ୨/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଏସଆଇ ଶଙ୍କର ସେନ୍ ତାଡିଙ୍ଗ ପ୍ରକାଶ କରିଛନ୍ତି।
The post ବେକରେ ରସି ଲଗାଇ ଯୁବକଙ୍କ ଆତ୍ମ ହତ୍ୟା appeared first on Odisha.News.