ହୋମଗାର୍ଡ ପଦବୀରେ ଆବେଦନ ପାଇଁ ଆଶାୟୀଙ୍କ ଲମ୍ବା ଧାଡ଼ି, ବାହାରିଛି ୧୧୨ ପୋଷ୍ଟ
କଟକ: ହୋମଗାର୍ଡ ପଦବୀ ପାଇଁ ବିଜ୍ଞାପନ ପରେ ହୋମଗାର୍ଡ କମାଣ୍ଡାଣ୍ଟଙ୍କ କାର୍ଯ୍ୟାଳୟରେ ଆଶାୟୀଙ୍କ ଭିଡ଼। ଚାକିରି ପାଇଁ ନାଁ ପଞ୍ଜୀକରଣ ପାଇଁ ଲାଗିଛି ଯୁବକ, ଯୁବତୀଙ୍କ ଲମ୍ବା ଧାଡ଼ି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ସ୍ଥିତ ହୋମଗାର୍ଡ କମାଣ୍ଡାଣ୍ଟଙ୍କ କାର୍ଯ୍ୟାଳୟରେ ।ସୂଚନା ଅନୁଯାୟୀ, କଟକରେ ୧୧୨ ହୋମଗାର୍ଡ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା। ଆଉ ବିଜ୍ଞାପନ ପରେ ଶହ ଶହ ସଂଖ୍ୟାରେ ଆଶାୟୀ ଆବେଦନ ପାଇଁ କାର୍ଯ୍ୟାଳୟ ସମ୍ମୁଖରେ ଭିଡ଼ ଜମାଇଛନ୍ତି। ବଡ଼ କଥା ହେଲା ହୋମଗାର୍ଡ ଚାକିରି ପାଇଁ ସର୍ବନିମ୍ନ ଯୋଗ୍ୟତା ମାଟ୍ରିକ ଥିବାବେଳେ, ଅଧିକାଂଶ ସ୍ନାତ୍ତକ, ସ୍ନାତକୋତ୍ତର, ଇଞ୍ଜିନିୟରିଂ ଡିପ୍ଲୋମା ଓ କମ୍ପ୍ୟୁଟର ସାଇନ୍ସ ପାସ୍ କରିଥିବା ଯୁବକ, ଯୁବତୀ ଆବେଦନ କରୁଥିବା ଦେଖିବାକୁ ମିଳିଛି। ହୋମଗାର୍ଡ ଚାକିରିରେ ଦରମା ବ୍ୟବସ୍ଥା ନଥିବାବେଳେ, ଭତ୍ତା ବ୍ୟବସ୍ଥା ରହିଛି। ତଥାପି ବହୁ ଉଚ୍ଚଶିକ୍ଷିତ ହୋମଗାର୍ଡ ପଦବୀ ପାଇଁ ଆବେଦନ କରୁଥିବା ଦେଖାଯାଇଛି। କିଛି ଆଶାୟୀ କହିଛନ୍ତି ଚାକିରି ସୁଯୋଗ ଏତେ ଭଲ ନାହିଁ ଏଥିପାଇଁ ହୋମଗାର୍ଡ ପଦବୀ ହେଲେବି ଆବେଦନ କରୁଛୁ। କିଛି ଯୁବକ, ଯୁବତୀ କହିଛନ୍ତି କୌଣସି ଚାକିରି ଛୋଟ କ’ ବଡ଼ ନୁହେଁ। ସବୁ ଚାକିରିରେ ଲୋକଙ୍କ ସେବା କରିବାର ସୁଯୋଗ ରହିଛି। ସେହିଭଳି ଅନ୍ୟ କିଛି ଆବେଦନକାରୀଙ୍କ କହିବା ଅନୁସାରେ ଛୋଟ ସ୍ତରରୁ ଚାକିରି ଆରମ୍ଭ କରି ଶିକ୍ଷାଗତ ଯୋଗ୍ୟତା ଓ ଦକ୍ଷତା ଆ
