ଦୁଇ ଦିନ ହେବ ଇସ୍ତାନବୁଲରେ ଫସିଛନ୍ତି ଶହ ଶହ ଭାରତୀୟ, ଇଣ୍ଡିଗୋ ପଠାଇବ ସ୍ବତନ୍ତ୍ର ବିମାନ

ନୂଆଦିଲ୍ଲୀ,୧୪।୧୨: ବର୍ତ୍ତମାନ ଇସ୍ତାନବୁଲରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଇଣ୍ଡିଗୋ ରିଲିଫ ବିମାନ ପଠାଇବାକୁ ନିଷ୍ପତ୍ତି ନେଇଛି। ଗତ ଦୁଇ ଦିନ ମଧ୍ୟରେ ବୈଷୟିକ କାରଣରୁ ଦୁଇଟି ଇଣ୍ଡିଗୋ ବିମାନ ବାତିଲ କରାଯାଇଛି। ଏହି କାରଣରୁ ଶହ ଶହ ଯାତ୍ରୀ ଇସ୍ତାନବୁଲ ବିମାନବନ୍ଦରରେ ଅଟକି ରହିଥିଲେ। ଏହି ଯାତ୍ରୀମାନଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା ଯେଉଁଥିରେ ବିମାନ କମ୍ପାନୀ ସୁବିଧା ଯୋଗାଇ ନ ଥିବାରୁ ଏବଂ ସଠିକ ସୂଚନା ଦେଇନଥିବା […] The post ଦୁଇ ଦିନ ହେବ ଇସ୍ତାନବୁଲରେ ଫସିଛନ୍ତି ଶହ ଶହ ଭାରତୀୟ, ଇଣ୍ଡିଗୋ ପଠାଇବ ସ୍ବତନ୍ତ୍ର ବିମାନ appeared first on Dharitri Odia News.

ଦୁଇ ଦିନ ହେବ ଇସ୍ତାନବୁଲରେ ଫସିଛନ୍ତି ଶହ ଶହ ଭାରତୀୟ, ଇଣ୍ଡିଗୋ ପଠାଇବ ସ୍ବତନ୍ତ୍ର ବିମାନ

ନୂଆଦିଲ୍ଲୀ,୧୪।୧୨: ବର୍ତ୍ତମାନ ଇସ୍ତାନବୁଲରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଇଣ୍ଡିଗୋ ରିଲିଫ ବିମାନ ପଠାଇବାକୁ ନିଷ୍ପତ୍ତି ନେଇଛି। ଗତ ଦୁଇ ଦିନ ମଧ୍ୟରେ ବୈଷୟିକ କାରଣରୁ ଦୁଇଟି ଇଣ୍ଡିଗୋ ବିମାନ ବାତିଲ କରାଯାଇଛି।
ଏହି କାରଣରୁ ଶହ ଶହ ଯାତ୍ରୀ ଇସ୍ତାନବୁଲ ବିମାନବନ୍ଦରରେ ଅଟକି ରହିଥିଲେ। ଏହି ଯାତ୍ରୀମାନଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା ଯେଉଁଥିରେ ବିମାନ କମ୍ପାନୀ ସୁବିଧା ଯୋଗାଇ ନ ଥିବାରୁ ଏବଂ ସଠିକ ସୂଚନା ଦେଇନଥିବା ଅଭିଯୋଗ ହୋଇଥିଲା।
ଏହା ପରେ ଇଣ୍ଡିଗୋ ଏୟାରଲାଇନ୍ସ ରିଲିଫ ବିମାନ ପଠାଇବାକୁ ନିଷ୍ପତ୍ତି ନେଇଛି। ଏହି ବିମାନ ସାହାଯ୍ୟରେ ଆସନ୍ତା ୨୦ ଘଣ୍ଟା ମଧ୍ୟରେ ତୁର୍କୀର ଇସ୍ତାନବୁଲ ବିମାନବନ୍ଦରରେ ଫସି ରହିଥିବା ସମସ୍ତ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି।
ସୂଚନାଯୋଗ୍ୟ, ଗତ ଦୁଇ ଦିନ ମଧ୍ୟରେ ଇସ୍ତାନବୁଲରୁ ଦିଲ୍ଲୀ ଏବଂ ଇସ୍ତାନବୁଲରୁ ମୁମ୍ବାଇକୁ ଦୁଇଟି ଇଣ୍ଡିଗୋ ବିମାନ ବାତିଲ କରାଯାଇଥିଲା। ଏହି ସମୟରେ ବିମାନ ସେବା ଦ୍ୱାରା ଯାତ୍ରୀମାନଙ୍କୁ ଅନ୍ୟ କୌଣସି ବିମାନ କିମ୍ବା କୌଣସି ଆବାସ ବ୍ୟବସ୍ଥା ଉପଲବ୍ଧ କରାଗଲା ନାହିଁ।
ଏହି ମାର୍ଗରେ ଥିବା ଅନ୍ୟ ଅନେକ ବିମାନ ମଧ୍ୟ ବିଳମ୍ବ ହୋଇଥିଲା। ଇଣ୍ଡିଗୋ ତୁର୍କୀ ମାର୍ଗରେ ବୋଇଙ୍ଗ ୭୭୭ ବିମାନ ବ୍ୟବହାର କରେ, ଯାହା ପ୍ରାୟ ୫୦୦ଯାତ୍ରୀଙ୍କୁ ବସାଇପାରେ। ଏୟାରଲାଇନ୍ସ ଏକ ବିବୃତ୍ତି ଜାରି କରି କହିଛି ଯେ ଫସି ରହିଥିବା ଯାତ୍ରୀଙ୍କୁ ରହିବାକୁ ହୋଟେଲ ଦିଆଯାଇଛି।

The post ଦୁଇ ଦିନ ହେବ ଇସ୍ତାନବୁଲରେ ଫସିଛନ୍ତି ଶହ ଶହ ଭାରତୀୟ, ଇଣ୍ଡିଗୋ ପଠାଇବ ସ୍ବତନ୍ତ୍ର ବିମାନ appeared first on Dharitri Odia News.