ଖେଳକୁ ବୁଝନ୍ତୁ ଲୋକେ:ରାହୁଲ
ନୂଆଦିଲ୍ଲୀ,୨୩ା୧୧:ସୌର ଶକ୍ତି ଠିକା ପାଇଁ ଭାରତୀୟ ଅଧିକାରୀମାନଙ୍କୁ ଲାଞ୍ଚ ଦେବା ଓ ନିବେଶକଙ୍କୁ ଠକେଇ ଅଭିଯୋଗରେ ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଆମେରିକା କୋର୍ଟରୁ ଗିରଫ ପରଓ୍ବାନା ଜାରି ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦୁର୍ନୀତିର ଏହି ବିପଜ୍ଜନକ ଖେଳକୁ ବୁଝିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଏକ୍ସ’ରେ ରାହୁଲ କହିଛନ୍ତି, ଏହା ଦୁର୍ନୀତିର ଏକ ଅତ୍ୟନ୍ତ ବିପଜ୍ଜନକ ଖେଳ। ଆଦାନୀ ଓ ପ୍ରଧାନମନ୍ତ୍ରୀ ମୋଦି ପରସ୍ପରକୁ ସୁରକ୍ଷା ଦେଉଛନ୍ତି। କିନ୍ତୁ ଏଥିପାଇଁ […] The post ଖେଳକୁ ବୁଝନ୍ତୁ ଲୋକେ:ରାହୁଲ appeared first on Dharitri Odia News.
ନୂଆଦିଲ୍ଲୀ,୨୩ା୧୧:ସୌର ଶକ୍ତି ଠିକା ପାଇଁ ଭାରତୀୟ ଅଧିକାରୀମାନଙ୍କୁ ଲାଞ୍ଚ ଦେବା ଓ ନିବେଶକଙ୍କୁ ଠକେଇ ଅଭିଯୋଗରେ ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଆମେରିକା କୋର୍ଟରୁ ଗିରଫ ପରଓ୍ବାନା ଜାରି ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦୁର୍ନୀତିର ଏହି ବିପଜ୍ଜନକ ଖେଳକୁ ବୁଝିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଏକ୍ସ’ରେ ରାହୁଲ କହିଛନ୍ତି, ଏହା ଦୁର୍ନୀତିର ଏକ ଅତ୍ୟନ୍ତ ବିପଜ୍ଜନକ ଖେଳ। ଆଦାନୀ ଓ ପ୍ରଧାନମନ୍ତ୍ରୀ ମୋଦି ପରସ୍ପରକୁ ସୁରକ୍ଷା ଦେଉଛନ୍ତି। କିନ୍ତୁ ଏଥିପାଇଁ ସାଧାରଣ ଜନତାଙ୍କୁ ଭୋଗିବାକୁ ପଡ଼ୁଛି। ଯେତେବେଳେ ଆଦାନୀ ଉଚ୍ଚ ଦରରେ ବିଦ୍ୟୁତ୍ ଶକ୍ତି ବିକ୍ରି ପାଇଁ ଏକ ଡିଲ୍ କରିବା ଲାଗି ଲାଞ୍ଚ ଦେଉଛନ୍ତି, ସେତେବେଳେ ଚଢ଼ା ଦରରେ ବିଦ୍ୟୁତ୍ ବିଲ୍ କିଏ ପଇଠ କରୁଛି? ଆପଣ ସାଧାରଣ ଜନତା ହିଁ ଏହି ବୋଝ ବୋହୁଛନ୍ତି। ସେହିପରି ଦୁର୍ନୀତି ଧରାପଡ଼ିବା ପରେ ଭାରତୀୟ ପୁଞ୍ଜି ବଜାର ଧରାଶାୟୀ ହୋଇଗଲା। ଫଳରେ ଛୋଟ ନିବେଶକମାନଙ୍କୁ କ୍ଷତି ସହିବାକୁ ପଡ଼ିଲା। ସେହିପରି ବନ୍ଦର, ଏୟାରପୋର୍ଟ, ସିମେଣ୍ଟ ଆଦି ବ୍ୟବସାୟୀଙ୍କ ହାତକୁ ଗଲେ ସେଥିରୁ ମିଳୁଥିବା ଲାଭ ମଧ୍ୟ ସାଧାରଣ ଳୋକଙ୍କ ପକେଟ୍ରୁ ଯାଇଥାଏ। ଏଥିଲାଗି ମୁଁ ବାରମ୍ବାର କହୁଛି, ଏହି ଖେଳକୁ ବୁଝନ୍ତୁ। ସବୁବେଳେ ଲୋକଙ୍କୁ ହିଁ କ୍ଷତି ସହିବାକୁ ପଡ଼ୁଛି ବୋଲି ରାହୁଲ କହିଛନ୍ତି।
ପ୍ରକାଶ ଯେ, ଗୌତମ ଆଦାନୀ ଆଇନ ଉଲ୍ଲଂଘନ କରି ଭାରତୀୟ ଅଧିକାରୀମାନଙ୍କୁ ୨୫୦ ନିୟୁତ ଡଲାର ଲାଞ୍ଚ ଦେଇଥିବା ନେଇ ଗୁରୁବାର ଖବର ଆସିବା ପରେ ରାହୁଲ ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଥିଲେ। ଆଦାନୀଙ୍କ ‘ସୁରକ୍ଷାଦାତା’ ଏବଂ ସେବି ଚେୟାରପର୍ସନ ମାଧବୀ ପୁରୀ ବୁଚ୍ଙ୍କୁ ତୁରନ୍ତ ପଦରୁ ହଟାଇ ତାଙ୍କ ବିରୋଧରେ ତଦନ୍ତ କରାଯାଉ ବୋଲି ମଧ୍ୟ ସେ ଦାବି କରିଥିଲେ। ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ବାରମ୍ବାର ଦୋହରାଇଥିବା ସ୍ଲୋଗାନ ‘ଏକ ହେଁ ତୋ ସେଫ୍ ହେଁ’କୁ କଟାକ୍ଷ କରି ରାହୁଲ କହିଥିଲେ, ମୋଦି ଓ ଆଦାନୀ ଏକ ହେଁ ତୋ ସେଫ୍ ହେଁ। ଏହି ପ୍ରସଙ୍ଗରେ କଂଗ୍ରେସ ଓ ଭାଜପା ମୁହଁାମୁହଁି ହୋଇଥିବାବେଳେ ରାହୁଲ ଶୁକ୍ରବାର ସମାନ କଥା ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ।
The post ଖେଳକୁ ବୁଝନ୍ତୁ ଲୋକେ:ରାହୁଲ appeared first on Dharitri Odia News.