ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: କମିଶନରେଟ୍‌ ପୁଲିସ ମୁଖ୍ୟାଳୟ କୋଠାରେ ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ଐତିହ୍ୟର ଚିତ୍ର

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ କମିଶନରେଟ୍ ପୋଲିସ ମୁଖ୍ୟାଳୟ କୋଠା କାନ୍ଥରେ ଏବେ ଝଲସୁଛି ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ଐତିହ୍ୟର ଅନନ୍ୟ ଚିତ୍ର। ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ପ୍ରସ୍ତୁତ ଏହି ଅତ୍ୟାଧୁନିକ ମ୍ୟାପିଙ୍ଗ୍ ପ୍ରୋଜେକ୍ସନ ସୋ’ ଦର୍ଶକମାନଙ୍କ ପାଇଁ ଖୁବ୍ ଆକର୍ଷଣୀୟ ହୋଇପାରିଛି। ଏହାକୁ ଦେଖିବା ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଫେବ୍ରୁଆରୀ ୩ରୁ ଭୁବନେଶ୍ୱର ଜନତା ମଇଦାନଠାରେ ଆରମ୍ଭ ହୋଇଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। […]

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: କମିଶନରେଟ୍‌ ପୁଲିସ ମୁଖ୍ୟାଳୟ କୋଠାରେ ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ଐତିହ୍ୟର ଚିତ୍ର
Light and Sound Show in COMMISSIONERATE POLICE Headquarters

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ କମିଶନରେଟ୍ ପୋଲିସ ମୁଖ୍ୟାଳୟ କୋଠା କାନ୍ଥରେ ଏବେ ଝଲସୁଛି ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ଐତିହ୍ୟର ଅନନ୍ୟ ଚିତ୍ର। ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ପ୍ରସ୍ତୁତ ଏହି ଅତ୍ୟାଧୁନିକ ମ୍ୟାପିଙ୍ଗ୍ ପ୍ରୋଜେକ୍ସନ ସୋ’ ଦର୍ଶକମାନଙ୍କ ପାଇଁ ଖୁବ୍ ଆକର୍ଷଣୀୟ ହୋଇପାରିଛି। ଏହାକୁ ଦେଖିବା ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।

ଫେବ୍ରୁଆରୀ ୩ରୁ ଭୁବନେଶ୍ୱର ଜନତା ମଇଦାନଠାରେ ଆରମ୍ଭ ହୋଇଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। ଏହି ଅବସରରେ ଭୁବନେଶ୍ୱରସ୍ଥିତ କମିଶନରେଟ ପୋଲିସ ମୁଖ୍ୟାଳୟ ଝଲସୁଛି। ଅତ୍ୟାଧୁନିକ ମ୍ୟାପିଙ୍ଗ୍ ପ୍ରୋଜେକ୍ସନ ସୋ’ରେ ଓଡ଼ିଶାର ପ୍ରାଚୀନ ପୋଥି, ବରପୁତ୍ରମାନଙ୍କ ଫଟୋଚିତ୍ର, ଓଡ଼ିଆ ଲିପି, ମନ୍ଦିର ସ୍ଥାପତ୍ୟ ଆଦି ସ୍ଥାନ ପାଇଛି। ଫେବ୍ରୁଆରୀ ୩ରୁ ଆରମ୍ଭ ହୋଇଥିବା ଏହି ସୋ’ ସର୍ବସାଧାରଣଙ୍କ ପାଇଁ ଆଜି ଏବଂ ଆସନ୍ତାକାଲି ଖୋଲା ରହିବ। ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ଲୋକମାନେ ଏହି ସୋ’ ଦେଖିପାରିବେ।