ହରିଶଙ୍କରରେ ଉଛୁଲିଲା ଝରଣା ପାଣି, ଭୟରେ ଦୌଡିଲେ ଗାଧୋଉଥିବା ପର୍ଯ୍ୟଟକ
ବଲାଙ୍ଗିର ୨୧।୮: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ପ୍ରମୁଖ ଶୈବପୀଠ ତଥା ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଝରଣାରେ ଉଚ୍ଛୁଳିଆ । ଯାହା ଫଳରେ କିଛି ସମୟ ପାଇଁ ହରିଶଙ୍କର ଝରଣା କୂଳରେ ହୋହଲ୍ଲା ହୋଇଥିଲା । ଝରଣାରେ ଗାଧୋଉ ଥିବା ପର୍ଯ୍ୟଟକ ଭୟରେ ଧାଇଁ ପଳାଇ ଆସିଥିଲେ । ଏପରି କି ଝରଣା ଉଛୁଳି ହନୁମାନ ମୂର୍ତ୍ତି ପଟୁ ନୂଆ ଭୋଗ ମଣ୍ଡପ ସମ୍ମୁଖ ଦେଇ ପାଣି ବୋହିଥିଲା । ଅଳ୍ପ ସମୟ ପରେ ପୁଣି ଝରଣା ପାଣି ସ୍ଵାଭାବିକ ହୋଇଥିଲା ।ଝରଣା ଉଛୁଳିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପାହାଡ ଉପରେ ପ୍ରବଳ ବର୍ଷା ହେବା ଫଳରେ ଏଭଳି ହୋଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ୪ ବର୍ଷ ତଳେ ମଧ୍ୟ ଏଠାରେ ଝରଣା ପାଣି ଉଛୁଳି ରେଲିଂ, କାନ୍ଥ ଆଦି ଭାଙ୍ଗି ଯାଇଥିଲା । ଅଘଟଣ ରୋକିବାକୁ ପ୍ରଶାସନ ସଜାଗ ରହିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।You Can Read:ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ, ମାହାଙ୍ଗା ଥାନା ସମ୍ମୁଖରେ ପେଟ୍ରୋଲ ଢାଳି ଆତ୍ମାହୂତି ଉଦ୍ୟମ କରିଥିଲେ
ବଲାଙ୍ଗିର ୨୧।୮: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ପ୍ରମୁଖ ଶୈବପୀଠ ତଥା ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଝରଣାରେ ଉଚ୍ଛୁଳିଆ । ଯାହା ଫଳରେ କିଛି ସମୟ ପାଇଁ ହରିଶଙ୍କର ଝରଣା କୂଳରେ ହୋହଲ୍ଲା ହୋଇଥିଲା । ଝରଣାରେ ଗାଧୋଉ ଥିବା ପର୍ଯ୍ୟଟକ ଭୟରେ ଧାଇଁ ପଳାଇ ଆସିଥିଲେ । ଏପରି କି ଝରଣା ଉଛୁଳି ହନୁମାନ ମୂର୍ତ୍ତି ପଟୁ ନୂଆ ଭୋଗ ମଣ୍ଡପ ସମ୍ମୁଖ ଦେଇ ପାଣି ବୋହିଥିଲା । ଅଳ୍ପ ସମୟ ପରେ ପୁଣି ଝରଣା ପାଣି ସ୍ଵାଭାବିକ ହୋଇଥିଲା ।
ଝରଣା ଉଛୁଳିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପାହାଡ ଉପରେ ପ୍ରବଳ ବର୍ଷା ହେବା ଫଳରେ ଏଭଳି ହୋଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ୪ ବର୍ଷ ତଳେ ମଧ୍ୟ ଏଠାରେ ଝରଣା ପାଣି ଉଛୁଳି ରେଲିଂ, କାନ୍ଥ ଆଦି ଭାଙ୍ଗି ଯାଇଥିଲା । ଅଘଟଣ ରୋକିବାକୁ ପ୍ରଶାସନ ସଜାଗ ରହିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।
You Can Read:
ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ, ମାହାଙ୍ଗା ଥାନା ସମ୍ମୁଖରେ ପେଟ୍ରୋଲ ଢାଳି ଆତ୍ମାହୂତି ଉଦ୍ୟମ କରିଥିଲେ