ନଦୀରେ ଭାସୁଛି ଅଜଣା ମୃତଦେହ, କାରଣ ଖୋଜୁଛି ପୋଲିସ

ଆନନ୍ଦପୁର ୦୯।୦୪ : ନଦୀରେ ଭାସୁଛି ଅଜଣା ମୃତଦେହ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବୈତରଣୀ ନଦୀର ଖପରାଖାଇ ଡଙ୍ଗା ଘାଟରୁ ଜଣେ ଅଜଣା ବୃଦ୍ଧଙ୍କ ମୃତଦେହ ଠାବ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆରମ୍ଭ କରିଛି ତଦନ୍ତ । ଖବର ଅନୁଯାୟୀ, ବୈତରଣୀ ନଦୀର ଖପରାଖାଇ ଡଙ୍ଗା ଘାଟରେ ଜଣେ ବୃଦ୍ଧଙ୍କ ମୃତଦେହ ମୁହଁମାଡି ପଡିଥିବାର ଦେଖିଥିଲେ କିଛି ଲୋକେ । ଏହାପରେ ତୁରନ୍ତ ଘଷିପୁରା ପୋଲିସକୁ ଖବର ଦେଇଥିଲେ । ଘଷିପୁରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ମୃତ ବୃଦ୍ଧଙ୍କ ପରିଚୟ ମିଳିନାହିଁ । ତେବେ ସେ କେଉଁ ପରିସ୍ଥିତିରେ ଏଠାକୁ ଆସିଲେ ଏବଂ ମୃତ୍ୟୁ କିପରି ହେଲା ? ଏପରି ଅନେକ ପ୍ରଶ୍ନର ଖୋଲତାଡ଼ କରୁଛି ପୋଲିସ ।  

ନଦୀରେ ଭାସୁଛି ଅଜଣା ମୃତଦେହ, କାରଣ ଖୋଜୁଛି ପୋଲିସ

ଆନନ୍ଦପୁର ୦୯।୦୪ : ନଦୀରେ ଭାସୁଛି ଅଜଣା ମୃତଦେହ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବୈତରଣୀ ନଦୀର ଖପରାଖାଇ ଡଙ୍ଗା ଘାଟରୁ ଜଣେ ଅଜଣା ବୃଦ୍ଧଙ୍କ ମୃତଦେହ ଠାବ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆରମ୍ଭ କରିଛି ତଦନ୍ତ । 

ଖବର ଅନୁଯାୟୀ, ବୈତରଣୀ ନଦୀର ଖପରାଖାଇ ଡଙ୍ଗା ଘାଟରେ ଜଣେ ବୃଦ୍ଧଙ୍କ ମୃତଦେହ ମୁହଁମାଡି ପଡିଥିବାର ଦେଖିଥିଲେ କିଛି ଲୋକେ । ଏହାପରେ ତୁରନ୍ତ ଘଷିପୁରା ପୋଲିସକୁ ଖବର ଦେଇଥିଲେ । ଘଷିପୁରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ମୃତ ବୃଦ୍ଧଙ୍କ ପରିଚୟ ମିଳିନାହିଁ । ତେବେ ସେ କେଉଁ ପରିସ୍ଥିତିରେ ଏଠାକୁ ଆସିଲେ ଏବଂ ମୃତ୍ୟୁ କିପରି ହେଲା ? ଏପରି ଅନେକ ପ୍ରଶ୍ନର ଖୋଲତାଡ଼ କରୁଛି ପୋଲିସ ।