ଦିଲ୍ଲୀ ଇତିହାସରେ ପ୍ରଥମଥର ରାଜରାସ୍ତାରେ ହୋଇ ନାହିଁ ଇଦ ନମାଜ, ଇମାମ ମାନଙ୍କୁ ଶୁଭେଚ୍ଛା ଜଣାଇଲେ LG

ନୂଆଦିଲ୍ଲୀ ୧୧।୪: ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଏଲଜି) ଭି.କେ.ସକ୍ସେନା ଗୁରୁବାର କହିଛନ୍ତି ଯେ ଚଳିତବର୍ଷ ଇଦରେ ଦିଲ୍ଲୀ ଇତିହାସରେ ବୋଧ ହୁଏ ପ୍ରଥମ ଥର ସଡ଼କ ବଦଳେ ମସଜିଦମାନଙ୍କରେ ନମାଜ କରାଯାଇଛି। ସେ କହିଛନ୍ତି ଯେ ଏହା ସୌହାର୍ଦ୍ଦ୍ୟ ଓ ସହାବସ୍ଥାନର ଉତ୍କୃଷ୍ଟ ଉଦାହରଣ। ଭି.କେ. ସକ୍ସେନା ଗୁରୁବାର ଇଦ ଅବସରରେ ଲୋକଙ୍କୁ ସୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ ସବୁ ପ୍ରସଙ୍ଗର ସମାଧାନ ପାରସ୍ପାରିକ ଆଲୋଚନା ଓ ସଦଭାବନାର ସହିତ କରାଯାଇ ପାରିବ ବୋଲି ଏଥିରୁ ପ୍ରମାଣିତ ହୋଇଛି। ମୁସଲମାନ ସମ୍ପ୍ରଦାୟର ଖାସ ପର୍ବ ଇଦ ଅବସରରେ ଦିଲ୍ଲୀ ଏଲଜି ଏକ୍ସ ରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ଏଥିରେ ଦିଲ୍ଲୀର କୌଣସି ଠାରେ ଏଥର ସଡକରେ ନମାଜ କରାଯାଇ ନଥିବା ଓ କୌଣସି ସ୍ଥାନରେ ଅପ୍ରିୟ ଘଟଣା ଘଟିନଥିବା ଉଲ୍ଲେଖ କରିଛନ୍ତି। ଦିଲ୍ଲୀ ଏଲଜି ଏକ୍ସରେ ଇଦ-ଉଲ-ଫିତ୍ର ବଧାଇକୁ ଦୋହରାଇବା ସହ ଦିଲ୍ଲୀର ତମାମ ମସଜିଦ ଓ ଇଦଗାହମାନଙ୍କର ଇମାମଙ୍କୁ ତଥା ମୁସଲମାନମାନଙ୍କୁ ରାଜରାସ୍ତାରେ ନମାଜ କରି ନଥିବାରୁ ହୃଦୟରୁ ଧନ୍ୟବାଦ ଅର୍ପଣ କରୁଥିବା ଉଲ୍ଲେଖ କରିଛନ୍ତି। ईद-उल-फ़ितर की बधाइयों को दोहराते हुये मैं दिल्ली की तमाम मस्जिदों और ईदगाहों के इमामों और हमारे सभी मुसलमान भाईयों का मस्जिद परिसरों के अंदर ही नमाज़ अदा करने के लिये दिल से शुक्रिया अदा करता हूं। pic.twitter.com/jmSauQKyPa— L

ଦିଲ୍ଲୀ ଇତିହାସରେ ପ୍ରଥମଥର ରାଜରାସ୍ତାରେ ହୋଇ ନାହିଁ ଇଦ ନମାଜ, ଇମାମ ମାନଙ୍କୁ ଶୁଭେଚ୍ଛା ଜଣାଇଲେ LG

ନୂଆଦିଲ୍ଲୀ ୧୧।୪: ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଏଲଜି) ଭି.କେ.ସକ୍ସେନା ଗୁରୁବାର କହିଛନ୍ତି ଯେ ଚଳିତବର୍ଷ ଇଦରେ ଦିଲ୍ଲୀ ଇତିହାସରେ ବୋଧ ହୁଏ ପ୍ରଥମ ଥର ସଡ଼କ ବଦଳେ ମସଜିଦମାନଙ୍କରେ ନମାଜ କରାଯାଇଛି। ସେ କହିଛନ୍ତି ଯେ ଏହା ସୌହାର୍ଦ୍ଦ୍ୟ ଓ ସହାବସ୍ଥାନର ଉତ୍କୃଷ୍ଟ ଉଦାହରଣ। ଭି.କେ. ସକ୍ସେନା ଗୁରୁବାର ଇଦ ଅବସରରେ ଲୋକଙ୍କୁ ସୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ ସବୁ ପ୍ରସଙ୍ଗର ସମାଧାନ ପାରସ୍ପାରିକ ଆଲୋଚନା ଓ ସଦଭାବନାର ସହିତ କରାଯାଇ ପାରିବ ବୋଲି ଏଥିରୁ ପ୍ରମାଣିତ ହୋଇଛି। 

