ଭାରତର ଏପରି ଖେଳାଳୀ, ଯାହାଙ୍କୁ ସମ୍ମାନିତ କରିଛି ଭାରତୀୟ ସେନା

ନୂଆଦିଲ୍ଲୀ ୧୫।୦୮: ଦେଶ ପାଳୁଛି ୭୮ତମ ସ୍ୱାଧୀନତା ଦିବସ । ସ୍ବାଧୀନତା ପରେ ଦେଶକୁ ସୁରକ୍ଷା ଦେଉଛନ୍ତି ଭାରତୀୟ ସେନା । କିନ୍ତୁ ଏପରି କିଛି ପ୍ଲେୟର ଅଛନ୍ତି ଯେଉଁମାନେ ଆନ୍ତର୍ଜାତୀୟ ସ୍ତରରେ ଭାରତର ପତାକା ଉତ୍ତୋଳନ କରିଥିଲେ । ଏହି କାମ ପାଇଁ ଭାରତୀୟ ସେନା ତାଙ୍କୁ ସମ୍ମାନଜନକ ପଦବୀରେ ସମ୍ମାନିତ କରିଥିଲେ । ଏହି ଲିଷ୍ଟର ପ୍ରଥମରେ ଅଛନ୍ତି ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ବିଜେତା  ନୀରଜ ଚୋପ୍ରା । ୨୦୧୬ରେ ସେ ଭାରତୀୟ ସେନାର ୪ର୍ଥ ରାଜପୁତାନା ରାଇଫଲ୍ସ ୟୁନିଟରେ   ନାଏବ ସୁବେଦାର ଭାବରେ ଯୋଗ ଦେଇଥିଲେ । ୨୦୧୮ରେ ତାଙ୍କୁ ସୁବେଦାର କରାଯାଇଥିଲା ।  ଏହାପରେ ତାଙ୍କୁ ସୁବେଦାର ମେଜର ଭାବରେ ପଦୋନ୍ନତି ଦିଆଯାଇଥିଲା। ୨୦୦୮ ବେଜିଂ ଅଲିମ୍ପିକ୍ସରେ ସୁଟିଂରେ ସ୍ୱର୍ଣ୍ଣ ଜିତିଥିବା ପ୍ରଥମ ଭାରତୀୟ ହେଉଛନ୍ତି ଅଭିନଭ ବିନ୍ଦ୍ର । ସେ ଭାରତୀୟ ସେନାର ଟେରିଟେରାଲ୍ ଆର୍ମିରେ ସମ୍ମାନଜନକ ପଦବୀ ପାଇଛନ୍ତି । ୨୦୧୧ରେ ସେନା ତାଙ୍କୁ ଲେଫ୍ଟନାଣ୍ଟ କର୍ଣ୍ଣଲ ପଦ ଦେଇଥିଲେ । ଟିମ୍ ଇଣ୍ଡିଆର ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ତାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ସମସ୍ତ ଆଇସିସି ଟ୍ରଫି ଜିତିଛି । ୨୦୧୧ରେ ଯେତେବେଳେ ଭାରତ ଓ୍ବାନଡେ ବିଶ୍ୱକପ ଜିତିଲା, ସେତେବେଳେ ଭାରତୀୟ ସେନା ତାଙ୍କୁ ଲେଫ୍ଟନାଣ୍ଟ କର୍ଣ୍ଣଲଙ୍କ ସମ୍ମାନଜନକ ମାନ୍ୟତା ଦେଇଥିଲା । ଗଡ୍ ଅଫ୍ କ୍ରିକେଟ୍ ଭାବରେ ଜଣାଶୁଣା ସଚିନ୍ ତେନ୍ଦୁଲ

