ଦୁଇ ବର୍ଷ ହେବ ଲଗାତାର କମୁଛି ଗହମ ଉତ୍ପାଦନ : ଦେଢ଼ ବର୍ଷ ହେବ କଣ୍ଟ୍ରୋଲ ଦୋକାନରେ ମିଳୁନି ଗହମ

ନୂଆଦିଲ୍ଲ : ଦୀର୍ଘ ଦିନ ହେବ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବଢ଼ିବାରେ ଲାଗିଛି। ଡାଲି, ଚାଉଳ, ତେଲଠାରୁ ଅଟା ପର୍ଯ୍ୟନ୍ତ ସବୁ ସାମଗ୍ରୀର ବଜାର ମୂଲ୍ୟ ଏବେ ଅଣାୟତ୍ତ। ଅଟା କିଲୋ ପିଛା ୪୪ ଟଙ୍କା ଛୁଇଁଲାଣି। ଏଭଳି ସମୟରେ ଦେଶର ସରକାରୀ ଗୋଦାମ ଘରଗୁଡିକରେ ଗହମ ଷ୍ଟକ୍‌ ବା ମହଜୁଦ ପରିମାଣରେ ବୃଦ୍ଧି ହ୍ରାସ ଦେଖିବାକୁ ମିଳିଛି। ବର୍ତ୍ତମାନ ସରକାରୀ ଗୋଦାମ ଘରଗୁଡିକରେ ଗହମ ମହଜୁଦ ପରିମାଣ ୭ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଆସିଛି। ତଥ୍ୟ […]

ଦୁଇ ବର୍ଷ ହେବ ଲଗାତାର କମୁଛି ଗହମ ଉତ୍ପାଦନ : ଦେଢ଼ ବର୍ଷ ହେବ କଣ୍ଟ୍ରୋଲ ଦୋକାନରେ ମିଳୁନି ଗହମ
Wheat production has been continuously decreasing for two years

ନୂଆଦିଲ୍ଲ : ଦୀର୍ଘ ଦିନ ହେବ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବଢ଼ିବାରେ ଲାଗିଛି। ଡାଲି, ଚାଉଳ, ତେଲଠାରୁ ଅଟା ପର୍ଯ୍ୟନ୍ତ ସବୁ ସାମଗ୍ରୀର ବଜାର ମୂଲ୍ୟ ଏବେ ଅଣାୟତ୍ତ। ଅଟା କିଲୋ ପିଛା ୪୪ ଟଙ୍କା ଛୁଇଁଲାଣି। ଏଭଳି ସମୟରେ ଦେଶର ସରକାରୀ ଗୋଦାମ ଘରଗୁଡିକରେ ଗହମ ଷ୍ଟକ୍‌ ବା ମହଜୁଦ ପରିମାଣରେ ବୃଦ୍ଧି ହ୍ରାସ ଦେଖିବାକୁ ମିଳିଛି।

ବର୍ତ୍ତମାନ ସରକାରୀ ଗୋଦାମ ଘରଗୁଡିକରେ ଗହମ ମହଜୁଦ ପରିମାଣ ୭ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଆସିଛି। ତଥ୍ୟ ଅନୁଯାୟୀ ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) ଓ ରାଜ୍ୟ ଏଜେନ୍ସିଗୁଡିକ ନିକଟରେ ଜାନୁୟାରୀ ପହିଲା ସୁଦ୍ଧା ମୋଟ ୧୬୩.୫ ଲକ୍ଷ ଟନ୍‌ ଗହମ ମହଜୁଦ ଥିଲା, ଯାହା ଗତ ୭ ବର୍ଷର ସର୍ବନିମ୍ନ ସ୍ତର ବୋଲି କୁହାଯାଉଛି। କାରଣ ଗୋଦାମ ଘରେ ଗହମ ମହଜୁଦ ପରିମାଣ ୨୦୨୨ର ୩୩୦ ଲକ୍ଷ ଟନ୍‌ ତୁଳନାରେ ୧୬୩ ଲକ୍ଷ ଟନ୍‌କୁ ହ୍ରାସ ଘଟିଛି। ଯାହାଫଳରେ ସରକାରୀ ଗୋଦାମ ଘରେ ମହଜୁଦ ଥିବା ଗହମ ପରିମାଣ ଅଧା ହୋଇଯାଇଛି। ଯାହା ଏବେ ସରକାରଙ୍କ ଚିନ୍ତା ବଢ଼ାଇଦେଇଛି।

