ପବିତ୍ର ଅଁଳା ନବମୀରେ ଶ୍ରୀ ରାଧାପାଦ ଦର୍ଶନ

ଜଟଣୀ: ପବିତ୍ର ଅଁଳା ନବମୀରେ ଶ୍ରୀ ରାଧାଙ୍କ ଓଡ଼ିଆଣୀ ବେଶ। ସ୍ଥାନୀୟ ଗଡ଼ ରଥିପୁର ଗ୍ରାମସ୍ଥ ଶ୍ରୀ ଶ୍ରୀ ସାକ୍ଷୀଗୋପୀନାଥ ଦେବଙ୍କ ତୃତୀୟ ବାର୍ଷିକ ଅଁଳା ନବମୀ ଉପଲକ୍ଷେ ଶ୍ରୀ ରାଧାପାଦ ଦର୍ଶନ ଉତ୍ସବ ପାଳିତ ହୋଇଯାଇଅଛି। କିମ୍ବ ଦନ୍ତୀ ଅନୁସାରେ ରାଜା ଉନମାଧବ ଯମୁନା ନଦୀ କୂଳରୁ ଆଣିଥିବା ଶ୍ରୀକୃଷ୍ଣଙ୍କ ମଣିବିଗ୍ରହ ସାକ୍ଷାତ ମୂର୍ତ୍ତି ଭାବେ ବୃନ୍ଦାବନରେ ଅଧିଷ୍ଠିତ ହୋଇଥିଲେ। ପରବର୍ତ୍ତୀ ସମୟରେ ଏହି ମଣି ବିଗ୍ରହ କାଞ୍ଚିର ଜଣେ ଶ୍ରୀବତ୍ସ ବ୍ରାହ୍ମଣଙ୍କ ପାଇଁ ସାକ୍ଷୀ […]

ପବିତ୍ର ଅଁଳା ନବମୀରେ ଶ୍ରୀ ରାଧାପାଦ ଦର୍ଶନ
anla navami
ଜଟଣୀ: ପବିତ୍ର ଅଁଳା ନବମୀରେ ଶ୍ରୀ ରାଧାଙ୍କ ଓଡ଼ିଆଣୀ ବେଶ। ସ୍ଥାନୀୟ ଗଡ଼ ରଥିପୁର ଗ୍ରାମସ୍ଥ ଶ୍ରୀ ଶ୍ରୀ ସାକ୍ଷୀଗୋପୀନାଥ ଦେବଙ୍କ ତୃତୀୟ ବାର୍ଷିକ ଅଁଳା ନବମୀ ଉପଲକ୍ଷେ ଶ୍ରୀ ରାଧାପାଦ ଦର୍ଶନ ଉତ୍ସବ ପାଳିତ ହୋଇଯାଇଅଛି। କିମ୍ବ ଦନ୍ତୀ ଅନୁସାରେ ରାଜା ଉନମାଧବ ଯମୁନା ନଦୀ କୂଳରୁ ଆଣିଥିବା ଶ୍ରୀକୃଷ୍ଣଙ୍କ ମଣିବିଗ୍ରହ ସାକ୍ଷାତ ମୂର୍ତ୍ତି ଭାବେ ବୃନ୍ଦାବନରେ ଅଧିଷ୍ଠିତ ହୋଇଥିଲେ। ପରବର୍ତ୍ତୀ ସମୟରେ ଏହି ମଣି ବିଗ୍ରହ କାଞ୍ଚିର ଜଣେ ଶ୍ରୀବତ୍ସ ବ୍ରାହ୍ମଣଙ୍କ ପାଇଁ ସାକ୍ଷୀ ଦେବା ଉଦେଶ୍ୟରେ ବୃନ୍ଦାବନକୁ ଆସି କାଞ୍ଚିରେ ପହଂଚିଥିଲେ। ସେହି ବ୍ରାହ୍ମଣ ଭକ୍ତର ଭାବ ଡୋରିରେ ବନ୍ଧା ହୋଇ ଆଉ ବୃନ୍ଦାବନ ଫେରି ନଥିଲେ। ସେହିଠାରେ ସାକ୍ଷୀ ଗୋପାଳ ନାମରେ ପୂଜା ପାଇଲେ। ପରେ ଓଡ଼ିଶାର ରାଜା ପୁରୁଷୋତ୍ତମ ଦେବ କାଞ୍ଚି ବିଜୟ କରି ପ୍ରଭୁ ଶ୍ରୀ ସାକ୍ଷୀ ଗୋପାଳଙ୍କୁ ପୁରୀକୁ ସାଙ୍ଗରେ ନେଇ ଆସିଥିଲେ। ପୁରୀରୁ କଟକସ୍ଥିତ ବାରବାଟୀ ଦୁର୍ଗ, ବାରବାଟୀ ଦୁର୍ଗରୁ ଜଟଣୀ ସ୍ଥିତ ରଥିପୁର ଗ୍ରାମକୁ ପ୍ରଭୁଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ସେହି ଦିନଠାରୁ ରଥିପୁର ଗ୍ରାମର ଶ୍ରୀ ଶ୍ରୀ ସାକ୍ଷୀଗୋପୀନାଥ ଦେବଙ୍କ ମନ୍ଦିରରେ ଅଁଳା ନବମୀ ଉପଲକ୍ଷେ ଶ୍ରୀ ରାଧାପାଦ ଦର୍ଶନ ଉତ୍ସବ ହୋଇ ଆସୁଅଛି। ଆଜିର ଏହି ପବିତ୍ର ଦିବସରେ ଶ୍ରୀ ରାଧା ଓଡ଼ିଆଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଆଜି ହଜାର ହଜାର ଭକ୍ତ ଶ୍ରୀ ରାଧାପାଦ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ। ମନ୍ଦିର ପରିଚାଳନା କମିଟି ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜି ମଧ୍ୟାହ୍ନ ୧ ଘଟିକା ଠାରୁ ସଂକୁଡି ଭୋଗ ଲାଗି ହୋଇ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। ହଜାର ହଜାର ଭକ୍ତ ସାକ୍ଷୀଗୋପୀନାଥ ମନ୍ଦିର ପ୍ରାଙ୍ଗଣରେ ପ୍ରଭୁଙ୍କ ପ୍ରସାଦ ପାଇ ନିଜକୁ ଧନ୍ୟ ମାଣିଥିଲେ।