ମୁସଲମାନ ସମ୍ପ୍ରଦାୟର ଖାସ ପର୍ବ ଇଦ ଅବସରରେ ଦିଲ୍ଲୀ ଏଲଜି ଏକ୍ସ ରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ଏଥିରେ ଦିଲ୍ଲୀର କୌଣସି ଠାରେ ଏଥର ସଡକରେ ନମାଜ କରାଯାଇ ନଥିବା ଓ କୌଣସି ସ୍ଥାନରେ ଅପ୍ରିୟ ଘଟଣା ଘଟିନଥିବା ଉଲ୍ଲେଖ କରିଛନ୍ତି। ଦିଲ୍ଲୀ ଏଲଜି ଏକ୍ସରେ ଇଦ-ଉଲ-ଫିତ୍ର ବଧାଇକୁ ଦୋହରାଇବା ସହ ଦିଲ୍ଲୀର ତମାମ ମସଜିଦ ଓ ଇଦଗାହମାନଙ୍କର ଇମାମଙ୍କୁ ତଥା ମୁସଲମାନମାନଙ୍କୁ ରାଜରାସ୍ତାରେ ନମାଜ କରି ନଥିବାରୁ ହୃଦୟରୁ ଧନ୍ୟବାଦ ଅର୍ପଣ କରୁଥିବା ଉଲ୍ଲେଖ କରିଛନ୍ତି। 


ସକ୍ସେନା କହିଛନ୍ତି ଯେ ମସଜିଦ ଭିତରେ ନମାଜ କରି ମୁସଲମାନ ସମୂଦାୟର ସଦସ୍ୟମାନେ ଓ ଇମାମମାନେ ଏହା ସୁନିଶ୍ଚିତ କରିଛନ୍ତି ଯେ ସଡକରେ ଯେପରି ଜାମ ନ ହୁଏ କି ସାଧାରଣ ଲୋକେ କୌଣସି ସମସ୍ୟାରେ ନ ପଡନ୍ତୁ। ଏଲଜି କହିଛନ୍ତି ଯେ ଦିଲ୍ଲୀ ଇତିହାସରେ ବୋଧ ହୁଏ ଏହା ପ୍ରଥମ ଥର ହୋଇଛି, ଲୋକେ ମସଜିଦ ଓ ଇଦଗାହମାନଙ୍କରେ ନମାଜ ପାଠ କରିଛନ୍ତି। ଆଜି ଏପରି କରି ଦିଲ୍ଲୀ ଏକ ମହାନ ଉଦାହରଣ ସୃଷ୍ଟି କରିଛି। 


ଏଲଜି କହିଛନ୍ତି ଯେ ଗତ ଏପ୍ରିଲ ୪ ତାରିଖ ଦିନ ହୋଇଥିବା ବୈଠକରେ ଅନେକ ଇମାମଙ୍କ ସହିତ ସେ ଏ ବିଷୟରେ ଆଲୋଚନା କରିଥିଲେ ଓ ସେମାନଙ୍କୁ ଜନବହୁଳ ସଡ଼କରେ ନମାଜ ନ କରିବାକୁ ନିବେଦନ କରିଥିଲେ। ସେ କହିଛନ୍ତି ଯେ ସମାଜ ନମାଜର ଅଲଗା ଅଲଗା ସମୟ ଲାଗି ତାଙ୍କ ପରାମର୍ଶକୁ ସ୍ୱାଗତ କରିଥିଲେ ଓ ଭରସା ଦେଇଥିଲେ ଯେ ନିଶ୍ଚିତ ଲାଗୁ କରାଯିବ। ସେହି ଅନୁସାରେ ଜାତୀୟ ରାଜଧାନୀର ମୁସଲମାନମାନେ ଇଦ ନମାଜ ମସଜିଦରେ ପଢିଛନ୍ତି।