ଦୁଇ ବାଇକ୍‌ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ, ୩ ମେଡ଼ିକାଲ୍‌ରେ

ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ଦୁଇ ବାଇକ୍‌ ଚାଳକ ମୁଣ୍ଡା ଧନୁର୍ଯ୍ୟ ଝାଙ୍କର ଓ ଡ଼ଙ୍ଗାମରା ଗାଁର ଉତ୍ତମ ବନଛୋରଙ୍କୁ ମୃତ ଘୋଷଣା କରିଥିଲେ।

ଦୁଇ ବାଇକ୍‌ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ, ୩ ମେଡ଼ିକାଲ୍‌ରେ

ଅନ୍ଧାର ରାତିରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା। ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ରାତିରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବଲାଙ୍ଗିର ଜିଲ୍ଲା ଧାମନଡଙ୍ଗା ଗାଁ ନିକଟରେ ଘଟିଛି।

ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ପିପଲ ମୁଣ୍ଡା ଧନୁର୍ଯ୍ୟ ଝାଙ୍କର ଓ ତାଙ୍କର ସାଥୀ ତୁଳାରାମ ମଲ୍ଲିକ ବାଇକ୍‌ରେ କୌଣସି କାମରେ କଣ୍ଟାବାଞ୍ଜି ଯାଇଥିଲେ। ରାତି ପ୍ରାୟ ୯ଟା ବେଳେ ସେମାନେ ଘରକୁ ଫେରୁଥିଲେ। ତେବେ ଧାମନଡଙ୍ଗା ଗାଁ ନିକଟରେ ସମ୍ମୁଖରୁ ଆସୁଥିବା ବାଇକ୍‌ ସହିତ ମୁହାଁମୁମହିଁ ଧକ୍କା ହୋଇଥିଲା। ଯାହାଫଳରେ ଦୁଇ ବାଇକ୍‌ରେ ଥିବା ୫ ଜଣ ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ଦୁଇ ବାଇକ୍‌ ଚାଳକ ମୁଣ୍ଡା ଧନୁର୍ଯ୍ୟ ଝାଙ୍କର ଓ ଡ଼ଙ୍ଗାମରା ଗାଁର ଉତ୍ତମ ବନଛୋରଙ୍କୁ ମୃତ ଘୋଷଣା କରିଥିଲେ। ତେବେ ବାକି ୩ ଜଣ ତୁଳାରାମ ମଲ୍ଲିକ, ପବିତ୍ର କୁଆଁର ଓ ଅଭି ବନଛୋରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି। ମିଳିଥିବା ସୂଚନା ଅନୁସାରେ ଗୋଟିଏ ବାଇକ୍‌ରେ ଦୁଇ ଜଣ ଥିବା ବେଳେ ଅନ୍ୟ ବାଇକ୍‌ରେ ୩ ଜଣ ଥିଲେ।

ରିପୋର୍ଟ- କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