ଦୁବାଇ ପହଞ୍ଚିବା ପରେ ପୁରୁଣା ଭୁଲ୍‌ ଦୋହରାଇଲେ ରୋହିତ ଶର୍ମା? ବିମାନବନ୍ଦରରେ ଅପେକ୍ଷା କଲେ…

ନୂଆଦିଲ୍ଲୀ,୧୫।୨: ଚାମ୍ପିଅନ୍ସ ଟ୍ରଫି ପାଇଁ ଟିମ୍‌ ଇଣ୍ଡିଆ ଦୁବାଇ ପହଞ୍ଚି ସାରିଛି। ଏହି ଟୁର୍ନାମେଣ୍ଟ ପାଇଁ ମନୋନୀତ ଖେଳାଳିମାନେ ଭାରତୀୟ ଦଳର ସପୋର୍ଟ ଷ୍ଟାଫ୍‌ଙ୍କ ସହିତ ଶନିବାର ସାରେ ବିମାନ ଯାତ୍ରା କରିଥିଲେ। କିଛି ଘଣ୍ଟା ମଧ୍ୟରେ ଦଳଟି ଦୁବାଇ ବିମାନବନ୍ଦରରେ ଅବତରଣ କଲା। କିନ୍ତୁ ସେଠାରେ ପହଞ୍ଚିବା ମାତ୍ରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ତାଙ୍କର ପୁରୁଣା ଭୁଲ ଦୋହରାଇଛନ୍ତି। ଟିମ୍‌ ବସ୍‌ ବିମାନବନ୍ଦରରୁ ହୋଟେଲ ଅଭିମୁଖେ ଛାଡ଼ିବାକୁ ଯାଉଥିଲା। କିନ୍ତୁ ଭାରତୀୟ ଅଧିନାୟକଙ୍କ […] The post ଦୁବାଇ ପହଞ୍ଚିବା ପରେ ପୁରୁଣା ଭୁଲ୍‌ ଦୋହରାଇଲେ ରୋହିତ ଶର୍ମା? ବିମାନବନ୍ଦରରେ ଅପେକ୍ଷା କଲେ… appeared first on Dharitri Odia News.

ଦୁବାଇ ପହଞ୍ଚିବା ପରେ ପୁରୁଣା ଭୁଲ୍‌ ଦୋହରାଇଲେ ରୋହିତ ଶର୍ମା? ବିମାନବନ୍ଦରରେ ଅପେକ୍ଷା କଲେ…

ନୂଆଦିଲ୍ଲୀ,୧୫।୨: ଚାମ୍ପିଅନ୍ସ ଟ୍ରଫି ପାଇଁ ଟିମ୍‌ ଇଣ୍ଡିଆ ଦୁବାଇ ପହଞ୍ଚି ସାରିଛି। ଏହି ଟୁର୍ନାମେଣ୍ଟ ପାଇଁ ମନୋନୀତ ଖେଳାଳିମାନେ ଭାରତୀୟ ଦଳର ସପୋର୍ଟ ଷ୍ଟାଫ୍‌ଙ୍କ ସହିତ ଶନିବାର ସାରେ ବିମାନ ଯାତ୍ରା କରିଥିଲେ। କିଛି ଘଣ୍ଟା ମଧ୍ୟରେ ଦଳଟି ଦୁବାଇ ବିମାନବନ୍ଦରରେ ଅବତରଣ କଲା। କିନ୍ତୁ ସେଠାରେ ପହଞ୍ଚିବା ମାତ୍ରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ତାଙ୍କର ପୁରୁଣା ଭୁଲ ଦୋହରାଇଛନ୍ତି। ଟିମ୍‌ ବସ୍‌ ବିମାନବନ୍ଦରରୁ ହୋଟେଲ ଅଭିମୁଖେ ଛାଡ଼ିବାକୁ ଯାଉଥିଲା। କିନ୍ତୁ ଭାରତୀୟ ଅଧିନାୟକଙ୍କ ଯୋଗୁ ଖେଳାଳିମାନଙ୍କୁ ଅପେକ୍ଷା କରିବାକୁ ପଡିଛି। ଜାଣନ୍ତୁ ପୂରା ମାମଲା କ’ଣ?

ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ବୋଲିଂ ପ୍ରଶିକ୍ଷକ ମୋର୍ନେ ମୋର୍କେଲ, ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ଟିମ୍‌ ଇଣ୍ଡିଆର ଅନ୍ୟ ଖେଳାଳିମାନେ ଚାମ୍ପିଅନ୍ସ ଟ୍ରଫିରେ ଅଂଶଗ୍ରହଣ କରିବା ପାଇଁ ମୁମ୍ବାଇ ବିମାନବନ୍ଦରରୁ ଉଡ଼ାଣ ଭରିଥିଲେ। କିଛି ଘଣ୍ଟା ପରେ ସମସ୍ତେ ଦୁବାଇ ବିମାନବନ୍ଦରରେ ଓହ୍ଲାଇଥିଲେ । ସେଠାରୁ ହୋଟେଲକୁ ଯିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଜଣ ଜଣ କରି ସମସ୍ତ ଖେଳାଳି ଟିମ ବସ୍‌ରେ ଚଢ଼ିଥିଲେ। ତାଙ୍କ ସହିତ ଅଧିନାୟକ ରୋହିତ ଶର୍ମା ମଧ୍ୟ ଥିଲେ। ବସଟି ଛାଡ଼ିବାକୁ ଯାଉଥିବା ବେଳେ ସେ ବସ୍‌ଟିକୁ ବନ୍ଦ କରିଦେଲେ। ତା’ପରେ ସେ ଦଳର ସପୋର୍ଟ ଷ୍ଟାଫ୍‌ଙ୍କୁ କିଛି କହୁଥିବାର ଦେଖାଯାଇଥିଲା। ରୋହିତ ତାଙ୍କ ସହିତ ବହୁତ ସମୟ ଧରି ଆଲୋଚନା କରୁଥିବାର ଦେଖାଯାଇଥିଲା। ରିପୋର୍ଟ ଅନୁସାରେ ସେ କିଛି ଜିନିଷ ଭୁଲି ଯାଇଥିଲେ। ତଥାପି ସେନେଇ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ।

ଟିମ୍‌ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫିର ଗ୍ରୁପ୍‌ ପର୍ଯ୍ୟାୟରେ ତିନୋଟି ମ୍ୟାଚ୍‌ ଖେଳିବ। ଟିମ୍‌ ଇଣ୍ଡିଆକୁ ବାଂଲାଦେଶ, ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ସହିତ ଗ୍ରୁପ A ରେ ରଖାଯାଇଛି। ଭାରତର ପ୍ରଥମ ମ୍ୟାଚ୍‌ ୨୦ ଫେବୃଆରୀରେ ବାଂଲାଦେଶ ବିପକ୍ଷରେ ଖେଳାଯିବ। ଫେବୃଆରୀ ୨୩ରେ ଦଳ ପାକିସ୍ତାନ ବିପକ୍ଷରେ ଏକ ହାଇଭୋଲଟେଜ ମ୍ୟାଚ୍‌ ଖେଳିବ, ଯେତେବେଳେ ମାର୍ଚ୍ଚ ୨ ତାରିଖରେ ତୃତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ଭେଟିବ। ଏହି ସମସ୍ତ ମ୍ୟାଚ ପୂର୍ବରୁ ଭାରତକୁ ୱାର୍ମ-ଅପ ମ୍ୟାଚ ଖେଳିବାର ଥିଲା। କିନ୍ତୁ ଟିମ୍‌ ଇଣ୍ଡିଆ ଏପରି କରିବାକୁ ମନା କରିଦେଇଛି। ରିପୋର୍ଟ ଅନୁସାରେ, ଟିମ ଇଣ୍ଡିଆକୁ ବାଂଲାଦେଶ ସହିତ ଏକ ଅଭ୍ୟାସ ମ୍ୟାଚ୍‌ ଖେଳିବାର ଥିଲା କିନ୍ତୁ ଏହି ମ୍ୟାଚ ଏବେ ହେବ ନାହିଁ।

The post ଦୁବାଇ ପହଞ୍ଚିବା ପରେ ପୁରୁଣା ଭୁଲ୍‌ ଦୋହରାଇଲେ ରୋହିତ ଶର୍ମା? ବିମାନବନ୍ଦରରେ ଅପେକ୍ଷା କଲେ… appeared first on Dharitri Odia News.