ଚାମ୍ପିଅନ୍ସ ଟ୍ରଫି ପାଇଁ ‘ଗବ୍ବର’ଙ୍କୁ ICC ଦେଲା ବଡ଼ ଦାୟିତ୍ଵ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଚାରି ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରିଛି। ଏଥିରେ ଭାରତର ପୂର୍ବତନ କ୍ରିକେଟର ଶିଖର ଧାଓ୍ଵନଙ୍କ ନାଁ ସାମିଲ। ଫେବୃଆରୀ ୧୯ରୁ ମାର୍ଚ୍ଚ ୯ ପର୍ଯ୍ୟନ୍ତ ଖେଳା ଯିବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ ପାଇଁ ଆଇସିସି ଶିଖର ଧାଓ୍ଵନ(ଭାରତ), ସରଫରାଜ ଅହମ୍ମଦ(ପାକିସ୍ତାନ), ସେନ ଓ୍ଵାଟସନ(ଅଷ୍ଟ୍ରେଲିଆ) ଓ ଟିମ୍ ସାଉଦି(ନ୍ୟୁଜିଲାଣ୍ଡ)ଙ୍କୁ ବ୍ରାଣ୍ଡ ଆମ୍ବାସଡର ଘୋଷିତ କରିଛି। ଏହି ଚାରି ବ୍ରାଣ୍ଡ ଆମ୍ବାସଡର ଚାମ୍ପିଅନ୍ସ ଟ୍ରଫି ସମ୍ବନ୍ଧରେ ସ୍ତମ୍ଭ ଲେଖିବେ ଓ ମ୍ୟାଚ୍‌ରେ ଆସି ନିଜର ପ୍ରତିକ୍ରିୟା ରଖିବେ।ଚାମ୍ପିଅନ୍ସ ଟ୍ରଫି ପାଇଁ ବ୍ରାଣ୍ଡ ଆମ୍ବାସଡର ଘୋଷିତ ହେବା ଉପରେ ଖୁସି ପ୍ରକାଶ କରି ଶଖର ଧାଓ୍ଵନ କହିଛନ୍ତି, ଚାମ୍ପିଅନ୍ସ ଟ୍ରଫିର ଅଂଶ ହେବା ବହୁତ ବଡ଼ ଗର୍ବର ବିଷୟ। ଆଗାମୀ ଟୁର୍ଣ୍ଣାମେଣ୍ଟରେ ବ୍ରାଣ୍ଡ ଆମ୍ବାସଡର ଭାବେ ଯୋଗ ଦେବା ସମ୍ମାନର ବିଷୟ। ଚାମ୍ପିଅନ୍ସ ଟ୍ରଫିର ବାଦଶାହ ଶିଖର ଧାଓ୍ଵନଶିଖର ଧାଓ୍ଵନ ନିଜର କ୍ୟାରିୟରରେ ମୋଟ୍ ଦୁଇ ଥର ଚାମ୍ପିଅନ୍ସ ଟ୍ରଫି ଖେଳିଛନ୍ତି। ୨୦୧୩ ଓ ୨୦୧୭ ଚାମ୍ପିଅନ୍ସ ଟ୍ରଫିରେ ମୋଟ୍ ୧୦ଟି ମ୍ୟାଚ୍ ଖେଳି ୭୦୧ ରନ କରିଛନ୍ତି। ଭାରତ ପାଇଁ ଚାମ୍ପିଅନ୍ସ ଟ୍ରଫିରେ ସର୍ବାଧିକ ରନ କରିବାର ରେକର୍ଡ ଏବେ ବି ଶିଖର ଧାଓ୍ଵନଙ୍କ ନାଁରେ ରହିଛି। ଏହି ଟୁର୍ଣ୍ଣାମେଣ୍ଟର ଇତିହାସରେ ସେ ତ

