ଦୁଇ ଭାଗ ହେଉଛି ଭାରତ! ସାମ୍ନାକୁ ଆସିଲା ଅଧ୍ୟୟନ
ନୂଆଦିଲ୍ଲୀ ୧୪।୧: ଭାରତର ଭୂଗର୍ଭୀୟ ପରିଦୃଶ୍ୟକୁ ନେଇ ଆଶ୍ଚର୍ଯ୍ୟ କରିବା ଭଳି ଏକ ଅଧ୍ୟୟନ ଏବେ ସାମ୍ନାକୁ ଆସିଛି। ଏହି ଅଧ୍ୟୟନ ସଂକେତ ଦେଉଛି ଯେ ଭାରତୀୟ ଟେକଟୋନିକ ପ୍ଲେଟ୍ ଦୁଇଭାଗରେ ବିଭାଜିତ ହେଉଛି। ବୈଜ୍ଞାନିକ ଭାବୁଛନ୍ତି ଏହି ବିଭାଜନ ଭୂଗର୍ଭୀୟ ପ୍ରକ୍ରିୟା କାରଣରୁ ହେଉଛି, ଯେଉଁଥିରେ ଉତପ୍ତ ମେଣ୍ଟଲ ଚଟ୍ଟାଣ ରିକ୍ତସ୍ଥାନରେ ଭରି ହେଉଛି। ଏହି ପ୍ରକ୍ରିୟା ହିମାଳୟ କ୍ଷେତ୍ର ଓ ଆଖପାଖ ଅଞ୍ଚଳର ଭୂମିକମ୍ପ ବିପଦକୁ ବଢାଉଛି। ଏହି ଅଧ୍ୟୟନ ନା କେବଳ ହିମାଳୟର ନିର୍ମାଣକୁ ବୁଝିବାକୁ ନୂଆ ଆଲୋକପାତ କରୁଛି ବରଂ ଏହି ପ୍ଲେଟର ବିଘଟନ ଓ ଏହାର ପ୍ରଭାବ ଉପରେ ଆମର ବୋଧକୁ ମଧ୍ୟ ଗଭୀର କରୁଛି। ଏହି ନୂଆ ସୂଚନା ସତ୍ତ୍ୱେ ବିଶେଷଜ୍ଞମାନେ ଡାଟା ସୀମା ଓ ସମ୍ଭାବିତ ଅନିଶ୍ଚିତତା ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ଭାରତ ଓ ୟୁରେସିଆ ପ୍ଲେଟ୍ ମଧ୍ୟରେ ୬୦ ନିୟୁତ ବର୍ଷରୁ ଅଧିକ କାଳ ହେଲା ଜାରି ରହିଥିବା ଧକ୍କାର ପରିଣାମ ହେଉଛି ହିମାଳୟ। ଏହି ଧକ୍କା ବିଶାଳ ପର୍ବତ ଶୃଙ୍ଖଳାର ନିର୍ମାଣ ସହିତ ଭୂ-ଗର୍ଭୀୟ ପରିବର୍ତ୍ତନର ମଧ୍ୟ ମୁଖ୍ୟ କାରଣ। ତେବେ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ମହାଦ୍ୱୀପିୟ ପ୍ଲେଟ୍ ଓ ଗଭୀର ସମୁଦ୍ର ପ୍ଲେଟଙ୍କ ତୁଳନାରେ ଅଲଗା ବ୍ୟବହାର କରୁଛି। ଘନ ମେଣ୍ଟାଲ ଧସିବାକୁ ପ୍ରତିରୋଧ କରୁଥିବା ମହାଦ୍ୱୀପିୟ ପ୍ଲେଟ ନିଜର ଉତପ୍ଲାବକତା କାରଣରୁ ଧକ୍କା ଲାଗିବା କାଳରେ ଅଲଗା ପ୍ରକାରର ପ୍ରତିକ୍ରିୟା ଦେଉଛି। ଭାର
ନୂଆଦିଲ୍ଲୀ ୧୪।୧: ଭାରତର ଭୂଗର୍ଭୀୟ ପରିଦୃଶ୍ୟକୁ ନେଇ ଆଶ୍ଚର୍ଯ୍ୟ କରିବା ଭଳି ଏକ ଅଧ୍ୟୟନ ଏବେ ସାମ୍ନାକୁ ଆସିଛି। ଏହି ଅଧ୍ୟୟନ ସଂକେତ ଦେଉଛି ଯେ ଭାରତୀୟ ଟେକଟୋନିକ ପ୍ଲେଟ୍ ଦୁଇଭାଗରେ ବିଭାଜିତ ହେଉଛି। ବୈଜ୍ଞାନିକ ଭାବୁଛନ୍ତି ଏହି ବିଭାଜନ ଭୂଗର୍ଭୀୟ ପ୍ରକ୍ରିୟା କାରଣରୁ ହେଉଛି, ଯେଉଁଥିରେ ଉତପ୍ତ ମେଣ୍ଟଲ ଚଟ୍ଟାଣ ରିକ୍ତସ୍ଥାନରେ ଭରି ହେଉଛି। ଏହି ପ୍ରକ୍ରିୟା ହିମାଳୟ କ୍ଷେତ୍ର ଓ ଆଖପାଖ ଅଞ୍ଚଳର ଭୂମିକମ୍ପ ବିପଦକୁ ବଢାଉଛି।