ଅପରପକ୍ଷେ କ୍ରମାଗତ ଭାବେ ଦୁଇ ବର୍ଷ ହେବ ଦେଶରେ ଗହମ ଉତ୍ପାଦନ କମିବାରେ ଲାଗିଛି। ତେଣୁ ଆଗକୁ ଗହମ ଅଭାବଜନିତ ପରିସ୍ଥିତି ଦେଖାଦେବା ସୁନିଶ୍ଚିତ। ଏହାହେଲେ ବଜାରରେ ଅଟା ଦର ବଢ଼ିଯିବ। ଦୀର୍ଘ ଦେଢ଼ ବର୍ଷ ହେବ କଣ୍ଟ୍ରୋଲ ଦୋକାନରେ ଗହମ ମିଳୁନାହିଁ। ଏଭଳିସ୍ଥଳେ ଅଟା ଦର ବଢ଼ିଲେ ଗରିମ ଏବଂ ମଧ୍ୟବିତ୍ତ ପରିବାରଙ୍କ ପାଇଁ ରୁଟି ଥାଳି ମହଙ୍ଗା ହୋଇଯିବ।

୨୦୧୭ରେ ସାରା ଦେଶର ସରକାରୀ ଗୋଦାମ ଘରଗୁଡିକରେ ୧୩୭.୫ଲକ୍ଷ ଟନ ଗହମ ମହଜୁଦ ଥିବା ରେକର୍ଡ ହୋଇଥିଲା। ତେବେ ୨୦୨୧ରେ ସବୁଠାରୁ ଅଧିକ ଗହମ ମହଜୁଦ ଥିଲା। ସେତେବେଳେ ଗୋଦାମ ଘରେ ଗହମର ମୋଟ ଷ୍ଟକ ପରିମାଣ ୩୪୨.୯୦ ଲକ୍ଷ ଟନ୍‌ ଥିଲା। ତେବେ ୨୦୨୨ରେ ଏଥିରେ ହ୍ରାସ ହୋଇ ୩୩୦.୧୨ ଲକ୍ଷ ଟନ୍‌ ଓ ୨୦୨୩ରେ ୧୭୧.୩୧ ଲକ୍ଷ ଟନ୍‌କୁ ଖସିଆସିଥିଲା। ଉଭୟ ଚାଉଳ ଓ ଗହମ ମହଜୁଦ ପରିମାଣକୁ ମିଶାଇଲେ ଏହା ମୋଟ ୬୮୦ ଲକ୍ଷ ଟନ୍‌ ହେବ। ବର୍ତ୍ତମାନ ଗହମ ଷ୍ଟକ୍ ସେତେବେଳେ ହ୍ରାସ ହୋଇଛି, ଯେତେବେଳେ ସେପ୍ଟେମ୍ବର ୨୦୨୨ରୁ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ କ୍ରମାଗତ ଭାବେ ୧୫ ମାସ ପର୍ଯ୍ୟନ୍ତ ମୁଦ୍ରାସ୍ପୀତି ଦୁଇ ଅଙ୍କରେ ରହିଥିଲା।

କ୍ରମାଗତ ଭାବେ ଦୁଇ ବର୍ଷ ହେବ ଗହମ ଉତ୍ପାଦନରେ ହ୍ରାସ ଏହାର ମୁଖ୍ୟ କାରଣ। ବିଶ୍ୱର ଦ୍ୱିତୀୟ ବୃହତ୍‌ ଗହମ ଉତ୍ପାଦନକାରୀ ଭାବେ ଗତ ବର୍ଷଠାରୁ ରପ୍ତାନୀ ବନ୍ଦ କରିଦେଇଛି। କାରଣ ଏଳ୍‌ନିନୋ ପ୍ରଭାବରେ ଜଳବାୟୂୁ ଉତ୍ତପ୍ତ ରହିବା ଯୋଗୁ ଗହମ ଉତ୍ପାଦନ ହ୍ରାସ ହୋଇଥିଲା। ଏପରିସ୍ଥିତିରେ ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ବିଶ୍ୱରେ ଗହମ ଦର ବୃଦ୍ଧିର କାରଣ ପାଲଟିଥିଲା। ତେବେ ୨୦୨୩ରେ ଆମେରିକୀୟ ଗହମ ଦର ୩୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘଟିଥିଲା। ଭାରତ ସରକାରଙ୍କ ରପ୍ତାନୀ କଟକଣା ସତ୍ତ୍ୱେ ଗହମ ମୂଲ୍ୟ ୨୦ ପ୍ରତିଶତରୁ ଅଧିକ ବଢିଛି।