ରାଜଧାନୀ ଉପକଣ୍ଠରେ ଅଘଟଣ, ରାତି ଅଧରେ ଘରେ ପଶି ପୋଡିଦେଲେ ଗାଡି

ଭୁବନେଶ୍ୱର ୨୪।୧୧ : ରାତି ଅଧରେ ଗାଡ଼ି ପୋଡ଼ିଦେଲେ ଦୁର୍ବୃତ୍ତ। ରାଜଧାନୀ ଉପକଣ୍ଠ ଗୋଠପାଟଣାରେ ଜଣଙ୍କ ଘରେ ଥିବା ୪ଟି ଦୁଇ ଚକିଆ ଗାଡିକୁ କେହି ଦୁର୍ବୃତ୍ତ ପୋଡ଼ିଦେଇଛନ୍ତି। ୩ଟି ବାଇକ୍ ଏବଂ ଗୋଟିଏ ସ୍କୁଟି ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଛି।ଖବର ଅନୁଯାୟୀ, ଶନିବାର ରାତି ପ୍ରାୟ ୩ଟା ବେଳେ ଚନ୍ଦକା ଥାନା ଗୋଠପାଟଣାର ପ୍ଲଟ ନମ୍ବର-1962ରେ ରହୁଥିବା ସନ୍ତୋଷ କୁମାର ମହାନ୍ତିଙ୍କ ଗ୍ୟାରେଜରେ ଥିବା ୪ଟି ଗାଡିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ବିସ୍ଫୋରଣ ସହ ଘର ଧୂଆଁ ହୋଇଥିବାରୁ ଘର ମାଲିକ ଏବଂ ଭଡ଼ାରେ ଥିବା ଲୋକ ବାହାରକୁ ବାହାରି ଆସିଥିଲେ। ବାଇକ୍ ଗୁଡିକ ଜଳି ଯାଉଥିବା ଦେଖି ନିଆଁକୁ ଆୟତ୍ତ କରିଥିଲେ। ପରେ ନିକଟସ୍ଥ ଚନ୍ଦକା ଥାନାକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସେତେବେଳକୁ ୩ଟି ବାଇକ୍ ଏବଂ ଗୋଟିଏ ସ୍କୁଟି ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି। ଘର ଚାରିପଟେ ତାଲା ପଡ଼ିଥିବା ଯୋଗୁଁ ଏହାକୁ କେହି ପେଟ୍ରୋଲ ଢାଳି ନିଆଁ ଲଗାଇ ଥିବା ପୋଲିସ ଓ ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି।

ରାଜଧାନୀ ଉପକଣ୍ଠରେ ଅଘଟଣ, ରାତି ଅଧରେ ଘରେ ପଶି ପୋଡିଦେଲେ ଗାଡି

ଭୁବନେଶ୍ୱର ୨୪।୧୧ : ରାତି ଅଧରେ ଗାଡ଼ି ପୋଡ଼ିଦେଲେ ଦୁର୍ବୃତ୍ତ। ରାଜଧାନୀ ଉପକଣ୍ଠ ଗୋଠପାଟଣାରେ ଜଣଙ୍କ ଘରେ ଥିବା ୪ଟି ଦୁଇ ଚକିଆ ଗାଡିକୁ କେହି ଦୁର୍ବୃତ୍ତ ପୋଡ଼ିଦେଇଛନ୍ତି। ୩ଟି ବାଇକ୍ ଏବଂ ଗୋଟିଏ ସ୍କୁଟି ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଛି।

ଖବର ଅନୁଯାୟୀ, ଶନିବାର ରାତି ପ୍ରାୟ ୩ଟା ବେଳେ ଚନ୍ଦକା ଥାନା ଗୋଠପାଟଣାର ପ୍ଲଟ ନମ୍ବର-1962ରେ ରହୁଥିବା ସନ୍ତୋଷ କୁମାର ମହାନ୍ତିଙ୍କ ଗ୍ୟାରେଜରେ ଥିବା ୪ଟି ଗାଡିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ବିସ୍ଫୋରଣ ସହ ଘର ଧୂଆଁ ହୋଇଥିବାରୁ ଘର ମାଲିକ ଏବଂ ଭଡ଼ାରେ ଥିବା ଲୋକ ବାହାରକୁ ବାହାରି ଆସିଥିଲେ। ବାଇକ୍ ଗୁଡିକ ଜଳି ଯାଉଥିବା ଦେଖି ନିଆଁକୁ ଆୟତ୍ତ କରିଥିଲେ। ପରେ ନିକଟସ୍ଥ ଚନ୍ଦକା ଥାନାକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସେତେବେଳକୁ ୩ଟି ବାଇକ୍ ଏବଂ ଗୋଟିଏ ସ୍କୁଟି ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି। ଘର ଚାରିପଟେ ତାଲା ପଡ଼ିଥିବା ଯୋଗୁଁ ଏହାକୁ କେହି ପେଟ୍ରୋଲ ଢାଳି ନିଆଁ ଲଗାଇ ଥିବା ପୋଲିସ ଓ ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି।