ଦୁଗ୍ଧ ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ଦାବି

ଦୁଗ୍ଧ ଚାସିଙ୍କ ସମସ୍ୟା ସମାଧନ ପାଇଁ କଂଗ୍ରେସ ର ଦାବି। ଅସ୍ତରଙ୍ଗ,,ବିଭିନ୍ନ ଅନୁଷ୍ଠାନ ର ଦାବି ଫଳରେ ରାଜ୍ୟ ସରକାର ଦୁଗ୍ଧ ଚାଷୀଙ୍କ ଅର୍ଥ ନୈତିକ ବିକାଶ ପାଇଁ କାମଧେନୁ ଯୋଜନା ପ୍ରଣୟନ କରିଛନ୍ତି । କିନ୍ତୁ ଏହି ଯୋଜନାଟି ପ୍ରଣୟନ ପୂର୍ବରୁ ସରକାର ଦୁଗ୍ଧ ପ୍ୟାକେଟ କୁ ସାଗୁଆରୁ ଗେରୁଆ ରଙ୍ଗ କରି ଓଜନ ପରିମାଣ କମାଇ ବିକ୍ରି ନ କରାଯାଉ ଓ ତାହା ଦ୍ବାରା କି ଚାଷୀର କୌଣସି ବିକାଶ ହେବ ନାହିଁ ବୋଲି,ଅସ୍ତରଙ୍ଗ […] The post ଦୁଗ୍ଧ ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ଦାବି appeared first on Odisha.News.

ଦୁଗ୍ଧ ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ଦାବି

ଦୁଗ୍ଧ ଚାସିଙ୍କ ସମସ୍ୟା ସମାଧନ ପାଇଁ କଂଗ୍ରେସ ର ଦାବି।
ଅସ୍ତରଙ୍ଗ,,ବିଭିନ୍ନ ଅନୁଷ୍ଠାନ ର ଦାବି ଫଳରେ ରାଜ୍ୟ ସରକାର ଦୁଗ୍ଧ ଚାଷୀଙ୍କ ଅର୍ଥ ନୈତିକ ବିକାଶ ପାଇଁ କାମଧେନୁ ଯୋଜନା ପ୍ରଣୟନ କରିଛନ୍ତି । କିନ୍ତୁ ଏହି ଯୋଜନାଟି ପ୍ରଣୟନ ପୂର୍ବରୁ ସରକାର ଦୁଗ୍ଧ ପ୍ୟାକେଟ କୁ ସାଗୁଆରୁ ଗେରୁଆ ରଙ୍ଗ କରି ଓଜନ ପରିମାଣ କମାଇ ବିକ୍ରି ନ କରାଯାଉ ଓ ତାହା ଦ୍ବାରା କି ଚାଷୀର କୌଣସି ବିକାଶ ହେବ ନାହିଁ ବୋଲି,ଅସ୍ତରଙ୍ଗ ର ବରିଷ୍ଟ କଂଗ୍ରେସ ନେତା ତଥା ଓଡ଼ିଶା ପ୍ରଦେଶ କିଶାନ କଂଗ୍ରେସ ର ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତି ରେ କହିଛନ୍ତି। ଦୀର୍ଘ ୨୫ ବର୍ଷ ଭିତରେ ଦୁଗ୍ଧ ଚାଷୀ ମାନଙ୍କର ସାର୍ଥିକ ସ୍ତିତୀ ସୁଧୁରି ପାରିଲା ନାହିଁ।ଫଳରେ ବର୍ତ୍ତମାନ ଦୁଗ୍ଧ ଚାଷୀ ମାନଙ୍କ ସମସ୍ୟା ସମାଧାନ ହେବା ପରିବର୍ତ୍ତେ ଦିନକୁ ଦିନ ଜଟିଳ ସମସ୍ୟା ସୃଷ୍ଟି ହେଉଛି । ତେଣୁ ସରକାର ଆନ୍ତରିକତା ର ସହିତ ଦୁଗ୍ଧ ଚାଷୀ ମାନଙ୍କ ବିକାଶ ପାଇଁ ଚାଷୀ ମାନଙ୍କ ଠାରୁ,ଦୁଗ୍ଧ ଲିଟର ପିଛା ୪୦ ଟଙ୍କା ଦର ରେ କ୍ରୟ କରିବା ସହ, ଗୋ ଖାଦ୍ୟରେ ଚାଷୀ ଙ୍କୁ ୭୦ ପ୍ରତିଶତ ରିହାତି,ପ୍ରତି ବ୍ଲକ ସ୍ଥରରେ ଗୋ ଖାଦ୍ୟ ଭଣ୍ଡାର,ଗୋ ପାଳକ ପରିବାରଙ୍କୁ ୫ ଲକ୍ଷ୍ୟ ପର୍ଯ୍ୟନ୍ତ ଋଣ ପ୍ରଦାନ,ଜନନୀ ସୁରକ୍ଷା ଯୋଜନା ପରି ଗୋ ମାତା ସୁରକ୍ଷା ଯୋଜନା ପ୍ରଣୟନ,ରାଜ୍ୟର ୪ ଗୋଟି ଜାଗାରେ ଦୁଗ୍ଧ ଗୁଣ୍ଡ ପ୍ରକ୍ରିୟା କରଣ ଶ୍ଳିପ ପ୍ରତିଷ୍ଠା,ମେଡିକାଲ,ଅଙ୍ଗନବାଡ଼ି,ଆଦି ମାନଙ୍କରେ ସତେଜ ଦୁଗ୍ଧ ଯୋଗାଣ,ଗୋ ମାତା ଙ୍କ ପାଇଁ ପ୍ରସ୍ତୁତି କାଳୀନ ସହାୟତା,ବୁଲା ଗାଈ ଗୋରୁ ଙ୍କ ରହଣି ପାଇଁ ନିଶ୍ଚିତ ରହଣି ଯୋଜନା,ଗୋ ଚାଲାଣ ସହ ଗୋ ହତ୍ୟା ନିଷେଧ,ଦୁଗ୍ଧ ଜାତ ଦ୍ରବ୍ୟ ରୁ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରା ଯିବାକୁ କଂଗ୍ରେସ ପକ୍ଷରୁ ଶ୍ରୀ ପଟ୍ଟନାୟକ ସରକାର ଙ୍କ ପାଖରେ ଦାବି କରିଛନ୍ତି । ଏହି ମର୍ମରେ କିଶନ କଂଗ୍ରେସ ପକ୍ଷରୁ ଶ୍ରୀ ପଟ୍ଟନାୟକ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ପଶୁସମ୍ପଦ ମନ୍ତ୍ରୀ ଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରି ଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ଓଡ଼ିଶାରେ ଶ୍ୟେତ ବିପ୍ଳବ ଆଣିବା ପାଇଁ ୧୯୮୨ ମସିହାରେ ସେତେବେଳର ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଓଡ଼ିଶା ରାଜ୍ୟ ଦୁଗ୍ଧ ଉପ୍ତାଦକ୍ ସମବାୟ ମହାସଂଘ ପ୍ରତିଷ୍ଠା କରି ଥିଲେ ।

The post ଦୁଗ୍ଧ ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ଦାବି appeared first on Odisha.News.