ଦୁବାଇର ପରିବେଶ ଚିନ୍ତା

ଆଗକୁ ବିଶ୍ୱ ଜନସଂଖ୍ୟାର ଦୁଇ ତୃତୀୟାଂଶଙ୍କୁ ଜଳ କଷ୍ଟ ହେବାର ସମ୍ଭାବନା ରହିଛି । ଏହି କଷ୍ଟକୁ ଦୂର କରିବା ପାଇଁ ବିଭିନ୍ନ ପଦକ୍ଷେପ ଆପଣାଯାଉଛି । କେଉଁଠି ଥିନ୍‌ ଏୟାରରୁ ଜଳ କଢାଯାଉଥିବାବେଳେ ଆଉ କେଉଁଠି ବିଭିନ୍ନ ଟେକ୍ନୋଲୋଜି ବ୍ୟବହାର କରାଯାଇ କୁତ୍ରିମ ବର୍ଷା ସୃଷ୍ଟି କରାଯାଉଛି । ତେବେ ଏତେ ସବୁ ପରେ ମଧ୍ୟ ବିଶ୍ୱର ତାପମାତ୍ରା ବଢି ଚାଲିଛି । ଯେଉଁ କାରଣରୁ ଅନେକ ସହର ଓ ଦେଶ ନିଆଁ କୁଣ୍ଡ ପାଲଟୁଛି […]

ଦୁବାଇର ପରିବେଶ ଚିନ୍ତା

ଆଗକୁ ବିଶ୍ୱ ଜନସଂଖ୍ୟାର ଦୁଇ ତୃତୀୟାଂଶଙ୍କୁ ଜଳ କଷ୍ଟ ହେବାର ସମ୍ଭାବନା ରହିଛି । ଏହି କଷ୍ଟକୁ ଦୂର କରିବା ପାଇଁ ବିଭିନ୍ନ ପଦକ୍ଷେପ ଆପଣାଯାଉଛି । କେଉଁଠି ଥିନ୍‌ ଏୟାରରୁ ଜଳ କଢାଯାଉଥିବାବେଳେ ଆଉ କେଉଁଠି ବିଭିନ୍ନ ଟେକ୍ନୋଲୋଜି ବ୍ୟବହାର କରାଯାଇ କୁତ୍ରିମ ବର୍ଷା ସୃଷ୍ଟି କରାଯାଉଛି । ତେବେ ଏତେ ସବୁ ପରେ ମଧ୍ୟ ବିଶ୍ୱର ତାପମାତ୍ରା ବଢି ଚାଲିଛି । ଯେଉଁ କାରଣରୁ ଅନେକ ସହର ଓ ଦେଶ ନିଆଁ କୁଣ୍ଡ ପାଲଟୁଛି । ତେବେ ଏହି ତାଲିକାରେ ବିଭିନ୍ନ ଦେଶ ଥିବା ବେଳେ ଯେଉଁଥିରେ ଦୁବାଇ ଆଗରେ ରହିଛି । ଦୁବାଇ ବିଶ୍ୱର ସବୁଠାରୁ ଶୁଷ୍କ ଅଞ୍ଚଳରେ ରହିଛି । ଏଠିକାର ଜନସଂଖ୍ୟା ବଢି ଚାଲିଛି, ଯାହାଫଳରେ ଜଳର ଚାହିଦା ମଧ୍ୟ ବଢିବାରେ ଲାଗିଛି । ତେଣୁ ଏହି ସହରରେ ମଧ୍ୟ ବିଭିନ୍ନ ଟେକ୍ନୋଲୋଜିକୁ ବ୍ୟବହାର କରି ଜଳ ଅଭାବ ଦୂର କରିବାକୁ ଚେଷ୍ଟା ଜାରି ରହିଛି । ଏଠାରେ ଏତ ଉନ୍ନତ ଧରଣର ଟେକନିକ୍‌ ଯେପରି ସିଡ୍‌ କ୍ଲାଉଡିଂକୁ ବ୍ୟବହାର କରି କୁତ୍ରିମ ବର୍ଷା କରାଯାଉଛି । ଚୀନ ଭଳି ଦୁବାଇରେ ମଧ୍ୟ ଏହି ଟେକନିକକୁ ବ୍ୟବହାର କରାଯାଇ ବର୍ଷା କରାଯାଉଛି, ଯାହା ଏଠିକାର ଜଳ ସମସ୍ୟାକୁ ସମାଧାନ କରିବାରେ କେତେକାଂଶରେ ସହାୟକ ହୋଇପାରିଛି । ଏହି କ୍ଲାଉଡ୍‌ ସିଡିଂ କରିବା ପୂର୍ବରୁ ପ୍ରଥମେ ୱେଦର ଫୋରକାଷ୍ଟ ଜରିଆରେ ଏକ ଏଭଳି ବାଦଲ ଖଣ୍ଡକୁ ବାଛିବାକୁ ହୋଇଥାଏ, ଯାହା କ୍ଲାଉଡ ସିଡିଂ ପ୍ରକ୍ରିୟା ପାଇଁ ପ୍ରୋଜେକ୍ଟ ହେବ । ଏହି ବାଦଲ ଖଣ୍ଡରେ ସୋଡିଅମ କ୍ଲୋରାଇଡ ଓ ପୋଟାସିଅମ କ୍ଲୋରାଇଡ୍‌ ବଢିବା ଫଳରେ ଏହା ଅନ୍ୟ ଛୋଟଛୋଟ ବାଦଲ ଖଣ୍ଡକୁ ଆକର୍ଷିତ କରିଥାଆନ୍ତି । ଏହାପରେ ଉଭୟ ବାଦଲ ମିଶି ବର୍ଷା କରାଇଥାଆନ୍ତି । କେବଳ ବାଦଲ କ୍ଲାଉଡ୍‌ ସିଡିଂ ନୁହେଁ ଦୁବାଇ ଅନ୍ୟ ବିଭିନ୍ନ ଟେକ୍ନୋଲୋଜିର ମଧ୍ୟ ବ୍ୟବହାର କରୁଛି ନିଜର ତାପମାତ୍ରାକୁ ନିୟନ୍ତ୍ରଣରେ ଆଣିବା ପାଇଁ । ଦୁବାଇ ବିଶ୍ୱର ପ୍ରଥମ ତାପମାତ୍ରା ନିୟନ୍ତ୍ରିତ ସହର ନିର୍ମାଣ କରିବାକୁ ଯୋଜନା ରଖିଛି । ଏହି ସହରଟି ପାଖାପାଖି ୪୮ ମିଲିଅନ ସ୍କେ୍ୱୟାର ଫୁଟ ଅଞ୍ଚଳରେ ବିସ୍ତାରିତ ହୋଇ ରହିଛି । ଏହା ବିଶ୍ୱର ସବୁଠାରୁ ବଡ ଓ ପ୍ରଥମ ତାପମାତ୍ରା ନିୟନ୍ତ୍ରିତ ସହର । ଏହି ଇଣ୍ଡୋର ସହରରେ ୧୦୦ଟି ହୋଟେଲ୍‌ ରହିବାର ବ୍ୟବସ୍ଥା କରାଯିବ । ଏଥିରେ ୧୫ଶହ ଲୋକଙ୍କ ପାଇଁ ମନୋରଞ୍ଜନ ପାଇଁ ବ୍ୟବସ୍ଥା ରହିଛି । ଏହି ପ୍ରୋଜେକଫ ସହାୟତାରେ ଦୁବାଇ ନିଜର ଗ୍ରୀନ ହାଉସ ଗ୍ୟାସକୁ କମାଇବାରେ ସକ୍ଷମ ହୋଇପାରିବ । ଏହାସହ ଏନର୍ଜି କଞ୍ଜପସନ୍‌, କାର୍ବନ ଫୁଟଫ୍ରିଣ୍ଟ୍‌ ଭଳି ଅନେକ ସମସ୍ୟାର ସମାଧାନ ହୋଇପାରିବ । ତେବେ ଏହି ପ୍ରୋଜେକଫ ବିଶ୍ୱର ଅନ୍ୟ ଦେଶ ମାନଙ୍କ ପାଇଁ ମଧ୍ୟ ଏକ ଉଦାହରଣ ଭଳି କାର୍ଯ୍ୟକରିବ । ତେବେ କେବଳ ମନୁଷ୍ୟକୃତ ବର୍ଷା କିମ୍ବା ଇଣ୍ଡୋର ସିଟି ନୁହେଁ ଦୁବାଇରେ ଜଳବାୟୁ ପରିବର୍ତ୍ତନ କାରଣରୁ ହେଉଥିବା ଅନ୍ୟ ସମସ୍ୟା ଯେପରି ପାନୀୟ ଜଳ ଅଭାବ ଏବଂ ଅନ୍ୟ କାର୍ଯ୍ୟପାଇଁ ଦରକାର ହେଉଥିବା ଜଳର ସମସ୍ୟାକୁ ସମାଧାନ କରିବାକୁ ଅନେକ ପ୍ରୋଜେକଫ ଲଞ୍ଚ କରିଛି । ଏଥିରେ ସମୁଦ୍ର ଜଳକୁ ପାନୀୟ ଜଳରେ ପରିବର୍ତ୍ତନ କରିବା ଆଗରେ ରହିବ । ରିଭର୍ସ ଓସୋସିସ୍‌ ପ୍ରକ୍ରିୟାକୁ ବ୍ୟବହାର କରି ଅତ୍ୟଧିକ ମାତ୍ରାରେ ସମୁଦ୍ରଜଳକୁ ପାନୀୟ ଜଳରେ ରୁପାନ୍ତରିତ କରାଯାଇ ପାରୁଛି । ସେହିଭଳି ଦୁବାଇର ଏକ ପ୍ରୋଜେକଫ ସେତେବେଳେ ବେଶ ଚର୍ଚ୍ଚା ସାଉଁଟିଥିଲା । ଦୁବାଇର ତାପମାତ୍ରା ବଢି ୧୧୬ ଡିଗ୍ରୀ ଫାରେନହାଇଟ୍‌ରେ ପହଞ୍ଚିଥିଲା । ଯାହାକୁ ନିୟନ୍ତ୍ରଣ କରିବା ପାଇଁ ଦୁବାଇରେ ଓପନ ଏୟାର ଷ୍ଟାଡିଅମର ବ୍ୟବସ୍ଥା କରାଯାଇଥିଲା । ଏହି ଷ୍ଟାଡିୟମରେ ଏକ କୁଲ ବ୍ରିଜରୁ ମାଟି ତଳୁ ପବନ ଆସିବାର ବ୍ୟବସ୍ଥା କରାଯାଇଛି । ଷ୍ଟାଡିୟମ ତଳେ ଏକ ବଡ ଧରଣର ହେୟାର ଡ୍ରାଏର ଭଳି ଉପକରଣକୁ ଇନଷ୍ଟଲ କରାଯାଇଥିଲା । ଯାହା ମାଟିତଳୁ ଲୋକଙ୍କୁ ଥଣ୍ଡା ଯୋଗାଇଥାଏ । ଏହି ଓପନ ଏୟାର ଷ୍ଟାଡିୟମରେ ପାଖାପାଖି ୪୦,୦୦୦ ଲୋକ ବସିବାର ସୁବିଧା ରହିଛି । ମାଟିତଳୁ ପବନକୁ ଉପରକୁ ଉଠାଇବାର ଏହି ପ୍ରକ୍ରିୟାକୁ ଆରବିକ୍‌ ଷ୍ଟାଇଲ୍‌ ପାର୍ଟନ କୁହାଯାଇଥାଏ । ସେହିଭଳି ଏହି ଷ୍ଟାଡିୟମରେ ତଳେ ଘାସ ଥିବାରୁ ଏହି ଥଣ୍ଡା ଅଧିକ ସମୟ ପର୍ଯ୍ୟନ୍ତ ସେହି ସ୍ଥାନରେ ରହିଥାଏ । କ୍ୱାତାର ବିଶ୍ୱବିଦ୍ୟାଳୟର ଜଣେ ଇଞ୍ଜିନିୟର ପ୍ରଫେସର ଏହି ମଡେଲର ଡିଜାଇନ କରିଛନ୍ତି । ଏହା ବର୍ତ୍ତମାନ ବିଶ୍ୱରେ ଟ୍ରେଣ୍ଡ୍‌ ହେବାରେ ଲାଗିଛି, ଏହିସହ ବିଭିନ୍ନ ଦେଶ ଏହି ଟେକନିକ୍‌କୁ ଆପଣାଇବାକୁ ଚେଷ୍ଟା ମଧ୍ୟ ଜାରି ରଖିଛନ୍ତି ।