କେଉଁ କାରଣ ପାଇଁ ଚିନ୍ତାରେ ଅଛନ୍ତି ସିଜେଆଇ, କହିଲେ ଏହି ବଡ କଥା…
ନୂଆଦିଲ୍ଲୀ,୫।୭: ପ୍ରଧାନ ବିଚାରପତି (ସିଜେଆଇ) ଡି ଓ୍ବାଇ ଚନ୍ଦ୍ରଚୁଡ ଶୁକ୍ରବାର ସୁପ୍ରିମକୋର୍ଟରେ ବିଚାରାଧୀନ ବିବାଦର ସମାଧାନ ପାଇଁ ନାଗରିକମାନଙ୍କୁ ସ୍ବତନ୍ତ୍ର ଲୋକ ଅଦାଲତରେ ଭାଗ ନେବାକୁ ଅନୁରୋଧ କରିଛନ୍ତି। ଏହା ୨୯ ଜୁଲାଇରୁ ୩ଅଗଷ୍ଟ ପର୍ଯ୍ୟନ୍ତ ଆୟୋଜିତ ହେଉଛି। ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ ମାମଲା ସଂଖ୍ୟା ହ୍ରାସ କରିବାକୁ ସୁପ୍ରିମକୋର୍ଟ ପ୍ରତିଷ୍ଠାର ୭୫ ତମ ବର୍ଷରେ ଏକ ସ୍ବତନ୍ତ୍ର ଲୋକ ଅଦାଲତ ଆୟୋଜନ କରାଯିବ। ବହୁ ସଂଖ୍ୟକ ବିଚାରାଧୀନ ମାମଲାକୁ ନେଇ ଚିନ୍ତିତ ଥିବା ସିଜେଆଇ ଡିଓ୍ବାଇ […] The post କେଉଁ କାରଣ ପାଇଁ ଚିନ୍ତାରେ ଅଛନ୍ତି ସିଜେଆଇ, କହିଲେ ଏହି ବଡ କଥା… appeared first on Dharitri Odia News.
ନୂଆଦିଲ୍ଲୀ,୫।୭: ପ୍ରଧାନ ବିଚାରପତି (ସିଜେଆଇ) ଡି ଓ୍ବାଇ ଚନ୍ଦ୍ରଚୁଡ ଶୁକ୍ରବାର ସୁପ୍ରିମକୋର୍ଟରେ ବିଚାରାଧୀନ ବିବାଦର ସମାଧାନ ପାଇଁ ନାଗରିକମାନଙ୍କୁ ସ୍ବତନ୍ତ୍ର ଲୋକ ଅଦାଲତରେ ଭାଗ ନେବାକୁ ଅନୁରୋଧ କରିଛନ୍ତି। ଏହା ୨୯ ଜୁଲାଇରୁ ୩ଅଗଷ୍ଟ ପର୍ଯ୍ୟନ୍ତ ଆୟୋଜିତ ହେଉଛି।
ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ ମାମଲା ସଂଖ୍ୟା ହ୍ରାସ କରିବାକୁ ସୁପ୍ରିମକୋର୍ଟ ପ୍ରତିଷ୍ଠାର ୭୫ ତମ ବର୍ଷରେ ଏକ ସ୍ବତନ୍ତ୍ର ଲୋକ ଅଦାଲତ ଆୟୋଜନ କରାଯିବ। ବହୁ ସଂଖ୍ୟକ ବିଚାରାଧୀନ ମାମଲାକୁ ନେଇ ଚିନ୍ତିତ ଥିବା ସିଜେଆଇ ଡିଓ୍ବାଇ ଚନ୍ଦ୍ରଚୁଡ କୋର୍ଟଙ୍କ ୱେବସାଇଟରେ ଅପଲୋଡ ହୋଇଥିବା ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ଜୁଲାଇ ୨୯ ରୁ ଅଗଷ୍ଟ ୩, ୨୦୨୪ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ଏକ ସ୍ବତନ୍ତ୍ର ଲୋକ ଅଦାଲତର ଆୟୋଜନ କରୁଛନ୍ତି। ଏହା ପ୍ରତିଷ୍ଠାର ୭୫ତମ ବର୍ଷକୁ ସ୍ମରଣୀୟ କରିବା ପାଇଁ ଆୟୋଜନ କରୁଥିବା କାର୍ଯ୍ୟକଳାପର ଏକ ଅଂଶ।
ଡିଓ୍ବାଇ ଚନ୍ଦ୍ରଚୁଡ କହିଛନ୍ତି ଯେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନ୍ୟାୟ ପ୍ରତିଷ୍ଠାନ ପାଇଁ ଉତ୍ସର୍ଗୀକୃତ ବିଚାରପତିମାନେ ବହୁ ସଂଖ୍ୟକ ବିଚାରାଧୀନ ମାମଲାକୁ ନେଇ ଚିନ୍ତିତ। ସେ କହିଛନ୍ତି, ଲୋକ ଅଦାଲତ ଆମ ନାଗରିକଙ୍କ ସହ ଜଡିତ ବିଷୟଗୁଡିକୁ ସମ୍ପୂର୍ଣ୍ଣ ସ୍ବେଚ୍ଛାକୃତ, ସହମତି ଭିତ୍ତିରେ ସମାଧାନ କରିବାକୁ ଚେଷ୍ଟା କରନ୍ତି।
ତେଣୁ ମୋର ସମସ୍ତ ସହକର୍ମୀ ତଥା ସୁପ୍ରିମକୋର୍ଟର କର୍ମଚାରୀଙ୍କ ତରଫରୁ ମୁଁ ସମସ୍ତ ନାଗରିକଙ୍କୁ ନିବେଦନ କରୁଛି ଯାହାର ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି କିମ୍ବା ଆଇନଜୀବୀମାନେ ଏହି ସୁଯୋଗକୁ ଉପଯୋଗ କରନ୍ତୁ ଏବଂ ମାମଲା ତ୍ୱରାନ୍ବିତ କରନ୍ତୁ ବୋଲି ସେ କହିଛନ୍ତି ଏକ ଉପାୟରେ ଯାହା ପ୍ରତ୍ୟେକ ପକ୍ଷ ପାଇଁ ଗ୍ରହଣୀୟ ଅଟେ।
The post କେଉଁ କାରଣ ପାଇଁ ଚିନ୍ତାରେ ଅଛନ୍ତି ସିଜେଆଇ, କହିଲେ ଏହି ବଡ କଥା… appeared first on Dharitri Odia News.