କଟକ: ହୋମଗାର୍ଡ ପଦବୀ ପାଇଁ ବିଜ୍ଞାପନ ପରେ ହୋମଗାର୍ଡ କମାଣ୍ଡାଣ୍ଟଙ୍କ କାର୍ଯ୍ୟାଳୟରେ ଆଶାୟୀଙ୍କ ଭିଡ଼। ଚାକିରି ପାଇଁ ନାଁ ପଞ୍ଜୀକରଣ ପାଇଁ ଲାଗିଛି ଯୁବକ, ଯୁବତୀଙ୍କ ଲମ୍ବା ଧାଡ଼ି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ସ୍ଥିତ ହୋମଗାର୍ଡ କମାଣ୍ଡାଣ୍ଟଙ୍କ କାର୍ଯ୍ୟାଳୟରେ ।
ସୂଚନା ଅନୁଯାୟୀ, କଟକରେ ୧୧୨ ହୋମଗାର୍ଡ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା। ଆଉ ବିଜ୍ଞାପନ ପରେ ଶହ ଶହ ସଂଖ୍ୟାରେ ଆଶାୟୀ ଆବେଦନ ପାଇଁ କାର୍ଯ୍ୟାଳୟ ସମ୍ମୁଖରେ ଭିଡ଼ ଜମାଇଛନ୍ତି। ବଡ଼ କଥା ହେଲା ହୋମଗାର୍ଡ ଚାକିରି ପାଇଁ ସର୍ବନିମ୍ନ ଯୋଗ୍ୟତା ମାଟ୍ରିକ ଥିବାବେଳେ, ଅଧିକାଂଶ ସ୍ନାତ୍ତକ, ସ୍ନାତକୋତ୍ତର, ଇଞ୍ଜିନିୟରିଂ ଡିପ୍ଲୋମା ଓ କମ୍ପ୍ୟୁଟର ସାଇନ୍ସ ପାସ୍ କରିଥିବା ଯୁବକ, ଯୁବତୀ ଆବେଦନ କରୁଥିବା ଦେଖିବାକୁ ମିଳିଛି।
ହୋମଗାର୍ଡ ଚାକିରିରେ ଦରମା ବ୍ୟବସ୍ଥା ନଥିବାବେଳେ, ଭତ୍ତା ବ୍ୟବସ୍ଥା ରହିଛି। ତଥାପି ବହୁ ଉଚ୍ଚଶିକ୍ଷିତ ହୋମଗାର୍ଡ ପଦବୀ ପାଇଁ ଆବେଦନ କରୁଥିବା ଦେଖାଯାଇଛି। କିଛି ଆଶାୟୀ କହିଛନ୍ତି ଚାକିରି ସୁଯୋଗ ଏତେ ଭଲ ନାହିଁ ଏଥିପାଇଁ ହୋମଗାର୍ଡ ପଦବୀ ହେଲେବି ଆବେଦନ କରୁଛୁ। କିଛି ଯୁବକ, ଯୁବତୀ କହିଛନ୍ତି କୌଣସି ଚାକିରି ଛୋଟ କ’ ବଡ଼ ନୁହେଁ। ସବୁ ଚାକିରିରେ ଲୋକଙ୍କ ସେବା କରିବାର ସୁଯୋଗ ରହିଛି। ସେହିଭଳି ଅନ୍ୟ କିଛି ଆବେଦନକାରୀଙ୍କ କହିବା ଅନୁସାରେ ଛୋଟ ସ୍ତରରୁ ଚାକିରି ଆରମ୍ଭ କରି ଶିକ୍ଷାଗତ ଯୋଗ୍ୟତା ଓ ଦକ୍ଷତା ଆଧାରରେ ବହୁ ଉପରକୁ ଯାଇ ହେବ। ତେଣୁ ଏବେ ସରକାର ଭତ୍ତା ବଢ଼ାଇଥିବା ଯୋଗୁ ଉଚ୍ଚ ଶିକ୍ଷିତ ମଧ୍ୟ ଏହି ଚାକିରି ପାଇଁ ଆବେଦନ କରିବାରେ କିଛି ଅସୁବିଧା ନାହିଁ ବୋଲି ଆବେଦନକାରୀ କହିଛନ୍ତି।