ଏହି ଅଧ୍ୟୟନ ନା କେବଳ ହିମାଳୟର ନିର୍ମାଣକୁ ବୁଝିବାକୁ ନୂଆ ଆଲୋକପାତ କରୁଛି ବରଂ ଏହି ପ୍ଲେଟର ବିଘଟନ ଓ ଏହାର ପ୍ରଭାବ ଉପରେ ଆମର ବୋଧକୁ ମଧ୍ୟ ଗଭୀର କରୁଛି। ଏହି ନୂଆ ସୂଚନା ସତ୍ତ୍ୱେ ବିଶେଷଜ୍ଞମାନେ ଡାଟା ସୀମା ଓ ସମ୍ଭାବିତ ଅନିଶ୍ଚିତତା ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ଭାରତ ଓ ୟୁରେସିଆ ପ୍ଲେଟ୍ ମଧ୍ୟରେ ୬୦ ନିୟୁତ ବର୍ଷରୁ ଅଧିକ କାଳ ହେଲା ଜାରି ରହିଥିବା ଧକ୍କାର ପରିଣାମ ହେଉଛି ହିମାଳୟ। ଏହି ଧକ୍କା ବିଶାଳ ପର୍ବତ ଶୃଙ୍ଖଳାର ନିର୍ମାଣ ସହିତ ଭୂ-ଗର୍ଭୀୟ ପରିବର୍ତ୍ତନର ମଧ୍ୟ ମୁଖ୍ୟ କାରଣ।
ତେବେ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ମହାଦ୍ୱୀପିୟ ପ୍ଲେଟ୍ ଓ ଗଭୀର ସମୁଦ୍ର ପ୍ଲେଟଙ୍କ ତୁଳନାରେ ଅଲଗା ବ୍ୟବହାର କରୁଛି। ଘନ ମେଣ୍ଟାଲ ଧସିବାକୁ ପ୍ରତିରୋଧ କରୁଥିବା ମହାଦ୍ୱୀପିୟ ପ୍ଲେଟ ନିଜର ଉତପ୍ଲାବକତା କାରଣରୁ ଧକ୍କା ଲାଗିବା କାଳରେ ଅଲଗା ପ୍ରକାରର ପ୍ରତିକ୍ରିୟା ଦେଉଛି। ଭାରତୀୟ ପ୍ଲାଟମାମଲାରେ କିଛି ଅଂଶର ମେଣ୍ଟାଲ ଧସିବା ଓ ଉପର ପରସ୍ତକୁ ଭାଙ୍ଗିବା ସମ୍ଭାବିତ ବିଭାଜନର ସଂକେତ ଦେଉଛି। ତୀବ୍ବତ ତଳ ଦେଇ ଯାଇଥିବା ଭୂକମ୍ପ ତରଙ୍ଗ ଓ ଝରଣାମାନଙ୍କରୁ ମିଳିଥିବା ବିଶେଷ ଗ୍ୟାସ୍ ଅଧ୍ୟୟନରୁ ପ୍ଲେଟ ବିଭାଜନର ନୂଆ ସାକ୍ଷ ମିଳିଛି।
ବୈଜ୍ଞାନିକମାନେ ଝରଣାରୁ ହିଲିୟମ-୩ ଓ ଅନ୍ୟ ଗ୍ୟାସର ଉପସ୍ଥିତି ବିଶ୍ଲେଷଣ କରି ଏହା ଜାଣିବାକୁ ପାଇଛନ୍ତି ଯେ ପ୍ଲେଟର କିଛି ଅଂଶ ମେଣ୍ଟାଲ ଚଟ୍ଟାଣରେ ଘେରି ରହିଛି। ଏକ ବିଶେଷ ରେଖାର ଦକ୍ଷିଣରେ ଝରଣାରୁ କ୍ରେଷ୍ଟଲ ଗ୍ୟାସ୍ ଦେଖାଯାଇଛି, ଅପରପଟେ ଉତ୍ତରରେ ମେଣ୍ଟଲ ଫିଙ୍ଗରପ୍ରିଣ୍ଟ ମିଳିଛି। ଏଥିରୁ ସଂକେତ ମିଳୁଛି ଭାରତୀୟ ପ୍ଲେଟ୍ ର ଏକ ଅଂଶ ତଳକୁ ଖସିବା କାଳରେ ‘ବିଘଟିତ’ ହେଉଛି। ଭୂକମ୍ପିୟ ତରଙ୍ଗର ବିଶ୍ଳେଷଣ କରି ବୈଜ୍ଞାନିକମାନେ ଭୂମିଗତ ସଂରଚନାର ଛବି ତିଆରି କରିବାରେ ସକ୍ଷମ ହୋଇଛନ୍ତି।
ଏଥିରେ ଭାରତୀୟ ପ୍ଲେଟର ତଳ ଓ ଉପର ଅଂଶ ମଧ୍ୟରେ ବିଭାଜନ ସ୍ପଷ୍ଟ ରୂପେ ଦୃଶ୍ୟ ହେଉଛି। ଏହାଛଡା ବିଖଣ୍ଡିତ ଅଂଶ ପାଖରେ ଏକ ଊର୍ଦ୍ଧ୍ୱାଧର ଫାଟର ମଧ୍ୟ ସନ୍ଧାନ ମିଳିଛି। ଏଥିରୁ ଭାରତୀୟ ପ୍ଲେଟର ଏକ ଅଂଶ ତଳକୁ ଧସୁଥିବାର ଜଣାପଡୁଛି। ଏଣୁ ବୈଜ୍ଞାନିକମାନେ ଚେତାଇ ଦେଇଥିବା ବେଳେ ପ୍ଲେଟ୍ ଭାଙ୍ଗିବା ଅଥବା ବିଘଟନ ଯୋଗୁ ଭୂମିକମ୍ପର ବିପଦକୁ ବଢାଉଛି।