ଦୁବଇରୁ ବୁଲେଟ ପ୍ରୁଫ କାର ମଗାଇଲେ ସଲମାନ, ଏହାର ଦାମ୍ ରହିଛି…
ମୁମ୍ବାଇ,୧୯।୧୦: ବାବା ସିଦ୍ଦିକୀଙ୍କ ମୃତ୍ୟୁ ପରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ଯଥେଷ୍ଟ ବୃଦ୍ଧି ପାଇଛି। ନିକଟରେ ପୋଲିସ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସୁଟର ସୁଖ ଓରଫ ସୁଖବୀର ବଲବୀର ସିଂଙ୍କୁ ଗିରଫ କରିଛି। ସଲମାନ ଖାନଙ୍କୁ ହତ୍ୟା କରିବାକୁ ଯୋଜନା କରୁଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ସୁଖ ମଧ୍ୟ ଅଛନ୍ତି। ଏହା ବ୍ୟତୀତ କିଛି ଦିନ ପୂର୍ବରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ଅଭିଯୁକ୍ତ ସଲମାନ ଖାନଙ୍କ ଠାରୁ ୫କୋଟି ଟଙ୍କା ଦାବି କରିଥିଲେ। ଏହାରି […] The post ଦୁବଇରୁ ବୁଲେଟ ପ୍ରୁଫ କାର ମଗାଇଲେ ସଲମାନ, ଏହାର ଦାମ୍ ରହିଛି… appeared first on Dharitri Odia News.
ମୁମ୍ବାଇ,୧୯।୧୦: ବାବା ସିଦ୍ଦିକୀଙ୍କ ମୃତ୍ୟୁ ପରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ଯଥେଷ୍ଟ ବୃଦ୍ଧି ପାଇଛି। ନିକଟରେ ପୋଲିସ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସୁଟର ସୁଖ ଓରଫ ସୁଖବୀର ବଲବୀର ସିଂଙ୍କୁ ଗିରଫ କରିଛି।
ସଲମାନ ଖାନଙ୍କୁ ହତ୍ୟା କରିବାକୁ ଯୋଜନା କରୁଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ସୁଖ ମଧ୍ୟ ଅଛନ୍ତି। ଏହା ବ୍ୟତୀତ କିଛି ଦିନ ପୂର୍ବରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ଅଭିଯୁକ୍ତ ସଲମାନ ଖାନଙ୍କ ଠାରୁ ୫କୋଟି ଟଙ୍କା ଦାବି କରିଥିଲେ। ଏହାରି ଭିତରେ ଅଭିନେତା ଏକ ବୁଲେଟପ୍ରୁଫ ନିସାନ ପାଟ୍ରୋଲ ଏସୟୁଭି କିଣିଥିବା ସୂଚନା ମିଳିଛି। ଏହା ଏକ ପେଟ୍ରୋଲ ଭର୍ସନ କାର୍। ସୂଚନାଯୋଗ୍ୟ ଯେ ସଲମାନ ଖାନ ଏହି କାରକୁ ବିଦେଶରୁ ଆଣିଛନ୍ତି, କାରଣ ଏହି କାର ଦେଶରେ ଉପଲବ୍ଧ ନାହିଁ। ସୂଚନାନୁସାରେ, ଏହି କାର ଦୁବାଇରୁ ଭାରତକୁ ଇମ୍ପେର୍ଟେ ହେବ।
ସୂଚନା ଅନୁଯାୟୀ, ସୁରକ୍ଷା ଦୃଷ୍ଟିରୁ ଏହି କାର ବହୁତ ଭଲ ଅଟେ। ଏହି କାରଟି ଏକ ବିସ୍ଫୋରକ ଆଲର୍ଟ ସୂଚକ ବା ଏକ୍ସପ୍ଲୋସିଭ ଆଲର୍ଟ ଇଣ୍ଡିକେଟର ଲଗାଯାଇଛି। ଏହି କାରର ଗ୍ଲାସ ସିଲ୍ଡ ବହୁତ ଶକ୍ତିଶାଳୀ। ଗୁଳିକୁ ସାମ୍ନା କରିବା ପାଇଁ କାର୍ ଗ୍ଲାସ ଡିଜାଇନ କରାଯାଇଛି। ଏହାର ମୂଲ୍ୟ ୨ କୋଟି ଟଙ୍କା ବୋଲି କୁହାଯାଉଛି।
ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଗୁରୁବାର ରାତିରେ ଅର୍ଥାତ୍ ଅକ୍ଟୋବର ୧୭ ସଲମାନ ଖାନ ବିଗ ବସ ୧୮ର ସେଟରେ ପହଞ୍ଚିଥିଲେ। ଏକ ସୂତ୍ରରୁ ଜଣାପଡିଛି ଯେ ସଲମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି। ବାବା ସିଦ୍ଦିକୀଙ୍କ ହତ୍ୟା ପରେ ସେ ପ୍ରଥମ ଥର ପାଇଁ ବିଗ ବସ ସେଟ୍ରେ ପହଞ୍ଚିଥିଲେ।
The post ଦୁବଇରୁ ବୁଲେଟ ପ୍ରୁଫ କାର ମଗାଇଲେ ସଲମାନ, ଏହାର ଦାମ୍ ରହିଛି… appeared first on Dharitri Odia News.