ପୋଲିସକୁ ନାକେଦମ କଲେଣି ଯୁବକ: କାବୁ କରିବାକୁ ୨ ପ୍ଲାଟୁନ ଫୋର୍ସ

ବଣାଇଁ,୨୫।୯: ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ବଡ଼ଜଲ ଗଁାରେ ଜଣେ ଯୁବକ ଉନ୍ମତ୍ତକାଣ୍ଡ କରିଛନ୍ତି। ସେ ଧନୁତୀର ଧରି ଡରାଇବା ସହ ବେଳେବେଳେ ତୀର ବି ମାରୁଛନ୍ତି। ଯୁବକଙ୍କୁ କାବୁ କରିବାକୁ ୨ ପ୍ଲାଟୁନ ଫୋର୍ସ, ଅଗ୍ନିଶମ ବାହିନୀ ଜଗି ରହିଛନ୍ତି । ରାତି ସାରା ପୋଲିସ ଫୋର୍ସ ନାକେଦମ ହୋଇସାରିଲେଣି। ଲୋକେ ମଧ୍ୟ ଭୟଭୀତ ଅବସ୍ଥାରେ ଅଛନ୍ତି। ବୁଧବାର ଯୁବକଙ୍କ ତୀର ମାଡ଼ରେ ଥାନା ଆଇଆଇସି ସୁରେଶ ଚନ୍ଦ୍ର ପ୍ରଧାନ ଆହତ […] The post ପୋଲିସକୁ ନାକେଦମ କଲେଣି ଯୁବକ: କାବୁ କରିବାକୁ ୨ ପ୍ଲାଟୁନ ଫୋର୍ସ appeared first on Dharitri Odia News.

ପୋଲିସକୁ ନାକେଦମ କଲେଣି ଯୁବକ: କାବୁ କରିବାକୁ ୨ ପ୍ଲାଟୁନ ଫୋର୍ସ

ବଣାଇଁ,୨୫।୯: ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ବଡ଼ଜଲ ଗଁାରେ ଜଣେ ଯୁବକ ଉନ୍ମତ୍ତକାଣ୍ଡ କରିଛନ୍ତି। ସେ ଧନୁତୀର ଧରି ଡରାଇବା ସହ ବେଳେବେଳେ ତୀର ବି ମାରୁଛନ୍ତି। ଯୁବକଙ୍କୁ କାବୁ କରିବାକୁ ୨ ପ୍ଲାଟୁନ ଫୋର୍ସ, ଅଗ୍ନିଶମ ବାହିନୀ ଜଗି ରହିଛନ୍ତି । ରାତି ସାରା ପୋଲିସ ଫୋର୍ସ ନାକେଦମ ହୋଇସାରିଲେଣି। ଲୋକେ ମଧ୍ୟ ଭୟଭୀତ ଅବସ୍ଥାରେ ଅଛନ୍ତି।

ବୁଧବାର ଯୁବକଙ୍କ ତୀର ମାଡ଼ରେ ଥାନା ଆଇଆଇସି ସୁରେଶ ଚନ୍ଦ୍ର ପ୍ରଧାନ ଆହତ ହୋଇଥିଲେ। ଯୁବକଙ୍କ ନାମ ସୁଦନ ମୁଣ୍ଡା ଓ ତାଙ୍କ ଘର ବଡଜଲ ଗ୍ରାମର ପିଣ୍ଡିକା ସାହି ବୋଲି ଜଣାପଡିଛି। ପ୍ରେମ ପ୍ରତାରଣା ନେଇ ଯୁବକଙ୍କ ମସ୍ତିଷ୍କ ଖରାପ ଥିବା ଓ ଏଥିନେଇ ସେ ଏକ ଅଭିଯୋଗ ପତ୍ର ମହୁଲପଦା ଥାନାରେ ପୂର୍ବରୁ ଦେଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ସୁଦନ ସୋମବାରଠାରୁ ବଡ଼ଜଲ ସ୍କୁଲକୁ ଅକ୍ତିଆର କରି ନିଜର ବୋଲି ଦାବି କରି ଆସୁଛନ୍ତି। କାର୍ଯ୍ୟରତ ଜଣେ ଶିକ୍ଷକଙ୍କୁ ଆକ୍ରମଣ କରିବା ପରେ ମଙ୍ଗଳବାର ସ୍କୁଲ ଛାତ ଉପରେ ବସିଥିଲେ। ଗ୍ରାମବାସୀଙ୍କ ଠାରୁ ଖବର ପାଇ ମହୁଲପଦା ଆଇଆଇସି ପ୍ରଧାନ ସଦଳବଳ ପହଞ୍ଚି ଯୁବକଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ଛାତ ଉପରେ ବସିଥିବା ଯୁବକ ଧନୁ ତୀରରେ ଆକ୍ରମଣ କରିବା ଫଳରେ ତୀରଟି ଆଇଆଇସିଙ୍କ ଡାହାଣ ହାତରେ ବାଜିଥିଲା। ଏବେ ସୁଦନ ସ୍କୁଲରେ ରହି ଥିବାବେଳେ ଘଟଣାସ୍ଥଳରେ ବଣାଇଁ ଉପଖଣ୍ଡ ପୋଲିସ ଅଧିକାରୀ ସ୍ବରାଜ ଦେବତାଙ୍କ ନେତୃତ୍ୱରେ ଏକ ଟିମ ଘେରି ରହିଛନ୍ତି। ରାଉରକେଲାରୁ ଏକ ଡିଭିଏଫ ଟିମ ଆସୁଥିବା ସୂଚନା ରହିଛି।

The post ପୋଲିସକୁ ନାକେଦମ କଲେଣି ଯୁବକ: କାବୁ କରିବାକୁ ୨ ପ୍ଲାଟୁନ ଫୋର୍ସ appeared first on Dharitri Odia News.