ଦୁଇ ପୁଅଙ୍କ କଳିରେ ବଳି ପଡିଲେ ବୃଦ୍ଧା ମା’, ପେଟକୁ ମୁଠାଏ ଦାନା ପାଇଁ ହେଉଛନ୍ତି କାକୁତି ମିନତି
ବାଲେଶ୍ୱର : ୧୦ ମାସ ଦଶ ଦିନ ଗର୍ଭରେ ଧରି କେତେ କଷ୍ଟ କରି ପୁଅ ଜନ୍ମ କରିଥିଲି । ତାଙ୍କ ଅଳି ଅଝଟ ସହି ଦୁଇ ପୁଅଙ୍କୁ ବଡ କଲି । ହେଲେ ପରିଣତ ବୟସରେ ପେଟକୁ ମୁଠାଏ ଦାନା ପାଇଁ କାକୁତି ମିନତି ହେବାକୁ ପଡ଼ୁଛି । ପୁଅକୁ ପାଠ ପଢ଼ାଇ ଠାକ୍ତର କଲି ହେଲେ ଆଜି ସେ ମୋତେ ଖାଇବାକୁ ମୁଠେ ଦେଉନି । ଲୋକଙ୍କୁ ଠାକୁରଙ୍କ ଦିକ୍ଷା ଦେଉଛି ହେଲେ ଘରେ […] The post ଦୁଇ ପୁଅଙ୍କ କଳିରେ ବଳି ପଡିଲେ ବୃଦ୍ଧା ମା’, ପେଟକୁ ମୁଠାଏ ଦାନା ପାଇଁ ହେଉଛନ୍ତି କାକୁତି ମିନତି appeared first on KNews Odisha.

ବାଲେଶ୍ୱର : ୧୦ ମାସ ଦଶ ଦିନ ଗର୍ଭରେ ଧରି କେତେ କଷ୍ଟ କରି ପୁଅ ଜନ୍ମ କରିଥିଲି । ତାଙ୍କ ଅଳି ଅଝଟ ସହି ଦୁଇ ପୁଅଙ୍କୁ ବଡ କଲି । ହେଲେ ପରିଣତ ବୟସରେ ପେଟକୁ ମୁଠାଏ ଦାନା ପାଇଁ କାକୁତି ମିନତି ହେବାକୁ ପଡ଼ୁଛି । ପୁଅକୁ ପାଠ ପଢ଼ାଇ ଠାକ୍ତର କଲି ହେଲେ ଆଜି ସେ ମୋତେ ଖାଇବାକୁ ମୁଠେ ଦେଉନି । ଲୋକଙ୍କୁ ଠାକୁରଙ୍କ ଦିକ୍ଷା ଦେଉଛି ହେଲେ ଘରେ ମୋତେ ମାଡ଼ ମାରୁଛି । ଏ ବୟସରେ ମୋତେ ଏଭଳି ଦିନ ଦେଖିବାକୁ ପଡ଼ୁଛି । ଏ ଥିଲା ଗୋଟେ ମା’ର ଦୁଃଖ ଯିଏ ଗଣାମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି…
ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ବରୁଣଗଡିଆ ପଞ୍ଚାୟତ ଅନ୍ତର୍ଗତ ଚୋରପଦା ଗାଁର ଭଗବାନ ଦାସଙ୍କ ଦୁଇ ପୁଅ ନିଆସି ଦାସ ଏବଂ ଚନ୍ଦନ ଦାସ । ବଡପୁଅ ନିଆସି ଘରୋଇ ହୋମିଓପାଥିକ ଡାକ୍ତର ହୋଇଥିବା ବେଳେ ସାନପୁଅ ଚନ୍ଦନ ଦିନ ମଜୁରିଆ । ଦୁଇ ପୁଅ ଏବଂ ସ୍ତ୍ରୀ ତିଳୋତମାଙ୍କୁ ନେଇ ଭଗବାନଙ୍କ ଥିଲା ଏକ ହସ ଖୁସିର ସଂସାର । ମାତ୍ର ଭଗବାନଙ୍କ ମୃତ୍ୟୁ ପରେ ଏହି ପରିବାର ଉପରେ ଛିଡ଼ି ପଡିଲା ଦୁଃଖର ବାଦଲ । ବାପାଙ୍କ ସମ୍ପତିକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଚାଲିଲା ବିବାଦ । ଏହାକୁ ନେଇ ହୋଇଗଲେ ଦୁଇ ଭାଗ ।
ଦୁଇ ଭାଇଙ୍କ ଭାଗ ମଧ୍ୟରେ ଭାଗ ହୋଇଗଲା ବୃଦ୍ଧା ମାଆ । ଗାଁରେ ବୈଠକ ଡକାଯାଇ ମାଆକୁ ବଡ ଭାଇ ପାଖରେ ମାସେ ଏବଂ ସାନ ଭାଇ ପାଖରେ ମାସେ ରହିବାକୁ ବୈଠକରେ ନିଷ୍ପତ୍ତି ହେଲା । ଏମିତି କିଛି ବର୍ଷ ଚାଲିଲା,ଗତଦେଢ ବର୍ଷ ହେବ ବଡଭାଇ ନିଆସି ଘରଭଡା ନେଇ ଅନ୍ୟ ଜାଗାରେ ରହୁଛନ୍ତି । ହେଲେ ଗ୍ରାମବାସୀଙ୍କ ନିଷ୍ପତ୍ତି ଅନୁସାରେ ମାଆକୁ ପାଖରେ ରଖୁ ନାହାନ୍ତି କି ଭରଣ ପୋଷଣ ଦେଉ ନଥିବା ଅଭିଯୋଗ ହୋଇଛି । ଏନେଇ ଚନ୍ଦନ ମାଆଙ୍କ ଖର୍ଚ୍ଚ ବାବଦକୁ ବଡଭାଇକୁ ମାଗିବାରୁ ଅଧିକ ଜମି ନେଇଥିବାରୁ କାହିଁକି ଦେବି କହିବାରୁ ଆରମ୍ଭ ହୋଇଥିଲା ବିବାଦ । ଯେଉଥି ପାଇଁ ମାମଲା ଯାଇ ଥାନାରେ ପହଞ୍ଚିଲା । ଆଉ ଏହି ଦୁଇ ଭାଇଙ୍କ ବିବାଦରେ ବଳି ପଡିଛନ୍ତି ୮୫ ବର୍ଷୀୟା ବୃଦ୍ଧା ମା’ । ବୟସ ଅତିକ୍ରମ କରିଥିବାରୁ କାନକୁ ଭଲରେ ଶୁଭୁ ନାହିଁ କି ଆଖିକୁ ଭଲ ଭାବରେ ଦେଖା ଯାଉନାହିଁ । ଚଲାବୁଲା କରିବାକୁ ସେତିକି ଶକ୍ତି ସାମର୍ଥ୍ୟ ନଥିବାରୁ ସାନପୁଅ ଚନ୍ଦନଙ୍କ ଘର ବାରଣ୍ଡାରେ ଗୋଟିଏ ସ୍ଥାନରେ ବସିରହି ପର ହାତ ଟେକାକୁ ଚାହିଁ ରହିଛନ୍ତି ।
ତେବେ ବାପା ଭଗବାନଙ୍କ ଦୁଇ ଏକର ୧୦ ଗୁଣ୍ଠ ଜମି ରହିଥିବାରୁ ଗାଁର ନିଷ୍ପତ୍ତି ଅନୁସାରେ ଦୁଇ ଭାଇ ଗୋଟିଏ ଗୋଟିଏ ଏକର ଜମି ନେବେ ଅବଶିଷ୍ଠ ୧୦ ଗୁଣ୍ଠ ଜମି ମା ପାଖରେ ରହିବାର ଧାର୍ଯ୍ୟ ହୋଇଥିଲା । ସେହି ୧୦ ଗୁଣ୍ଠକୁ ମଧ୍ୟ ଗ୍ରାମବାସୀଙ୍କ ଅଜାଣତରେ ଦୁଇ ଭାଇ ଭାଗ କରି ନେଇ ମାଆ ତିଳୋତମାକୁ ପାଖରେ ରଖିବାକୁ ନାରାଜ ହେଉଛନ୍ତି । ଏବେ ଦୁଇ ଭାଇଙ୍କ ଆଖି ବାର୍ଦ୍ଧକ୍ୟ ଭତ୍ତା ବାବଦକୁ, ମାଆଙ୍କ ନାମରେ ବ୍ୟାଙ୍କରେ ଥିବା ୭୦ ହଜାର ଟଙ୍କା ଉପରେ । ଯାହାକୁ ନେଇ ସବୁ ସମୟରେ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହୁଛି ।
ଗତ ବାତ୍ୟା ପୂର୍ବ ଦିନ ବଡ ପୁଅ ନିଆସି ନିଜ ଘର ପାଖରେ ଥିବା ଅମୃତଭଣ୍ଡା ଗଛ ବାତ୍ୟାରେ ଘର ଉପରକୁ ଭାଙ୍ଗି ପଡିବା ଭାବି ଘରକୁ ଯାଇ ଗଛ କାଟିଥିଲେ । ଏହି ସମୟରେ ଚନ୍ଦନ ଆସି ତାଙ୍କୁ ଅଟକାଇବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଉଭୟ ଆହତ ହୋଇଥିଲେ, ଏନେଇ ଉଭୟଙ୍କ ପକ୍ଷରୁ ବସ୍ତା ଥାନାରେ ଦୁଇଟି ଅଲଗା ଅଲଗା ଅଭିଯୋଗ ହୋଇଛି । ସେପଟେ ବଡଭାଇ ନିଆସି ଦାସଙ୍କୁ ପଚାରିବାରୁ ତାଙ୍କ ନାଁରେ ମିଥ୍ୟାରୋପ ଲଗା ଯାଉଛି ବୋଲି କହିଛନ୍ତି ।
The post ଦୁଇ ପୁଅଙ୍କ କଳିରେ ବଳି ପଡିଲେ ବୃଦ୍ଧା ମା’, ପେଟକୁ ମୁଠାଏ ଦାନା ପାଇଁ ହେଉଛନ୍ତି କାକୁତି ମିନତି appeared first on KNews Odisha.