ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଏମ୍ପି ଅନନ୍ତ ନାୟକ
କେନ୍ଦୁଝର,୧୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ବାଦାମପାହାଡ଼-କେନ୍ଦୁଝରଗଡ଼ ରେଳମାର୍ଗ ପ୍ରକଳ୍ପକୁ ଅନୁମୋଦନ କରାଯାଇଥିବାରୁ କେନ୍ଦୁଝର ଏମ୍ପି ଅନନ୍ତ ନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି। ଦୀର୍ଘଦିନରୁ କେନ୍ଦୁଝର ଓ ମୟୂରଭଞ୍ଜ ଜିଲାର ଲୋକଙ୍କ ଦ୍ୱାରା କରାଯାଇଥିବା ଏହି ଦାବିକୁ ପୂରଣ କରାଯାଇଛି। କ୍ୟାବିନେଟ୍ ଅନୁମୋଦନ ପରେ ଏହି ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ବିତ ହେବ ଓ ଉଭୟ […] The post ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଏମ୍ପି ଅନନ୍ତ ନାୟକ appeared first on Dharitri Odia News.
କେନ୍ଦୁଝର,୧୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ବାଦାମପାହାଡ଼-କେନ୍ଦୁଝରଗଡ଼ ରେଳମାର୍ଗ ପ୍ରକଳ୍ପକୁ ଅନୁମୋଦନ କରାଯାଇଥିବାରୁ କେନ୍ଦୁଝର ଏମ୍ପି ଅନନ୍ତ ନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି। ଦୀର୍ଘଦିନରୁ କେନ୍ଦୁଝର ଓ ମୟୂରଭଞ୍ଜ ଜିଲାର ଲୋକଙ୍କ ଦ୍ୱାରା କରାଯାଇଥିବା ଏହି ଦାବିକୁ ପୂରଣ କରାଯାଇଛି। କ୍ୟାବିନେଟ୍ ଅନୁମୋଦନ ପରେ ଏହି ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ବିତ ହେବ ଓ ଉଭୟ ଜିଲାକୁ ଏହାର ଲାଭ ମିଳିବ ବୋଲି ନାୟକ ତାଙ୍କର ପ୍ରତକ୍ରିୟାରେ କହିଛନ୍ତି।
ଉଲ୍ଲେଖନୀୟ ଯେ, କିଛିଦିନ ପୂର୍ବରୁ ଶ୍ରୀ ନାୟକ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଏହି ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ଅନୁରୋଧ କରିଥିଲେ।
ସେ ଆହୁରି କହିଛନ୍ତି, ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ରେଳ ମନ୍ତ୍ରଣାଳୟର ୮ଟି ନୂଆ ରେଳ ମାର୍ଗ ପ୍ରକଳ୍ପକୁ ଅନୁମୋଦନ କରାଯାଇଥିବା ବେଳେ ସେଥିର ୬ଟି ପ୍ରକଳ୍ପ ଓଡିଶାର ରହିଛି। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶାର ବିକାଶ ପାଇଁ ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି ବୋଲି ନାୟକ କହିଛନ୍ତି।
ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା କେନ୍ଦୁଝର, ମୟୂରଭଞ୍ଜ ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଆର୍ଥିକ ଅଭିବୃଦ୍ଧି ହେବା ସହ ପର୍ଯ୍ୟଟନ ଏବଂ ନିଯୁକ୍ତି ସୁଯୋଗ ବୃଦ୍ଧି ହେବ। ଓଡ଼ିଶା ଓ ପଡ଼ୋଶୀ ରାଜ୍ୟର ଶିଳ୍ପାଞ୍ଚଳର ବିକାଶ ହେବ।
The post ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଏମ୍ପି ଅନନ୍ତ ନାୟକ appeared first on Dharitri Odia News.