କାକଟପୁର-ନିମାପଡ଼ାରେ ଶନିବାର ଭୋଟ୍, ବୁଥ୍କୁ ଗଲେ ପୋଲିଂ ପାର୍ଟି
ପୁରୀ,୩୧ା୫(ଅଜିତ୍ କୁମାର ମହାନ୍ତି)-୧୬ନଂ. ଜଗତ୍ସିଂହପୁର ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୧୦୫ ନଂ. କାକଟପୁର ଓ ୧୦୬ ନଂ. ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଜୁନ ୧ ତାରିଖ ଶନିବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ ବୋଲି ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି। ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରୁ ଉଭୟ ନିର୍ବାଚନମଣ୍ଡଳୀର ବିଭିନ୍ନ ବୁଥକୁ ପୋଲିଂ ପାର୍ଟି ପଠାଯାଇଛି। ସେମାନଙ୍କୁ ସହଯୋଗ ପାଇଁ ସେକ୍ଟର ଅଫିସରମାନଙ୍କୁ ନିୟୋଜିତ […] The post କାକଟପୁର-ନିମାପଡ଼ାରେ ଶନିବାର ଭୋଟ୍, ବୁଥ୍କୁ ଗଲେ ପୋଲିଂ ପାର୍ଟି appeared first on Dharitri Odia News.
ପୁରୀ,୩୧ା୫(ଅଜିତ୍ କୁମାର ମହାନ୍ତି)-୧୬ନଂ. ଜଗତ୍ସିଂହପୁର ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୧୦୫ ନଂ. କାକଟପୁର ଓ ୧୦୬ ନଂ. ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଜୁନ ୧ ତାରିଖ ଶନିବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ ବୋଲି ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି। ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରୁ ଉଭୟ ନିର୍ବାଚନମଣ୍ଡଳୀର ବିଭିନ୍ନ ବୁଥକୁ ପୋଲିଂ ପାର୍ଟି ପଠାଯାଇଛି। ସେମାନଙ୍କୁ ସହଯୋଗ ପାଇଁ ସେକ୍ଟର ଅଫିସରମାନଙ୍କୁ ନିୟୋଜିତ କରାଯାଇଛି।
କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୧୧ ଏବଂ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୧୩ ଜଣ ପ୍ରାର୍ଥୀ ରହିଛନ୍ତି। ଏହି ଦୁଇ ନିର୍ବାଚନ ମଣ୍ଡଳୀର ମୋଟ ୪୯୧୬୯୮ ଭୋଟର ୫୬୦ଟି ମତଦାନ କେନ୍ଦ୍ରରେ ମତଦାନ କରିବେ। ଏଥିରେ ୨୫୨୬୫୧ ପୁରୁଷ, ୨୩୯୦୩୫ ମହିଳା ଏବଂ ୧୨ଜଣ ଅନ୍ୟାନ୍ୟ ଭୋଟର ରହିଛନ୍ତି। ମୋଟ ୯୮ ବୁଥକୁ ମଡେଲ ବା ଆଦର୍ଶ ବୁଥ କରାଯାଇଛି। ସେଥିମଧ୍ୟରୁ ୭୬ବୁଥରେ କେବଳ ମହିଳାଙ୍କ ଦ୍ୱାରା ପରିଚାଳିତ ସଖି ବୁଥ ହୋଇଥିବା ବେଳେ ଭିନ୍ନକ୍ଷମ ପୋଲିଂ ଅଫିସରଙ୍କ ଦ୍ୱାରା ୪ଟି, ଯୁବ ପୋଲିଂ ଅଫିସରଙ୍କ ଦ୍ୱାରା ପରିଚାଳିତ ୫ଟି, ପରିବେଶ ଉପଯୋଗୀ ବା ଇକୋ ଫ୍ରେଣ୍ଡଲି ୮ ଓ ଥିମ୍ ବେସ୍ଡ ୫ଟି ବୁଥ ରହିଛି।
ନିର୍ବାଚନ ଗଣତନ୍ତ୍ରର ମହାପର୍ବ। ତେଣୁ ସମସ୍ତ ଭୋଟର ସେମାନଙ୍କ ନିର୍ଦ୍ଧାରିତ ବୁଥ୍ରେ ନିଶ୍ଚିତ ମତଦାନ କରିବାକୁ ଜିଲାପାଳ ସ୍ବାଇଁ, କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀର ରିଟର୍ନିଂ ଅଫିସର ତଥା ଅତିରିକ୍ତ ଜିଲାପାଳ (ରାଜସ୍ବ) କୈଳାସ ଚନ୍ଦ୍ର ନାୟକ, ନିମାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ନିଂ ଅଫିସର ତଥା ଅତିରିକ୍ତ ଜିଲାପାଳ (ପ୍ରୋଟୋକଲ) ନୀଳମାଧବ ଭୋଇ ଅନୁରୋଧ କରିଛନ୍ତି।
The post କାକଟପୁର-ନିମାପଡ଼ାରେ ଶନିବାର ଭୋଟ୍, ବୁଥ୍କୁ ଗଲେ ପୋଲିଂ ପାର୍ଟି appeared first on Dharitri Odia News.