ପୋଲ ତଳକୁ ବସ ଓଲଟି ୨୦ ଯାତ୍ରୀ ଆହତ

ବାଲେଶ୍ୱର : ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟି ପଡିଲା ଯାତ୍ରୀବାହୀ ବସ । ଘଟଣାସ୍ଥଳରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆଜି ସକାଳେ ଜାତରିବସି ବସଟି ବାଲେଶ୍ୱର ଜିଲ୍ଲା ଭୋଗରାଇରୁ ୪୦ ଜଣ ଯାତ୍ରୀଙ୍କୁ ନେଇ ବାଲେଶ୍ୱର ଅଭିମୁଖେ ଆସୁଥିଲା । ଏହି ସମୟରେ ନୁଣିଆଯୋଡ଼ି ପୋଲ ଉପରେ ବସଟି ଭାରସାମ୍ୟ ହରାଇ ପ୍ରଥମେ ଏକ ଟ୍ରାକ୍ଟରକୁ ଧକ୍କା ଦେଇ ପୋଲ ତଳକୁ ଓଲଟି ପଡିଥିଲା। ଫଳରେ ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ […]

ପୋଲ ତଳକୁ ବସ ଓଲଟି ୨୦ ଯାତ୍ରୀ ଆହତ
ପୋଲ ତଳକୁ ବସ ଓଲଟି ୨୦ ଯାତ୍ରୀ ଆହତ

ବାଲେଶ୍ୱର : ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟି ପଡିଲା ଯାତ୍ରୀବାହୀ ବସ । ଘଟଣାସ୍ଥଳରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆଜି ସକାଳେ ଜାତରିବସି ବସଟି ବାଲେଶ୍ୱର ଜିଲ୍ଲା ଭୋଗରାଇରୁ ୪୦ ଜଣ ଯାତ୍ରୀଙ୍କୁ ନେଇ ବାଲେଶ୍ୱର ଅଭିମୁଖେ ଆସୁଥିଲା । ଏହି ସମୟରେ ନୁଣିଆଯୋଡ଼ି ପୋଲ ଉପରେ ବସଟି ଭାରସାମ୍ୟ ହରାଇ ପ୍ରଥମେ ଏକ ଟ୍ରାକ୍ଟରକୁ ଧକ୍କା ଦେଇ ପୋଲ ତଳକୁ ଓଲଟି ପଡିଥିଲା। ଫଳରେ ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣା ସ୍ଥଳରେ ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।