ଚାମ୍ପିଅନ୍ସ ଟ୍ରଫି ପାଇଁ ‘ଗବ୍ବର’ଙ୍କୁ ICC ଦେଲା ବଡ଼ ଦାୟିତ୍ଵ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଚାରି ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରିଛି। ଏଥିରେ ଭାରତର ପୂର୍ବତନ କ୍ରିକେଟର ଶିଖର ଧାଓ୍ଵନଙ୍କ ନାଁ ସାମିଲ। ଫେବୃଆରୀ ୧୯ରୁ ମାର୍ଚ୍ଚ ୯ ପର୍ଯ୍ୟନ୍ତ ଖେଳା ଯିବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ ପାଇଁ ଆଇସିସି ଶିଖର ଧାଓ୍ଵନ(ଭାରତ), ସରଫରାଜ ଅହମ୍ମଦ(ପାକିସ୍ତାନ), ସେନ ଓ୍ଵାଟସନ(ଅଷ୍ଟ୍ରେଲିଆ) ଓ ଟିମ୍ ସାଉଦି(ନ୍ୟୁଜିଲାଣ୍ଡ)ଙ୍କୁ ବ୍ରାଣ୍ଡ ଆମ୍ବାସଡର ଘୋଷିତ କରିଛି। ଏହି ଚାରି ବ୍ରାଣ୍ଡ ଆମ୍ବାସଡର ଚାମ୍ପିଅନ୍ସ ଟ୍ରଫି ସମ୍ବନ୍ଧରେ ସ୍ତମ୍ଭ ଲେଖିବେ ଓ ମ୍ୟାଚ୍‌ରେ ଆସି ନିଜର ପ୍ରତିକ୍ରିୟା ରଖିବେ।

ଚାମ୍ପିଅନ୍ସ ଟ୍ରଫି ପାଇଁ ବ୍ରାଣ୍ଡ ଆମ୍ବାସଡର ଘୋଷିତ ହେବା ଉପରେ ଖୁସି ପ୍ରକାଶ କରି ଶଖର ଧାଓ୍ଵନ କହିଛନ୍ତି, ଚାମ୍ପିଅନ୍ସ ଟ୍ରଫିର ଅଂଶ ହେବା ବହୁତ ବଡ଼ ଗର୍ବର ବିଷୟ। ଆଗାମୀ ଟୁର୍ଣ୍ଣାମେଣ୍ଟରେ ବ୍ରାଣ୍ଡ ଆମ୍ବାସଡର ଭାବେ ଯୋଗ ଦେବା ସମ୍ମାନର ବିଷୟ। 

ଚାମ୍ପିଅନ୍ସ ଟ୍ରଫିର ବାଦଶାହ ଶିଖର ଧାଓ୍ଵନ

ଶିଖର ଧାଓ୍ଵନ ନିଜର କ୍ୟାରିୟରରେ ମୋଟ୍ ଦୁଇ ଥର ଚାମ୍ପିଅନ୍ସ ଟ୍ରଫି ଖେଳିଛନ୍ତି। ୨୦୧୩ ଓ ୨୦୧୭ ଚାମ୍ପିଅନ୍ସ ଟ୍ରଫିରେ ମୋଟ୍ ୧୦ଟି ମ୍ୟାଚ୍ ଖେଳି ୭୦୧ ରନ କରିଛନ୍ତି। ଭାରତ ପାଇଁ ଚାମ୍ପିଅନ୍ସ ଟ୍ରଫିରେ ସର୍ବାଧିକ ରନ କରିବାର ରେକର୍ଡ ଏବେ ବି ଶିଖର ଧାଓ୍ଵନଙ୍କ ନାଁରେ ରହିଛି। ଏହି ଟୁର୍ଣ୍ଣାମେଣ୍ଟର ଇତିହାସରେ ସେ ତିନି ଶତକ ଓ ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି। ଧାଓ୍ଵନ ୨୦୧୩ ସଂସ୍କରଣରେ ମୋଟ୍ ୩୬୩ ରନ କରି ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିଲେ। ୨୦୧୭ ଚାମ୍ପିଅନ୍ସ ଟ୍ରଫିରେ ତାଙ୍କ ବ୍ୟାଟରୁ ୩୩୮ ରନ ବାହାରିଥିଲା।