ଦୁର୍ଗନ୍ଧ ପାଇଁ ମୁମ୍ବାଇ ଯାଉଥିବା ବିମାନ ଦିଲ୍ଲୀ ଫେରିଲା
ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିବା ଇଣ୍ଡିଗୋର ଏକ ବିମାନ ଆଜି ଉଡ଼ାଣ କରିବାର ମାତ୍ର କିଛି ସମୟ ମଧ୍ୟରେ ଫେରି ଆସିଥିଲା। ବିମାନଟି ଉଡ଼ାଣ କରିବାର ମାତ୍ର କିଛି ସମୟ ମଧ୍ୟରେ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜିଆଇଏ)କୁ ଫେରିଥିଲା। ଇଣ୍ଡିଗୋ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ମାତ୍ର କିଛି ସମୟର ଦୁର୍ଗନ୍ଧ ପାଇଁ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ପାଇଲଟ୍ ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତିର ଅନୁସରଣ କରି ଦିଲ୍ଲୀ ଫେରିଥିଲେ। ନିର୍ଦ୍ଦିଷ୍ଟ […]

ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିବା ଇଣ୍ଡିଗୋର ଏକ ବିମାନ ଆଜି ଉଡ଼ାଣ କରିବାର ମାତ୍ର କିଛି ସମୟ ମଧ୍ୟରେ ଫେରି ଆସିଥିଲା। ବିମାନଟି ଉଡ଼ାଣ କରିବାର ମାତ୍ର କିଛି ସମୟ ମଧ୍ୟରେ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜିଆଇଏ)କୁ ଫେରିଥିଲା। ଇଣ୍ଡିଗୋ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ମାତ୍ର କିଛି ସମୟର ଦୁର୍ଗନ୍ଧ ପାଇଁ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ପାଇଲଟ୍ ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତିର ଅନୁସରଣ କରି ଦିଲ୍ଲୀ ଫେରିଥିଲେ। ନିର୍ଦ୍ଦିଷ୍ଟ ବିବରଣୀ ତୁରନ୍ତ ମିଳିପାରିନାହିଁ। ଏହାପରେ ଯାତ୍ରୀଙ୍କ ପାଇଁ ଏକ ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇଥିଲା। ସମସ୍ତ ଯାତ୍ରୀଙ୍କ ଅସୁବିଧା ପାଇଁ ଆମେ ଗଭୀର ଦୁଃଖିତ ବୋଲି ଏୟାରଲାଇନ୍ସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।