ମୋଦୀଙ୍କ ରତ୍ନ ଭଣ୍ଡାର ଚାବି ଟିପ୍ପଣୀକୁ କଡ଼ା ସମାଲୋଚନା କଲେ ଷ୍ଟାଲିନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଓଡ଼ିଶା ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ତେବେ ଜଗନ୍ନାଥ ମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ମୋଦୀ ଗତକାଲି ବିଜେଡି ସରକାରକୁ କଡ଼ା ସମାଲୋଚନା କରିଥିଲେ। ଏହି ପ୍ରସଙ୍ଗରେ ମୋଦୀ ତାମିଲନାଡ଼ୁ କଥା ମଧ୍ୟ ଉଠାଇଥିଲେ। ମୋଦୀ କହିଥିଲେ, ଓଡ଼ିଶାର ପୁରୀ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଚାବି ତାମିଲନାଡ଼ୁ ପଠାଇ ଦିଆଯାଇଛି। ଅନୁଗୁଳରେ ଏକ ରାଲି କରି ମୋଦୀ ପାଣ୍ଡିଆନଙ୍କୁ ଆକ୍ଷେପ କରି ଏହି […]

ମୋଦୀଙ୍କ ରତ୍ନ ଭଣ୍ଡାର ଚାବି ଟିପ୍ପଣୀକୁ କଡ଼ା ସମାଲୋଚନା କଲେ ଷ୍ଟାଲିନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଓଡ଼ିଶା ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ତେବେ ଜଗନ୍ନାଥ ମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ମୋଦୀ ଗତକାଲି ବିଜେଡି ସରକାରକୁ କଡ଼ା ସମାଲୋଚନା କରିଥିଲେ। ଏହି ପ୍ରସଙ୍ଗରେ ମୋଦୀ ତାମିଲନାଡ଼ୁ କଥା ମଧ୍ୟ ଉଠାଇଥିଲେ। ମୋଦୀ କହିଥିଲେ, ଓଡ଼ିଶାର ପୁରୀ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଚାବି ତାମିଲନାଡ଼ୁ ପଠାଇ ଦିଆଯାଇଛି। ଅନୁଗୁଳରେ ଏକ ରାଲି କରି ମୋଦୀ ପାଣ୍ଡିଆନଙ୍କୁ ଆକ୍ଷେପ କରି ଏହି ଟିପ୍ପଣୀ ଦେଇଥିଲେ। ତେବେ ଏହି ପ୍ରସଙ୍ଗରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ ଆଜି ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମୋଦୀ ଲୋକଙ୍କୁ ଘୃଣା ପାଇଁ ଉସୁକାଉଛନ୍ତି ବୋଲି ଷ୍ଟାଲିନ କହିଛନ୍ତି। ଏକ ବିବୃତି ଜାରି କରି ଷ୍ଟାଲିନ କହିଛନ୍ତି, ମୋଦୀଙ୍କ ଟିପ୍ପଣୀ କୋଟି କୋଟି ଲୋକଙ୍କ ଦ୍ବାରା ପୂଜା ପାଉଥିବା ପ୍ରଭୁ ଜଗନ୍ନାଥଙ୍କ ପାଇଁ ଏକ ଅପମାନ। ଓଡ଼ିଶା ସହ ଭଲ ସମ୍ପର୍କ ରଖିଥିବା ତାମିଲନାଡ଼ୁର ଲୋକମାନଙ୍କ ପାଇଁ ମଧ୍ୟ ଏହା ଏକ ଅପମାନ। ମୋଦୀ ଦୋମୁହାଁ ନୀତି ଆପଣାଇଛନ୍ତି। ତାଙ୍କ ଭାଷଣ ଓଡ଼ିଶାର ଲୋକଙ୍କୁ ତାମିଲନାଡ଼ୁ ବିରୋଧରେ ମତାଇବା ସଦୃଶ। ମୋଦୀଙ୍କର ତାମିଲମାନଙ୍କ ପ୍ରତି ଏତେ ଘୃଣା କାହିଁକି। ଯେତେବେଳେ ମୋଦୀ ତାମିଲନାଡ଼ୁ ଆସୁଛନ୍ତି ସେତେବେଳେ ସେ ତାମିଲ ଭାଷା ଏବଂ ବୁଦ୍ଧିଜୀବୀଙ୍କୁ ପ୍ରଶଂସା କରୁଛନ୍ତି। କିନ୍ତୁ ଯେତେବେଳେ ସେ ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ , ଓଡ଼ିଶା ଯାଉଛନ୍ତି ସେ ସମୟରେ ସେ ତାମିଲ ଲୋକଙ୍କୁ ଚୋର ଏବଂ ଘୃଣିତ ବ୍ୟକ୍ତି ଭାବେ ଦର୍ଶାଉଛନ୍ତି।