ଦୁନିଆ ପୁଣି ଦେଖିବ ଜଲୱା, ଆଜିଠୁ ହକି ଇଣ୍ଡିଆ ଲିଗ୍ ଆରମ୍ଭ
ଆଜିଠୁ ରାଉରକେଲାରେ ଆରମ୍ଭ ହେବାକୁ ଯାଉଛି ହକି ଇଣ୍ଡିଆ ଲିଗ୍। ଦୂନିଆ ପୁଣି ଦେଖିବେ ହକିର ଜଲୱା।
ଆଜିଠୁ ରାଉରକେଲାରେ ଆରମ୍ଭ ହେବାକୁ ଯାଉଛି ହକି ଇଣ୍ଡିଆ ଲିଗ୍। ଦୂନିଆ ପୁଣି ଦେଖିବେ ହକିର ଜଲୱା। ଆଜି ସନ୍ଧ୍ୟାରେ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ହକି ଇଣ୍ଡିଆ ଲିଗ୍ର ଉଦଘାଟନ ହେବ।
ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଟିମ୍ ଗୋନାସିକା ଓ ଦିଲ୍ଲୀ SG ପାଇପର୍ସ। ରାତି ୮ଟା ୧୫ରେ ମ୍ୟାଚ୍ ରହିଛି। ଆଜିଠୁ ଫେବ୍ରୁଆରୀ ୧ ତାରିଖ ପର୍ଯ୍ୟନ୍ତ ଚାଲିବ ଟୁର୍ଣ୍ଣାମେଣ୍ଟ। ଏଥିରେ ମୋଟ ୮ଟି ଟିମ୍ ଅଂଶଗ୍ରହଣ କରୁଥିବା ବେଳେ ବିଭିନ୍ନ ଟିମରେ ଭାରତୀୟ ଖେଳାଳି ଏବଂ ବିଦେଶୀ ଖେଳାଳି ମଧ୍ୟ ସାମିଲ ହୋଇଛନ୍ତି।
ହକି ଇଣ୍ଡିଆ ଲିଗ୍କୁ ନେଇ ଖେଳାଳି ଓ ଦର୍ଶକମାନେ ବେଶ୍ ଉତ୍ସାହିତ ଅଛନ୍ତି। ଦର୍ଶକଙ୍କ ଭିଡକୁ ନଜରରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।