ଦୁର୍ଗାପୂଜାରେ କଏଦୀଙ୍କ ପାଇଁ ସ୍ପେଶାଲ ଫୁଡ

କୋଲକାତା,୫।୧୦: ଦୁର୍ଗା ପୂଜା ଆରମ୍ଭ ହେବାକୁ ଅଧିକ ସମୟ ବାକି ନାହିଁ। ସାରା ଦେଶରେ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଚାଲିଛି। ପଶ୍ଚିମବଙ୍ଗରେ ଏହି ପର୍ବକୁ ନେଇ ଏକ ଭିନ୍ନ ଉତ୍ସାହ ରହିଛି । ଏହି ସମୟରେ ବଙ୍ଗଳାରେ ଦେବୀ ଦୁର୍ଗାଙ୍କ ଖୁବ ସୁନ୍ଦର ପେଣ୍ଡାଲଗୁଡିକ ସଜାଯାଇଥାଏ ଏବଂ ବିଭିନ୍ନ ପ୍ରକାରର ଖାଦ୍ୟ ମଧ୍ୟ ପ୍ରସ୍ତୁତ କରାଯାଇଥାଏ। ବର୍ତ୍ତମାନ ଏହି ପର୍ବ ସମୟରେ ପଶ୍ଚିମବଙ୍ଗର ଜେଲରେ ଥିବା କଏଦୀମାନେ ମଧ୍ୟ ସ୍ବାଦିଷ୍ଟ ଖାଦ୍ୟ ପାଇବେ ବୋଲି ଜଣାପଡିଛି। […] The post ଦୁର୍ଗାପୂଜାରେ କଏଦୀଙ୍କ ପାଇଁ ସ୍ପେଶାଲ ଫୁଡ appeared first on Dharitri Odia News.

ଦୁର୍ଗାପୂଜାରେ କଏଦୀଙ୍କ ପାଇଁ ସ୍ପେଶାଲ ଫୁଡ

କୋଲକାତା,୫।୧୦: ଦୁର୍ଗା ପୂଜା ଆରମ୍ଭ ହେବାକୁ ଅଧିକ ସମୟ ବାକି ନାହିଁ। ସାରା ଦେଶରେ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଚାଲିଛି। ପଶ୍ଚିମବଙ୍ଗରେ ଏହି ପର୍ବକୁ ନେଇ ଏକ ଭିନ୍ନ ଉତ୍ସାହ ରହିଛି । ଏହି ସମୟରେ ବଙ୍ଗଳାରେ ଦେବୀ ଦୁର୍ଗାଙ୍କ ଖୁବ ସୁନ୍ଦର ପେଣ୍ଡାଲଗୁଡିକ ସଜାଯାଇଥାଏ ଏବଂ ବିଭିନ୍ନ ପ୍ରକାରର ଖାଦ୍ୟ ମଧ୍ୟ ପ୍ରସ୍ତୁତ କରାଯାଇଥାଏ। ବର୍ତ୍ତମାନ ଏହି ପର୍ବ ସମୟରେ ପଶ୍ଚିମବଙ୍ଗର ଜେଲରେ ଥିବା କଏଦୀମାନେ ମଧ୍ୟ ସ୍ବାଦିଷ୍ଟ ଖାଦ୍ୟ ପାଇବେ ବୋଲି ଜଣାପଡିଛି।

ବନ୍ଦୀମାନେ ଉତ୍ସବରେ ଖାଦ୍ୟରେ ପରିବର୍ତ୍ତନ ପାଇଁ ଆବେଦନ କରନ୍ତି। ଏଭଳି ପରିସ୍ଥିତିରେ, ଷଷ୍ଠୀଠାରୁ ଦଶମୀ (ଦୁର୍ଗା ପୂଜାର ଆରମ୍ଭ ଏବଂ ଶେଷ) ପର୍ଯ୍ୟନ୍ତ ଜେଲ କର୍ତ୍ତୃପକ୍ଷ ଏହି ବନ୍ଦୀମାନଙ୍କ ପାଇଁ କିଛି ଅଲଗା କରନ୍ତି। ଏ ବାବଦରେ ଅଧିକାରୀମାନେ କହିଛନ୍ତି ଯେ ଖାଦ୍ୟର ଅଳ୍ପ ଅଂଶକୁ ସମୟ ପୂର୍ବରୁ ସଞ୍ଚୟ କରି ଏହା କରାଯାଇଥାଏ, ଯାହାଦ୍ୱାରା କୌଣସି ଅତିରିକ୍ତ ଖର୍ଚ୍ଚ ନହୁଏ।
ଦୁର୍ଗା ପୂଜା ଯୋଗୁଁ ପଶ୍ଚିମବଙ୍ଗର ବନ୍ଦୀମାନଙ୍କ ପାଇଁ ଏକ ସ୍ବତନ୍ତ୍ର ମେନୁ ପ୍ରସ୍ତୁତ କରାଯାଇଛି। ଏଥିରେ ମାଛ ମଚଣ୍ଡ ସହ ପୋଇ ଶାଗ , ମାଛ ମୁଣ୍ଡ ସହ ମୁଗ ଡାଲି, ଚଣା ଡାଲି ସହ ପୁରୀ, କ୍ଷୀରି, ଚିକେନ କରି, ଆଳୁ ପୋଟୋଲ ତରକାରୀ, ରାଇତା ସହିତ ମଟନ ବିରିୟାନି, ବାସନ୍ତୀ ପୁଲାଓ (ଘି କାଜୁ ବାଦାମ ଏବଂ କିସମିସ ସହିତ ମିଠା ହଳଦିଆ ପୁଲାଓ)। ତେବେ କଏଦୀଙ୍କ ମୁହଁରେ ସାମାନ୍ୟ ହସ ଫୁଟାିବାକୁ ଏହି ପ୍ରୟାସ କରାଯାଇଥାଏ ବରିଷ୍ଠ ଜେଲ ଅଧିକାରୀ କହିଛନ୍ତି।

The post ଦୁର୍ଗାପୂଜାରେ କଏଦୀଙ୍କ ପାଇଁ ସ୍ପେଶାଲ ଫୁଡ appeared first on Dharitri Odia News.