ରାଜ୍ୟସଭାରେ ବିଦାୟୀ ଭାଷଣରେ କ୍ଷମା ମାଗିଲେ ଜୟା ବଚ୍ଚନ

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟି (ସପା) ସାଂସଦ ଜୟା ବଚ୍ଚନ ଚଳିତ ସପ୍ତାହରେ ସଂସଦର ବଜେଟ ଅଧିବେଶନରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ଦେଇଥିବା ଟିପ୍ପଣୀ ପାଇଁ ଖବରର ଶିରୋନାମା ପାଲଟିଥିଲେ। ତେବେ ଜୟା ବଚ୍ଚନ ଆଜି ରାଜ୍ୟସଭାରେ ବିଦାୟୀ ଭାଷଣ ରଖିବା ସମୟରେ ଗୃହର ସମସ୍ତ ସଦସ୍ୟଙ୍କୁ କ୍ଷମା ମାଗିଥିଲେ। ଜୟା କହିଥିଲେ ସେ କ୍ଷଣକୋପି। ଖୁବ୍ ଶୀଘ୍ର ରାଗି ଯାଆନ୍ତି। କିନ୍ତୁ କାହାକୁ କଷ୍ଟ ଦେବା ମୋର ଇଚ୍ଛା ନୁହେଁ। ଲୋକମାନେ ମତେ […]

ରାଜ୍ୟସଭାରେ ବିଦାୟୀ ଭାଷଣରେ କ୍ଷମା ମାଗିଲେ ଜୟା ବଚ୍ଚନ

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟି (ସପା) ସାଂସଦ ଜୟା ବଚ୍ଚନ ଚଳିତ ସପ୍ତାହରେ ସଂସଦର ବଜେଟ ଅଧିବେଶନରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ଦେଇଥିବା ଟିପ୍ପଣୀ ପାଇଁ ଖବରର ଶିରୋନାମା ପାଲଟିଥିଲେ। ତେବେ ଜୟା ବଚ୍ଚନ ଆଜି ରାଜ୍ୟସଭାରେ ବିଦାୟୀ ଭାଷଣ ରଖିବା ସମୟରେ ଗୃହର ସମସ୍ତ ସଦସ୍ୟଙ୍କୁ କ୍ଷମା ମାଗିଥିଲେ। ଜୟା କହିଥିଲେ ସେ କ୍ଷଣକୋପି। ଖୁବ୍ ଶୀଘ୍ର ରାଗି ଯାଆନ୍ତି। କିନ୍ତୁ କାହାକୁ କଷ୍ଟ ଦେବା ମୋର ଇଚ୍ଛା ନୁହେଁ। ଲୋକମାନେ ମତେ ଅନେକ ସମୟରେ ପ୍ରଶ୍ନ କରନ୍ତି ଯେ ମୁଁ କାହିଁକି ରାଗେ। କିନ୍ତୁ ତାହା ମୋର ପ୍ରକୃତି। ମୁଁ ନିଜକୁ ବଦଳାଇ ପାରିବିନି। ଯଦି କୌଣସି କଥାରେ ମୁଁ ଏକମତ ନୁହେଁ ତେବେ ମୁଁ ରାଗିଯାଏ। ଯଦି ଆପଣମାନଙ୍କ ମଧ୍ୟରୁ କାହା ସହ ମୁଁ ଖରାପ୍ ବ୍ୟବହାର କରିଥାଏ ତେବେ ମୁଁ କ୍ଷମା ମାଗୁଛି।