ଦୁଇ ଭାଇ ହେଲେ ଦୁଇ ରାଜ୍ୟର ଡିଜିପି

ନୂଆଦିଲ୍ଲୀ,୧୯।୩: ଦୁଇ ଭାଇ ହେଲେ ଦୁଇ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ। ସେମାନେ ହେଉଛନ୍ତି ଆଇପିଏସ ଅଧିକାରୀ ବିକାଶ ସହାୟ ଏବଂ ବିବେକ ସହାୟ। ୧୯୮୯ ବ୍ୟାଚ୍‌ ଆଇପିଏସ୍‌ ବିକାଶ ସହାୟ ଗୁଜରାଟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବରେ କାର୍ଯ୍ୟ କରୁଥିବା ବେଳେ ସୋମବାର ପଶ୍ଚିମବଙ୍ଗ ସରକାର ୧୯୮୮ ବ୍ୟାଚ୍‌ ଆଇପିଏସ୍‌ ବିବେକ ସହାୟଙ୍କୁ ରାଜ୍ୟ ଡିଜିପି ଭାବେ ନିଯୁକ୍ତି ଦେଇଛନ୍ତି। ବିକାଶ ସହାୟ ଏବଂ ବିବେକ ସହାୟ କେବଳ ନୁହଁନ୍ତି ସେମାନଙ୍କ ବଡ଼ ଭାଇ ମଧ୍ୟ ଉଚ୍ଚ […] The post ଦୁଇ ଭାଇ ହେଲେ ଦୁଇ ରାଜ୍ୟର ଡିଜିପି appeared first on Dharitri Odia News.

ଦୁଇ ଭାଇ ହେଲେ ଦୁଇ ରାଜ୍ୟର ଡିଜିପି

ନୂଆଦିଲ୍ଲୀ,୧୯।୩: ଦୁଇ ଭାଇ ହେଲେ ଦୁଇ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ। ସେମାନେ ହେଉଛନ୍ତି ଆଇପିଏସ ଅଧିକାରୀ ବିକାଶ ସହାୟ ଏବଂ ବିବେକ ସହାୟ। ୧୯୮୯ ବ୍ୟାଚ୍‌ ଆଇପିଏସ୍‌ ବିକାଶ ସହାୟ ଗୁଜରାଟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବରେ କାର୍ଯ୍ୟ କରୁଥିବା ବେଳେ ସୋମବାର ପଶ୍ଚିମବଙ୍ଗ ସରକାର ୧୯୮୮ ବ୍ୟାଚ୍‌ ଆଇପିଏସ୍‌ ବିବେକ ସହାୟଙ୍କୁ ରାଜ୍ୟ ଡିଜିପି ଭାବେ ନିଯୁକ୍ତି ଦେଇଛନ୍ତି।

ବିକାଶ ସହାୟ ଏବଂ ବିବେକ ସହାୟ କେବଳ ନୁହଁନ୍ତି ସେମାନଙ୍କ ବଡ଼ ଭାଇ ମଧ୍ୟ ଉଚ୍ଚ ପଦରେ ଅଛନ୍ତି। ଏହି ତିନି ଭାଇ ଏକାଠି ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତି ଚଳାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଭାଇ ଆଇପିଏସ ଏବଂ ଅନ୍ୟ ଜଣେ ଭାଇ ରେଭେନ୍ୟୁ ଇନିସ୍ପେକ୍ଟର ହୋଇଥିଲେ।

The post ଦୁଇ ଭାଇ ହେଲେ ଦୁଇ ରାଜ୍ୟର ଡିଜିପି appeared first on Dharitri Odia News.