ଦୁର୍ଗାପାଲି ଠାରେ ପକ୍ଷାଘାତ ରୋଗୀଙ୍କୁ ହୁଇଲ ଚେୟାର ପ୍ରଦାନ

ସମ୍ବଲପୁର:ଦୁର୍ଗାପାଲି ଠାରେ ୪ଜଣ ପକ୍ଷାଘାତ ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ହୁଇଲ ଚେୟାରକୁ ପ୍ରଦାନ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଥବିର ମହାନନ୍ଦଙ୍କ ଉପସ୍ଥିତିରେ ହୁଇଲ ଚେୟାର ପ୍ରଦାନ କାର୍ଯ୍ୟକ୍ରମରେ ସାମାଜିକ ସଂଗଠନ ସେବାର ସଭାପତି ଛତ୍ରପତି ଡକ୍ଟର ଦିପକ ପାଣ୍ଡେ, ରେଡକ୍ରସ ପୁଷ୍ଠପୋଷକ ନିହାଲ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ସୁଚନା ଅନୁସାରେ ସାମାଜିକ ସଂଗଠନ ସେବା ପକ୍ଷରୁ ସମ୍ବଲପୁର ସହରର ପକ୍ଷାଘାତ ରୋଗୀ ଡୁଲାରାମ ପାତ୍ର,ଭରତ ଚାଆଁର, ସୁଷମା ବେହେରା […] The post ଦୁର୍ଗାପାଲି ଠାରେ ପକ୍ଷାଘାତ ରୋଗୀଙ୍କୁ ହୁଇଲ ଚେୟାର ପ୍ରଦାନ appeared first on Odisha.News.

ଦୁର୍ଗାପାଲି ଠାରେ ପକ୍ଷାଘାତ ରୋଗୀଙ୍କୁ  ହୁଇଲ ଚେୟାର  ପ୍ରଦାନ

ସମ୍ବଲପୁର:ଦୁର୍ଗାପାଲି ଠାରେ ୪ଜଣ ପକ୍ଷାଘାତ ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ହୁଇଲ ଚେୟାରକୁ ପ୍ରଦାନ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଥବିର ମହାନନ୍ଦଙ୍କ ଉପସ୍ଥିତିରେ ହୁଇଲ ଚେୟାର ପ୍ରଦାନ କାର୍ଯ୍ୟକ୍ରମରେ ସାମାଜିକ ସଂଗଠନ ସେବାର ସଭାପତି ଛତ୍ରପତି ଡକ୍ଟର ଦିପକ ପାଣ୍ଡେ, ରେଡକ୍ରସ ପୁଷ୍ଠପୋଷକ ନିହାଲ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ସୁଚନା ଅନୁସାରେ ସାମାଜିକ ସଂଗଠନ ସେବା ପକ୍ଷରୁ ସମ୍ବଲପୁର ସହରର ପକ୍ଷାଘାତ ରୋଗୀ ଡୁଲାରାମ ପାତ୍ର,ଭରତ ଚାଆଁର, ସୁଷମା ବେହେରା ଓ ହୀରାକୁଦ ସହରର ରୋଗୀ ଅଭୟ କୁମାର ପରିଡ଼ାଙ୍କୁ ହୁଇଲ ଚେୟାର ପ୍ରଦାନ କରିବାକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅନୁରୋଧ କରାଯାଇଥିଲା। ତେବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଥିବା ହୁଇଲ ଚେୟାରକୁ ସେବାକୁ ମିଳିବା ପରେ ସେବା ସଂଗଠନ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାକୁ ପକ୍ଷାଘାତ ରୋଗୀଙ୍କୁ ପ୍ରଦାନ କରାଯାଇଥିବା ନେଇ ସୂଚନା ମିଳିଛି।

The post ଦୁର୍ଗାପାଲି ଠାରେ ପକ୍ଷାଘାତ ରୋଗୀଙ୍କୁ ହୁଇଲ ଚେୟାର ପ୍ରଦାନ appeared first on Odisha.News.