ଦୁଇ ପିକ୍‌ନିକ୍‌ ଗାଡି ମୁହାଁମୁହିଁ ଧକ୍କା, ଗାଡିରେ ଥିଲେ ଅନେକ ଯାତ୍ରୀ

ଭୋଗରାଇ ୦୧।୦୧ : ନୂଆବର୍ଷ ପାଇଁ ପିକ୍‌ନିକ ପାଇଁ ଯାଉଥିବା ବେଳେ ଦୁଇ ଗାଡି ମୁହାଁମୁହିଁ ଧକ୍କା । ଯେଉଁଥିରେ ୬ ଜଣ ପର୍ଯ୍ୟଟକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବାଲେଶ୍ୱର ଜିଲ୍ଲା ୫୭ ନମ୍ବର ରାଜ୍ୟ ରାଜପଥ ଭୋଗରାଇ ବେଣୁଦା ନିକଟରେ ଘଟିଛି ଦୁର୍ଘଟଣା । ଖବର ଅନୁଯାୟୀ, ମୟୁରଭଞ୍ଜ ଅଞ୍ଚଳ କିଛି ପର୍ଯ୍ୟଟକମାନେ ନୂଆବର୍ଷ ପିକନିକ୍‌ ପାଇଁ ପଶ୍ଚିମବଙ୍ଗ ସ୍ଥିତ ଦୀଘା ଅଞ୍ଚଳକୁ ଯାଉଥିଲେ । ବେଣୁଦା ନିକଟରେ ପ୍ରବଳ କୁହୁଡି ପାଇଁ ଦୂରରୁ ଆସିଥିବା ଗାଡିକୁ ଠିକ୍‌ ଭାବେ ଦେଖାଯାଇଥିଲା । ଯାହାଫଳରେ ଦୁଇଟି ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗାଡିଟି ଭାଙ୍ଗି ଚୁରମାର୍‌ ହୋଇଯାଇଛି । ଏହାସହିତ ୬ ଜଣ ପର୍ଯ୍ୟଟକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ କମର୍ଦ୍ଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । 

ଦୁଇ ପିକ୍‌ନିକ୍‌ ଗାଡି ମୁହାଁମୁହିଁ ଧକ୍କା, ଗାଡିରେ ଥିଲେ ଅନେକ ଯାତ୍ରୀ

ଭୋଗରାଇ ୦୧।୦୧ : ନୂଆବର୍ଷ ପାଇଁ ପିକ୍‌ନିକ ପାଇଁ ଯାଉଥିବା ବେଳେ ଦୁଇ ଗାଡି ମୁହାଁମୁହିଁ ଧକ୍କା । ଯେଉଁଥିରେ ୬ ଜଣ ପର୍ଯ୍ୟଟକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବାଲେଶ୍ୱର ଜିଲ୍ଲା ୫୭ ନମ୍ବର ରାଜ୍ୟ ରାଜପଥ ଭୋଗରାଇ ବେଣୁଦା ନିକଟରେ ଘଟିଛି ଦୁର୍ଘଟଣା । 

ଖବର ଅନୁଯାୟୀ, ମୟୁରଭଞ୍ଜ ଅଞ୍ଚଳ କିଛି ପର୍ଯ୍ୟଟକମାନେ ନୂଆବର୍ଷ ପିକନିକ୍‌ ପାଇଁ ପଶ୍ଚିମବଙ୍ଗ ସ୍ଥିତ ଦୀଘା ଅଞ୍ଚଳକୁ ଯାଉଥିଲେ । ବେଣୁଦା ନିକଟରେ ପ୍ରବଳ କୁହୁଡି ପାଇଁ ଦୂରରୁ ଆସିଥିବା ଗାଡିକୁ ଠିକ୍‌ ଭାବେ ଦେଖାଯାଇଥିଲା । ଯାହାଫଳରେ ଦୁଇଟି ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗାଡିଟି ଭାଙ୍ଗି ଚୁରମାର୍‌ ହୋଇଯାଇଛି । ଏହାସହିତ ୬ ଜଣ ପର୍ଯ୍ୟଟକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ କମର୍ଦ୍ଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।