ଦୁଇ ସନ୍ତାନର ମା’ ହେବେ କାର୍ତ୍ତିକଙ୍କ ଜୀବନସାଥୀ! ଜବାବ ଶୁଣି ସମସ୍ତେ ଚକିତ

ମୁମ୍ବାଇ: ଏକାଧିକ ଅଭିନେତ୍ରୀଙ୍କୁ ଡେଟ୍‌ କରିବା ପରେ ବ୍ରେକ୍‌ଅପ୍‌ କରିନେଇଥିଲେ ଅଭିନେତା କାର୍ତ୍ତିକ ଆର୍ୟନ। ଏଣୁ ଫିଲ୍ମରେ ସଫଳ ହେଲେ ହେଁ ପ୍ରେମ ଜୀବନରେ ସେତେଟା ନୁହେଁ ବୋଲି କୁହାଯାଉଥିଲା। ଏବେ କିନ୍ତୁ ଏବେ ତାଙ୍କ ମା’ ପରିବାରର ବୋହୂ କିଏ ହେବେ ସେନେଇ ଜବାବ ରଖି ସମସ୍ତଙ୍କୁ ଚମକାଇଛନ୍ତି। ଆଇଫାର ରେଡ୍‌ କାର୍ପେଟରେ କରନ ଜୋହର କାର୍ତ୍ତିକଙ୍କ ମା’ଙ୍କୁ ବୋହୂ କିଏ ହେବେ ସେ ନେଇ ପ୍ରଶ୍ନ ପଚାରିଥିଲେ। ଜବାବରେ ସେ କହିଥିଲେ ଯେ, ପରିବାରକୁ […] The post ଦୁଇ ସନ୍ତାନର ମା’ ହେବେ କାର୍ତ୍ତିକଙ୍କ ଜୀବନସାଥୀ! ଜବାବ ଶୁଣି ସମସ୍ତେ ଚକିତ appeared first on Dharitri Odia News.

ଦୁଇ ସନ୍ତାନର ମା’ ହେବେ କାର୍ତ୍ତିକଙ୍କ ଜୀବନସାଥୀ! ଜବାବ ଶୁଣି ସମସ୍ତେ ଚକିତ

ମୁମ୍ବାଇ: ଏକାଧିକ ଅଭିନେତ୍ରୀଙ୍କୁ ଡେଟ୍‌ କରିବା ପରେ ବ୍ରେକ୍‌ଅପ୍‌ କରିନେଇଥିଲେ ଅଭିନେତା କାର୍ତ୍ତିକ ଆର୍ୟନ। ଏଣୁ ଫିଲ୍ମରେ ସଫଳ ହେଲେ ହେଁ ପ୍ରେମ ଜୀବନରେ ସେତେଟା ନୁହେଁ ବୋଲି କୁହାଯାଉଥିଲା। ଏବେ କିନ୍ତୁ ଏବେ ତାଙ୍କ ମା’ ପରିବାରର ବୋହୂ କିଏ ହେବେ ସେନେଇ ଜବାବ ରଖି ସମସ୍ତଙ୍କୁ ଚମକାଇଛନ୍ତି।

ଆଇଫାର ରେଡ୍‌ କାର୍ପେଟରେ କରନ ଜୋହର କାର୍ତ୍ତିକଙ୍କ ମା’ଙ୍କୁ ବୋହୂ କିଏ ହେବେ ସେ ନେଇ ପ୍ରଶ୍ନ ପଚାରିଥିଲେ। ଜବାବରେ ସେ କହିଥିଲେ ଯେ, ପରିବାରକୁ ଜଣେ ଡାକ୍ତରଙ୍କ ଆବଶ୍ୟକତା ଅଛି। ଏହାପରେ ଡାକ୍ତରଜଣଙ୍କ କିଏ ସେନେଇ ନାନାଦି କଳ୍ପନା କରାଯାଉଛି।

ତେବେ କାର୍ତ୍ତିକଙ୍କ ଫିଲ୍ମ ‘ଆଶିକି ୩’ରେ ନାୟିକା ସାଜୁଛନ୍ତି ଶ୍ରୀଲିଳା। ସେ ପେସାରେ ଜଣେ ଡାକ୍ତର ମଧ୍ୟ। ନିକଟରେ କାର୍ତ୍ତିକଙ୍କ ଏକ ପାରିବାରିକ କାର୍ଯ୍ୟକ୍ରମରେ ଶ୍ରୀଲିଲା ନଜର ଆସିଥିଲେ। ଏଣୁ ମା’ ଉଭୟଙ୍କ ସମ୍ପର୍କରେ ମୋହର ମାରିଥିବା କୁହାଯାଉଛି।
କହିବାକୁ ଗଲେ କାର୍ତ୍ତିକଙ୍କ ପରିବାରରେ ବାପା ହେଉଛନ୍ତି ଜଣେ ଶିଶୁ ରୋଗ ବିଶେଷଜ୍ଞ। ତାଙ୍କ ମା’ ମଧ୍ୟ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ। ଭଉଣୀ କୃତିକା ମଧ୍ୟ ଜଣେ ଡାକ୍ତର। ଏମିତିରେ କାର୍ତ୍ତିକଙ୍କ ମା’ ଜଣେ ଡାକ୍ତରାଣୀଙ୍କୁ ବୋହୂ କରିବେ ବୋଲି ନିଶ୍ଚିତ କରିଛନ୍ତି।

ଶ୍ରୀଲିଲାଙ୍କ ବିଷୟରେ କହିଲେ ସେ ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ। ଅଭିନୟ ସହ ସେ ମେଡିକାଲ ପାଠପଢ଼ା ପୂରଣ କରିଛନ୍ତି। ସେ ନାୟିକା ଭାବେ କନ୍ନଡ଼, ତେଲୁଗୁ ଫିଲ୍ମରେ ଲୋକପ୍ରିୟତା ହାସଲ କରିଛନ୍ତି।

ଏହାଛଡ଼ା ଶ୍ରୀଲିଲା ଦୁଇ ସନ୍ତାନର ମା’। ଚମକି ପଡ଼ିଲେ ନା। ବାସ୍ତବରେ ସେ ଦୁଇଜଣ ଦିବ୍ୟାଙ୍ଗ ଅନାଥ ପିଲାକୁ ପାଳିତ ଶିଶୁ ଭାବେ ଗ୍ରହଣ କରିଛନ୍ତି। ସେମାନଙ୍କ ନାମ ଗୁରୁ ଏବଂ ଶୋଭିତା ହୋଇଥିବା ବେଳେ ଭଲ ଜୀବନ ଦେବା ଲାଗି ଶ୍ରୀଲିଲା ଯଥାସମ୍ଭବ ଚେଷ୍ଟା କରିଥାନ୍ତି।

The post ଦୁଇ ସନ୍ତାନର ମା’ ହେବେ କାର୍ତ୍ତିକଙ୍କ ଜୀବନସାଥୀ! ଜବାବ ଶୁଣି ସମସ୍ତେ ଚକିତ appeared first on Dharitri Odia News.