ଭାରତର ଏପରି ଖେଳାଳୀ, ଯାହାଙ୍କୁ ସମ୍ମାନିତ କରିଛି ଭାରତୀୟ ସେନା

ନୂଆଦିଲ୍ଲୀ ୧୫।୦୮: ଦେଶ ପାଳୁଛି ୭୮ତମ ସ୍ୱାଧୀନତା ଦିବସ । ସ୍ବାଧୀନତା ପରେ ଦେଶକୁ ସୁରକ୍ଷା ଦେଉଛନ୍ତି ଭାରତୀୟ ସେନା । କିନ୍ତୁ ଏପରି କିଛି ପ୍ଲେୟର ଅଛନ୍ତି ଯେଉଁମାନେ ଆନ୍ତର୍ଜାତୀୟ ସ୍ତରରେ ଭାରତର ପତାକା ଉତ୍ତୋଳନ କରିଥିଲେ । ଏହି କାମ ପାଇଁ ଭାରତୀୟ ସେନା ତାଙ୍କୁ ସମ୍ମାନଜନକ ପଦବୀରେ ସମ୍ମାନିତ କରିଥିଲେ । 

ଏହି ଲିଷ୍ଟର ପ୍ରଥମରେ ଅଛନ୍ତି ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ବିଜେତା  ନୀରଜ ଚୋପ୍ରା । ୨୦୧୬ରେ ସେ ଭାରତୀୟ ସେନାର ୪ର୍ଥ ରାଜପୁତାନା ରାଇଫଲ୍ସ ୟୁନିଟରେ   ନାଏବ ସୁବେଦାର ଭାବରେ ଯୋଗ ଦେଇଥିଲେ । ୨୦୧୮ରେ ତାଙ୍କୁ ସୁବେଦାର କରାଯାଇଥିଲା ।  ଏହାପରେ ତାଙ୍କୁ ସୁବେଦାର ମେଜର ଭାବରେ ପଦୋନ୍ନତି ଦିଆଯାଇଥିଲା। 

୨୦୦୮ ବେଜିଂ ଅଲିମ୍ପିକ୍ସରେ ସୁଟିଂରେ ସ୍ୱର୍ଣ୍ଣ ଜିତିଥିବା ପ୍ରଥମ ଭାରତୀୟ ହେଉଛନ୍ତି ଅଭିନଭ ବିନ୍ଦ୍ର । ସେ ଭାରତୀୟ ସେନାର ଟେରିଟେରାଲ୍ ଆର୍ମିରେ ସମ୍ମାନଜନକ ପଦବୀ ପାଇଛନ୍ତି । ୨୦୧୧ରେ ସେନା ତାଙ୍କୁ ଲେଫ୍ଟନାଣ୍ଟ କର୍ଣ୍ଣଲ ପଦ ଦେଇଥିଲେ । 

ଟିମ୍ ଇଣ୍ଡିଆର ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ତାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ସମସ୍ତ ଆଇସିସି ଟ୍ରଫି ଜିତିଛି । ୨୦୧୧ରେ ଯେତେବେଳେ ଭାରତ ଓ୍ବାନଡେ ବିଶ୍ୱକପ ଜିତିଲା, ସେତେବେଳେ ଭାରତୀୟ ସେନା ତାଙ୍କୁ ଲେଫ୍ଟନାଣ୍ଟ କର୍ଣ୍ଣଲଙ୍କ ସମ୍ମାନଜନକ ମାନ୍ୟତା ଦେଇଥିଲା । 

ଗଡ୍ ଅଫ୍ କ୍ରିକେଟ୍ ଭାବରେ ଜଣାଶୁଣା ସଚିନ୍ ତେନ୍ଦୁଲକର । ତାଙ୍କୁ ୨୦୧୦ରେ ଭାରତୀୟ ବାୟୁସେନା ଦ୍ବାରା ଗ୍ରୁପ୍ କ୍ୟାପଟେନ କରାଯାଇଥିଲା । 

୧୯୮୩ରେ ଭାରତର ପ୍ରଥମ କ୍ରିକେଟ୍ ବିଶ୍ୱକପ୍ ଜିତିଥିବା କପିଲ ଦେବଙ୍କୁ ୨୦୦୮ରେ ଲେଫ୍ଟନାଣ୍ଟ କର୍ଣ୍ଣଲ ଭାବେ ଭାରତୀୟ ସେନା ଦ୍ୱାରା ସମ୍ମାନିତ କରାଯାଇଥିଲା।