ଦୁଇ ମେଧାବୀ ବିଦ୍ୟାର୍ଥୀଙ୍କୁ ସମାଜ ପାଠକ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧନା
ଗୁରୁଡ଼ିଝାଟିଆ: ଗୁରୁଡ଼ିଝାଟଆ ଅଞ୍ଚଳର ମେଧାବୀ ଛାତ୍ର ଦିବ୍ୟଜ୍ୟୋତି ନାୟକ ଓ ସ୍ୱୟଂସ୍ମିତା ବରାଳଙ୍କୁ ଗୁରୁଡ଼ିଝାଟିଆ ପାଠକ ମଞ୍ଚ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଅନନ୍ତପୁର ପଞ୍ଚାୟତ ଅନ୍ତର୍ଗତ ବ୍ରହ୍ମପୁର ଗ୍ରାମର ଗୀତାଞ୍ଜଳି ଓ ଦିନେଶ ନାୟକଙ୍କ ପୁତ୍ର ଦିବ୍ୟଜ୍ୟୋତି ଚଳିତ ମାଟ୍ରିକ ପରୀକ୍ଷାରେ ୯୩.୩୩% ହାରରେ ନମ୍ବର ରଖି ଏ ୱାନ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିଭଳି ଘଣ୍ଟିଖାଲ ପଞ୍ଚାୟତ ଅନ୍ତର୍ଗତ ଘଣ୍ଟିଖାଲ ଗ୍ରାମର ନମିତା ଓ ସଂଜୟ ବରାଳଙ୍କ କନ୍ୟା ସ୍ୱୟଂସ୍ମିତା ୯୨% ହାରରେ […]

ଗୁରୁଡ଼ିଝାଟିଆ: ଗୁରୁଡ଼ିଝାଟଆ ଅଞ୍ଚଳର ମେଧାବୀ ଛାତ୍ର ଦିବ୍ୟଜ୍ୟୋତି ନାୟକ ଓ ସ୍ୱୟଂସ୍ମିତା ବରାଳଙ୍କୁ ଗୁରୁଡ଼ିଝାଟିଆ ପାଠକ ମଞ୍ଚ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଅନନ୍ତପୁର ପଞ୍ଚାୟତ ଅନ୍ତର୍ଗତ ବ୍ରହ୍ମପୁର ଗ୍ରାମର ଗୀତାଞ୍ଜଳି ଓ ଦିନେଶ ନାୟକଙ୍କ ପୁତ୍ର ଦିବ୍ୟଜ୍ୟୋତି ଚଳିତ ମାଟ୍ରିକ ପରୀକ୍ଷାରେ ୯୩.୩୩% ହାରରେ ନମ୍ବର ରଖି ଏ ୱାନ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିଭଳି ଘଣ୍ଟିଖାଲ ପଞ୍ଚାୟତ ଅନ୍ତର୍ଗତ ଘଣ୍ଟିଖାଲ ଗ୍ରାମର ନମିତା ଓ ସଂଜୟ ବରାଳଙ୍କ କନ୍ୟା ସ୍ୱୟଂସ୍ମିତା ୯୨% ହାରରେ ନମ୍ବର ରଖି ଏ ୱାନ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦିବ୍ୟଜ୍ୟୋତି ଚୌଦ୍ୱାର ଶିଶୁ ମନ୍ଦିରରେ ଅଧ୍ୟୟନ କରିଥିବା ବେଳେ ଏହି ସଫଳତା ପଛରେ ପିତାମାତା ଓ ଶିକ୍ଷକଙ୍କୁ ଶ୍ରେୟ ହେଇଥିବା ବେଳେ ଭବିଷ୍ୟତରେ ଡାକ୍ତର ହେବା ପାଇଁ ଇଚ୍ଛା ପ୍ରକଟ କରିଛନ୍ତି। ସ୍ୱଂୟସ୍ମିତା ଆଠଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରିଥିବାବେଳେ ଏହି ସଫଳତା ପଛରେ ପିତାମାତା, ପରିବାର ସଦସ୍ୟ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଆଶୀର୍ବାଦ ରହିଛି ବୋଲି କହିଥିବା ବେଳେ ଭବିଷ୍ୟତରେ ଜଣେ ଚିକିତ୍ସିକା ହେବା ପାଇଁ ପ୍ରସ୍ତୁତି ହେଉଛନ୍ତି। ଆଜି ଅପରାହ୍ନରେ ସମାଜ ପାଠକ ମଞ୍ଚ ଗୁରୁଡ଼ିଝାଟଆର ସଭାପତି ଶିକ୍ଷାବିତ୍ ବିମ୍ବାଧର ନାୟକ, ଆବାହକ ତଥା ସ୍ଥାନୀୟ ସାମ୍ବାଦିକ ଶ୍ୱେତକାନ୍ତ ବେହେରା, ସଦସ୍ୟ ସୁବାସ ଚନ୍ଦ୍ର ନାୟକ, ଅଭୟ କୁମାର ସାମଲ ଓ ରମାକାନ୍ତ ନାୟକ ଦିବ୍ୟଜ୍ୟେତି ଓ ସ୍ୱୟଂସ୍ମିତାର ବାସଭବନରେ ପହଞ୍ଚି ଉତ୍ତରୀୟ, ପୁଷ୍ପଗୁଚ୍ଛ, ପୁସ୍ତକ ଓ କଲମ ପ୍ରଦାନ କରି ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ।