ଦୁଇ ଶାବକଙ୍କୁ ଜନ୍ମ ଦେଲା ବାଘୁଣୀ ମୌସୁମୀ

ଡେସ୍କ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜନ୍ମ ୨ ବାଘ ଶାବକ ଜନ୍ମ ହୋଇଛନ୍ତି। ଧଳା ବାଘୁଣୀ ମୌସୁମୀ ଦୁଇଟି ଛୁଆ ଜନ୍ମ ଦେଇଛି। ଫଳରେ ନନ୍ଦନକାନନରେ ବାଘ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି। ଦୁଇ ଶାବକଙ୍କୁ ଜନ୍ମ ଦେଲା ବାଘୁଣୀ ମୌସୁମୀ pic.twitter.com/BhzDn5p6qd — Samaja Live (@samajalive) June 8, 2025 ଜୁନ୍ ୭ ତାରିଖ ରାତି ୯ଟା ୧୫ ମିନିଟରେ ଚିଡିଆଖାନାର ଖୁଆଡ ନମ୍ବର ‘୨୮-ବି’ରେ ସେ ଏହି ଦୁଇ ଛୁଆଙ୍କୁ ଜନ୍ମ ଦେଇଛି। […]

ଦୁଇ ଶାବକଙ୍କୁ ଜନ୍ମ ଦେଲା ବାଘୁଣୀ ମୌସୁମୀ

ଡେସ୍କ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜନ୍ମ ୨ ବାଘ ଶାବକ ଜନ୍ମ ହୋଇଛନ୍ତି। ଧଳା ବାଘୁଣୀ ମୌସୁମୀ ଦୁଇଟି ଛୁଆ ଜନ୍ମ ଦେଇଛି। ଫଳରେ ନନ୍ଦନକାନନରେ ବାଘ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି।


ଜୁନ୍ ୭ ତାରିଖ ରାତି ୯ଟା ୧୫ ମିନିଟରେ ଚିଡିଆଖାନାର ଖୁଆଡ ନମ୍ବର ‘୨୮-ବି’ରେ ସେ ଏହି ଦୁଇ ଛୁଆଙ୍କୁ ଜନ୍ମ ଦେଇଛି। ନନ୍ଦନକାନନ କର୍ତ୍ତୃପକ୍ଷ ଗତରାତିରୁ ତା ଉପରେ କଡ଼ା ନଜର ରଖିଥିଲେ। ଜନ୍ମ ହୋଇଥିବା ଦୁଇ ବାଘ ଛୁଆ ଦୁଇଟି ଏବେ ମା’ ପାଖରେ ଥିବାରୁ ସେମାନଙ୍କର ଲିଙ୍ଗ ଜଣା ପଡିନାହିଁ। ଧଳା ବାଘ ମୌସୁମୀ ଓ ସାଧାରଣ ରଙ୍ଗର ମହାବଳ ବାଘ ରାଜେଶର ମିଳନରେ ଏହି ଦୁଇ ଛୁଆ ଜନ୍ମ ହୋଇଛନ୍ତି। ଏହି ଦୁଇ ବାଘ ପୂର୍ବରୁ ମଧ୍ୟ ପିତା ମାତା ହୋଇସାରିଛନ୍ତି। ଏମାନେ ପୂର୍ବରୁ ୪ଟି ସନ୍ତାନ ଜନ୍ମ କରିସାରିଛନ୍ତି। ଗତରାତିରେ ଜନ୍ମ ହୋଇଥିବା ବାଘ ଛୁଆଙ୍କୁ ମିଶାଇଲେ ନନ୍ଦନ କାନନରେ ବାଘ ସଂଖ୍ୟା ୨୯ରେ ପହଞ୍ଚିଛି। ଏଥିରୁ ୧୭ଟି ବାଘ ଥିବା ବେଳେ ୧୦ଟି ବାଘୁଣୀ ଓ ୨ଟି ଶାବକ ଅଛନ୍ତି। ସେହିପରି ୨୯ଟି ବାଘ ଭିତରୁ ୧୯ଟି ହଳଦିଆ ରଙ୍ଗର, ୬ଟି ଧଳା ଓ ୪ଟି ମେଲାନିଷ୍ଟିକ ରଙ୍ଗର ବାଘ ଚିଡିଆଖାନାରେ ଅଛନ୍ତି।