ବର୍ଷ ବର୍ଷ ଧରି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ସରୁନି: ଯାତ୍ରୀ ଅସନ୍ତୋଷ
ଦାରିଙ୍ଗବାଡି, ୨୫।୯ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଠାରୁ ରାଇକିଆ ବ୍ଲକକୁ ସଂଯୋଗ କରୁଥିବା ରାସ୍ତା କାର୍ଯ୍ୟ ସମ୍ପ୍ରସାରଣ ବିଳମ୍ବକୁ ନେଇ ବଢୁଛି ଜନ ଅସନ୍ତୋଷ।ରାସ୍ତା ସମ୍ପ୍ରସାରଣ ଆରମ୍ଭ ପୂର୍ବରୁ ରାସ୍ତାର ଅବସ୍ଥା ଯେଉଁ ଅବସ୍ଥାରେ ରହିଥିଲା ଏବେ ଉକ୍ତ ରାସ୍ତାର ଅବସ୍ଥା ତାଠାରୁ ଦ୍ବିଗୁଣିତ ଖରାପ ହୋଇଯାଇଛି। ବଡ଼ ବଡ଼ ଖାଲ ଖମା ହୋଇଥିବା ବେଳେ ବର୍ଷା ଜଳ ଜମା ହୋଇ ଖାଲ ଢ଼େପ ଜଣାପଡୁନି। ଫଳରେ ଦୁର୍ଘଟଣା ବୃଦ୍ଧି […] The post ବର୍ଷ ବର୍ଷ ଧରି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ସରୁନି: ଯାତ୍ରୀ ଅସନ୍ତୋଷ appeared first on Dharitri Odia News.
ଦାରିଙ୍ଗବାଡି, ୨୫।୯ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଠାରୁ ରାଇକିଆ ବ୍ଲକକୁ ସଂଯୋଗ କରୁଥିବା ରାସ୍ତା କାର୍ଯ୍ୟ ସମ୍ପ୍ରସାରଣ ବିଳମ୍ବକୁ ନେଇ ବଢୁଛି ଜନ ଅସନ୍ତୋଷ।ରାସ୍ତା ସମ୍ପ୍ରସାରଣ ଆରମ୍ଭ ପୂର୍ବରୁ ରାସ୍ତାର ଅବସ୍ଥା ଯେଉଁ ଅବସ୍ଥାରେ ରହିଥିଲା ଏବେ ଉକ୍ତ ରାସ୍ତାର ଅବସ୍ଥା ତାଠାରୁ ଦ୍ବିଗୁଣିତ ଖରାପ ହୋଇଯାଇଛି। ବଡ଼ ବଡ଼ ଖାଲ ଖମା ହୋଇଥିବା ବେଳେ ବର୍ଷା ଜଳ ଜମା ହୋଇ ଖାଲ ଢ଼େପ ଜଣାପଡୁନି। ଫଳରେ ଦୁର୍ଘଟଣା ବୃଦ୍ଧି ପାଉଛି। ଦୀର୍ଘ ଦିନ ହେଲା ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ସରୁନି। ଫଳରେ ଯାତ୍ରୀମାନେ ସେହି ରାସ୍ତାରେ ଯାତାୟତ ସମୟରେ ଅସନ୍ତୋଷ ବ୍ୟକ୍ତ କରିବା ସହ ସାମାଜିକ ଗଣମାଧ୍ୟମରେ ନିଜ ଅସନ୍ତୋଷ ପ୍ରକାଶ କରି ଭାଇରାଲ କରୁଛନ୍ତି।
The post ବର୍ଷ ବର୍ଷ ଧରି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ସରୁନି: ଯାତ୍ରୀ ଅସନ୍ତୋଷ appeared first on Dharitri Odia News.