ଦୁବାଇରୁ ଡ୍ରେସ୍‌ରେ ଲୁଚାଇ ସୁନା ଆଣୁଥିଲେ ଏହି ଅଭିନେତ୍ରୀ: ମାଡ଼ିବସିଲା ପୋଲିସ

ବେଙ୍ଗାଲୁରୁ,୫।୩:କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରାଯାଇଛି। ସୁନା ଚୋରା ଚାଲାଣ ଅଭିଯୋଗରେ ବିମାନବନ୍ଦରରେ ଅଭିନେତ୍ରୀଙ୍କୁ ଧରାଯାଇଥିଲା। ତଲାସି ସମୟରେ ତାଙ୍କଠାରୁ ୧୪.୮ କିଲୋଗ୍ରାମ ସୁନା ଜବତ କରାଯାଇଥିଲା।ଏହା ପରେ ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲା। ତାଙ୍କୁ ଗିରଫ କରାଯିବା ପରେ, ତାଙ୍କୁ ଅର୍ଥନୈତିକ ଅପରାଧ ଅଦାଲତରେ ହାଜର କରାଯାଇଥିଲା। ହାଜର ହେବା ପରେ ଅଭିନେତ୍ରୀଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। ଅଧିକାରୀଙ୍କ ଅନୁଯାୟୀ, ରାନ୍ୟା […] The post ଦୁବାଇରୁ ଡ୍ରେସ୍‌ରେ ଲୁଚାଇ ସୁନା ଆଣୁଥିଲେ ଏହି ଅଭିନେତ୍ରୀ: ମାଡ଼ିବସିଲା ପୋଲିସ appeared first on Dharitri Odia News.

ଦୁବାଇରୁ ଡ୍ରେସ୍‌ରେ ଲୁଚାଇ ସୁନା ଆଣୁଥିଲେ ଏହି ଅଭିନେତ୍ରୀ: ମାଡ଼ିବସିଲା ପୋଲିସ

ବେଙ୍ଗାଲୁରୁ,୫।୩:କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରାଯାଇଛି। ସୁନା ଚୋରା ଚାଲାଣ ଅଭିଯୋଗରେ ବିମାନବନ୍ଦରରେ ଅଭିନେତ୍ରୀଙ୍କୁ ଧରାଯାଇଥିଲା। ତଲାସି ସମୟରେ ତାଙ୍କଠାରୁ ୧୪.୮ କିଲୋଗ୍ରାମ ସୁନା ଜବତ କରାଯାଇଥିଲା।ଏହା ପରେ ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲା।

ତାଙ୍କୁ ଗିରଫ କରାଯିବା ପରେ, ତାଙ୍କୁ ଅର୍ଥନୈତିକ ଅପରାଧ ଅଦାଲତରେ ହାଜର କରାଯାଇଥିଲା। ହାଜର ହେବା ପରେ ଅଭିନେତ୍ରୀଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। ଅଧିକାରୀଙ୍କ ଅନୁଯାୟୀ, ରାନ୍ୟା ଦୁବାଇରୁ ଏମିରେଟ୍ସ ବିମାନରେ ଭାରତ ଆସିଥିଲେ ଏବଂ ତାଙ୍କ ଡ୍ରେସ୍‌ରେ ଲୁଚାଇ ୧୪.୮ କିଲୋଗ୍ରାମ ସୁନା ଆଣିଥିଲେ ବୋଲି ଅଭିଯୋଗ ହୋଇଛି।

ତଦନ୍ତ ପରେ ଏହା ମଧ୍ୟ କୁହାଯାଉଛି, ରାନ୍ୟା ଦୁବାଇରୁ ସୁନା ଚୋରାଚାଲାଣ କରୁଥିଲେ। ପୋଲିସ ରାନ୍ୟାଙ୍କ ବାରମ୍ବାର ଅନ୍ତର୍ଜାତୀୟ ଯାତ୍ରା ଉପରେ ନଜର ରଖିଥିଲା। ଅଭିନେତ୍ରୀ ଜଣକ ୧୫ ଦିନ ମଧ୍ୟରେ ଚାରିଥର ଦୁବାଇ ଯାଇଥିଲେ। ପୋଲିସ ତାଙ୍କ ଉପରେ ସନ୍ଦେହ କରିଥିଲା ଏବଂ ସୁଯୋଗ ପାଇବା ମାତ୍ରେ ଅଭିନେତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

ରାଣ୍ୟା ରାଓ ଫିଲ୍ମ ‘ମାଣିକ୍ୟ’ (୨୦୧୪) ପାଇଁ ଜଣାଶୁଣା। ଏହି ଫିଲ୍ମରେ ସେ କନ୍ନଡ ସୁପରଷ୍ଟାର ସୁଦୀପଙ୍କ ସହ ନଜର ଆସିଥିଲେ। ସେ କର୍ନାଟକର ବରିଷ୍ଠ ଆଇପିଏସ ଅଧିକାରୀ କେ.ରାମଚନ୍ଦ୍ର ରାଓଙ୍କ ଝିଅ। ରାମଚନ୍ଦ୍ର ରାଓ କର୍ନାଟକ ରାଜ୍ୟ ପୋଲିସ ହାଉସିଂ କର୍ପୋରେସନରେ ଡିଜିପି ଭାବରେ କାର୍ଯ୍ୟରତ।

The post ଦୁବାଇରୁ ଡ୍ରେସ୍‌ରେ ଲୁଚାଇ ସୁନା ଆଣୁଥିଲେ ଏହି ଅଭିନେତ୍ରୀ: ମାଡ଼ିବସିଲା ପୋଲିସ appeared first on Dharitri Odia News.