ନବ ନିର୍ବାଚିତ ଧର୍ମଗଡ ବିଧାୟକ ଙ୍କୁ ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା
କୋକସରା:୧୬/୦୬(ସନତ ପ୍ରଧାନୀ) ଧର୍ମଗଡ ବିଧାନସଭା ର ନବ ନିର୍ବାଚିତ ବିଜେପି ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଙ୍କୁ ରବିବାର କୋକସରା ବ୍ଲକ ର ଅନନ୍ୟ ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକାରିଚଞ୍ଚରା ଶ୍ରୀରାମ ମନ୍ଦିର ପରିସର ଠାରେ କୋକସରା ବ୍ଲକ ଆମପାଣି ମଣ୍ଡଳ ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ମଣ୍ଡଳ ସଭାପତି ଅର୍ଜୁନ ଭାଟି ଙ୍କ ସଭାପତିତ୍ୱ ରେ ଆୟୋଜିତ ସମ୍ବର୍ଦ୍ଧନା ସଭା ରେ ବିଧାୟକ ଶ୍ରୀ ପଟ୍ଟଯୋଶୀ ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେବାସହ ବିଜେପି […] The post ନବ ନିର୍ବାଚିତ ଧର୍ମଗଡ ବିଧାୟକ ଙ୍କୁ ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା appeared first on Odisha.News.

କୋକସରା:୧୬/୦୬(ସନତ ପ୍ରଧାନୀ)
ଧର୍ମଗଡ ବିଧାନସଭା ର ନବ ନିର୍ବାଚିତ ବିଜେପି ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଙ୍କୁ ରବିବାର କୋକସରା ବ୍ଲକ ର ଅନନ୍ୟ ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକାରିଚଞ୍ଚରା ଶ୍ରୀରାମ ମନ୍ଦିର ପରିସର ଠାରେ କୋକସରା ବ୍ଲକ ଆମପାଣି ମଣ୍ଡଳ ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ମଣ୍ଡଳ ସଭାପତି ଅର୍ଜୁନ ଭାଟି ଙ୍କ ସଭାପତିତ୍ୱ ରେ ଆୟୋଜିତ ସମ୍ବର୍ଦ୍ଧନା ସଭା ରେ ବିଧାୟକ ଶ୍ରୀ ପଟ୍ଟଯୋଶୀ ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେବାସହ ବିଜେପି ଦଳ ର ନେତୃବୃନ୍ଦ ମାନେ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ। ଏହି ସମ୍ବର୍ଦ୍ଧନା ସଭା ରେ ବିଧାୟକ ଶ୍ରୀ ପଟ୍ଟଯୋଶୀ ଧର୍ମଗଡ ନିର୍ବାଚନ ମଣ୍ଡଳୀ ରେ ରହିଥିବା ଲୋକଙ୍କ ମୌଳିକ ସମସ୍ୟା,ଚାଷି ଙ୍କ ସମସ୍ୟା, ସରକାରୀ ଯୋଜନା ତ୍ୱରାନ୍ୱିତ ଉପରେ ଗୁରୁତ୍ୱ, ଶିକ୍ଷା, ସ୍ୱାସ୍ଥ୍ୟ , ଗମନାଗମନ,ପର୍ଯ୍ୟଟନ ସ୍ଥଳୀ ର ଭିତ୍ତିଭୂମି ର ବିକାଶ ଭଳି କାର୍ଯ୍ୟକ୍ରମ ଆଗକୁ ହାତକୁ ନେଇ ଜନ ସାଧାରଣ ଙ୍କୁ ଦେଇଥିବା ପ୍ରତିଶ୍ରୁତି କୁ ସାକାର କରିବା ପାଇଁ ବିଜେପି ର କର୍ମକର୍ତ୍ତା ଙ୍କ ସହଯୋଗ କାମନା କରିଥିଲେ।ଏହି ସମ୍ବର୍ଦ୍ଧନା ସଭା ରେ ଆମପାଣି ମଣ୍ଡଳ ର ସାଧାରଣ ସମ୍ପାଦକ।ମଧୁବନ ପାତ୍ର, ସନ୍ତୋଷ ମାଝୀ,ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭଜମନ ନାଏକ,କୋକସରା ମଣ୍ଡଳ ପ୍ରଭାରୀ ଗରୁଡ଼ ଧ୍ଵଜ ମାଝୀ,ଚକ୍ରଧର ବେଶ୍ରା,କୁମୁଦ ସେଠୀ,ଛିଲିପା ସରପଞ୍ଚ ବିଭୁଦତ୍ତ ପ୍ରଧାନୀ,ଅପ୍ରେସ ସ୍ୱାଇଁ, ହିମାଂଶୁ ପଣ୍ଡା ସମେତ ବିଜେପି ର ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ।
The post ନବ ନିର୍ବାଚିତ ଧର୍ମଗଡ ବିଧାୟକ ଙ୍କୁ ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା appeared first on Odisha.News.