ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣ, ପ୍ରସନ୍ନଙ୍କୁ କଚାଡି ମାରିଲା ଦନ୍ତା
ହିନ୍ଦୋଳ ୧୨।୪: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଆମ୍ବିଠୀ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ହିନ୍ଦୋଳ ଥାନା କସଂରା ପଞ୍ଚାୟତ ଆମ୍ବିଠୀ ଗ୍ରାମର ପ୍ରସନ୍ନ ବେହେରା । ତାଙ୍କ ବୟସ ୫୨ ବର୍ଷ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ଗୁରୁବାର ସନ୍ଧ୍ୟା ସମୟରେ ଶୌଚ ହେବାକୁ ଯାଇଥିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଗ୍ରାମବାସୀ ଏବଂ ବନ ବିଭାଗର କର୍ମଚାରୀ ମାନେ ବହୁତ ଖୋଜାଖୋଜି କରିବା ପରେ ପ୍ରସନ୍ନଙ୍କୁ ଠାବ କରିଥିଲେ I ସଙ୍ଗେ ସଙ୍ଗେ ପରିବାର ଲୋକ ହିନ୍ଦୋଳ ମେଡ଼ିକାଲକୁ ଆଣିଥିଲେ ଡାକ୍ତର ସେଠାରେ ପ୍ରସନ୍ନଙ୍କୁ ମୃତ ଘୋଷଣା କରିଥିଲେ । ହିନ୍ଦୋଳରେ ହାତୀ ମଣିଷର ଲଢେଇ ସଦାସର୍ବଦା ଲାଗି ରହିଥିବା ବେଳେ କେତେବେଳେ ମଣିଷର ମୃତ୍ୟୁ ଘଟୁଛି ତ ଆଉ କେତେବେଳେ ହାତୀର ମଧ୍ୟ ମୃତ୍ୟୁ ଘଟୁଛି । କୌଣସି ସ୍ଥାୟୀ ପ୍ରତିକାର କରାଯାଉ ନଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।You Can Read:ଜୁଡ଼ିଆ ଘାଟିରେ ଓଲଟିଲା ତୁଳା ବୋଝଇ ଟ୍ରକ୍, ଚାଳକ ସାମାନ୍ୟ ଆହତ
ହିନ୍ଦୋଳ ୧୨।୪: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଆମ୍ବିଠୀ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ହିନ୍ଦୋଳ ଥାନା କସଂରା ପଞ୍ଚାୟତ ଆମ୍ବିଠୀ ଗ୍ରାମର ପ୍ରସନ୍ନ ବେହେରା । ତାଙ୍କ ବୟସ ୫୨ ବର୍ଷ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ଗୁରୁବାର ସନ୍ଧ୍ୟା ସମୟରେ ଶୌଚ ହେବାକୁ ଯାଇଥିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଗ୍ରାମବାସୀ ଏବଂ ବନ ବିଭାଗର କର୍ମଚାରୀ ମାନେ ବହୁତ ଖୋଜାଖୋଜି କରିବା ପରେ ପ୍ରସନ୍ନଙ୍କୁ ଠାବ କରିଥିଲେ I ସଙ୍ଗେ ସଙ୍ଗେ ପରିବାର ଲୋକ ହିନ୍ଦୋଳ ମେଡ଼ିକାଲକୁ ଆଣିଥିଲେ ଡାକ୍ତର ସେଠାରେ ପ୍ରସନ୍ନଙ୍କୁ ମୃତ ଘୋଷଣା କରିଥିଲେ ।
ହିନ୍ଦୋଳରେ ହାତୀ ମଣିଷର ଲଢେଇ ସଦାସର୍ବଦା ଲାଗି ରହିଥିବା ବେଳେ କେତେବେଳେ ମଣିଷର ମୃତ୍ୟୁ ଘଟୁଛି ତ ଆଉ କେତେବେଳେ ହାତୀର ମଧ୍ୟ ମୃତ୍ୟୁ ଘଟୁଛି । କୌଣସି ସ୍ଥାୟୀ ପ୍ରତିକାର କରାଯାଉ ନଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।
You Can Read: