ଦୁନିଆକୁ ଆସିବା ମାତ୍ରେ ଆଖି ବୁଜିଲା ହାତୀ ଛୁଆ: ଘଣ୍ଟା ଘଣ୍ଟା ଜଗି ରହିଲା ମା’
କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଅଞ୍ଚଳ ଜଙ୍ଗଲରେ ସୋମବାର ଏକ ଛୁଆ ହାତୀର ମୃତଦେହ ବନ ବିଭାଗ ଉଦ୍ଧାର କରିଛି। ହାତୀଛୁଆ ଗତକାଲି ଜନ୍ମ ହୋଇଥିଲା। ଯୋଡ଼ା ବିଟ ଡଡୁଆଁ ଗ୍ରାମ ନିକଟରେ ବୈତରଣୀ ବି ଜଙ୍ଗଲ ରାତି ପ୍ରାୟ ୮ ରୁ ୯ ଟାରେ ଜନ୍ମ ହୋଇଥିଲା । ହାତୀମାନଙ୍କ ଚିତ୍କାର ଶୁଣି ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତ ହାତୀଛୁଆକୁ ପାଇଥିଲେ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। […] The post ଦୁନିଆକୁ ଆସିବା ମାତ୍ରେ ଆଖି ବୁଜିଲା ହାତୀ ଛୁଆ: ଘଣ୍ଟା ଘଣ୍ଟା ଜଗି ରହିଲା ମା’ appeared first on Dharitri Odia News.
କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଅଞ୍ଚଳ ଜଙ୍ଗଲରେ ସୋମବାର ଏକ ଛୁଆ ହାତୀର ମୃତଦେହ ବନ ବିଭାଗ ଉଦ୍ଧାର କରିଛି। ହାତୀଛୁଆ ଗତକାଲି ଜନ୍ମ ହୋଇଥିଲା। ଯୋଡ଼ା ବିଟ ଡଡୁଆଁ ଗ୍ରାମ ନିକଟରେ ବୈତରଣୀ ବି ଜଙ୍ଗଲ ରାତି ପ୍ରାୟ ୮ ରୁ ୯ ଟାରେ ଜନ୍ମ ହୋଇଥିଲା । ହାତୀମାନଙ୍କ ଚିତ୍କାର ଶୁଣି ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତ ହାତୀଛୁଆକୁ ପାଇଥିଲେ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଜି ସକାଳେ ହାତୀ ପଲ ପଳାଇଯାଇଥିଲେ ହେଁ ମା’ ହାତୀ ଓ ଅନ୍ୟ ଏକ ହାତୀ ମୃତ ଛୁଆକୁ ଦୀର୍ଘ ଘଣ୍ଟା ଧରି ଜଗି ରହିଥିଲେ। ପରେ ସେମାନେ ଯିବା ପରେ ବନ ବିଭାଗ ମୃତ ହାତୀଛୁଆକୁ ଉଦ୍ଧାର କରି ତଦନ୍ତ କରୁଛି। ପ୍ରାଥମିକ ସୂଚନା ଅନୁଯାୟୀ ଗର୍ଭବତୀ ହାତୀଟି ମୃତ ଛୁଆ ଜନ୍ମ କରିଛି। ତେବେ ଶବ ବ୍ୟବଚ୍ଛେଦ ପରେ କାରଣ ଜଣାପଡ଼ିବ ବୋଲି ଡିଏଫ ଓ ଧନରାଜ ଏଚଡି ସୂଚନା ଦେଇଛନ୍ତି।
The post ଦୁନିଆକୁ ଆସିବା ମାତ୍ରେ ଆଖି ବୁଜିଲା ହାତୀ ଛୁଆ: ଘଣ୍ଟା ଘଣ୍ଟା ଜଗି ରହିଲା ମା’ appeared first on Dharitri Odia News.